କରୋନା ଭୂତାଣୁ ସଂକ୍ରମଣ ବିରୋଧ ଲଢ଼େଇରେ ସେବା କାର୍ଯ୍ୟରେ ଜଡ଼ିତ ଜଣେ ନର୍ସଙ୍କ ଗାଉନ୍ ପିନ୍ଧା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି; ନର୍ସ ଜଣଙ୍କ ଏକ ଟ୍ରାନ୍ସପେରାଣ୍ଟ୍ (ପାରଦର୍ଶୀ) ପିପିଇ କିଟ୍, ଗାଉନରେ ନଜର ଆସିଛନ୍ତି; ପୁରୁଷ ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ କରୋନା ରୋଗୀ ନର୍ସଙ୍କ ଏହି ଫଟୋ ଉଠାଇଥିଲେ; ଫଟୋକୁ ନେଇ ଏତେ ଉତ୍ତେଜନା ଦେଖା ଦେଇଥିଲା ଯେ ବର୍ତ୍ତମାନ ଡାକ୍ତରଖାନା ପରିଚାଳନା କତ୍ତୃପକ୍ଷ ନର୍ସ ଜଣଙ୍କୁ ଚାକିରିରୁ ବହିଷ୍କାର କରିବାକୁ ଚାହୁଁଛନ୍ତି; କିନ୍ତୁ, ଅନେକ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ନର୍ସଙ୍କ ସମର୍ଥନରେ କହିଛନ୍ତି ଯେ ଡାକ୍ତରଖାନା ପରିଚାଳନା କତ୍ତୃପକ୍ଷ ଏହାର ଡାକ୍ତରମାନଙ୍କୁ ସୁରକ୍ଷା କିଟ୍ ଯୋଗାଇବାରେ ଅସମର୍ଥ; ଏପରି ସ୍ଥିତିରେ ନର୍ସଙ୍କର କୋୖଣସି ଦୋଷ ନାହିଁ; ନର୍ସଙ୍କୁ ଦିଆଯାଇଥିବା ପିପିଇ କିଟ୍ (ଗାଉନ୍) କରୋନା ସଂକ୍ରମଣରୁ ରକ୍ଷା କରିବାରେ ଅସମର୍ଥ; ଏଭଳି ପରିସ୍ଥିତିରେ ନର୍ସଙ୍କୁ ହଟାଇବା ସଂପୂର୍ଣ୍ଣ ଭୁଲ ଅଟେରୄଷର ତୁଲା ହସ୍ପିଟାଲରୁ ଆସିଥିବା ଏହି ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା; ଡାକ୍ତରଖାନାରେ ଜଣେ ନର୍ସ ଏକ ଟ୍ରାନ୍ସପେରାଣ୍ଟ୍ (ପାରଦର୍ଶୀ) ପିପିଇ କିଟ୍, ଗାଉନ୍ ପିନ୍ଧିଥିଲେ; ଯେଉଁଥିରେ ସେ ଡ୍ରେସ ନ ପିନ୍ଧି ବିକିନି ପିନ୍ଧିଥିଲେ; ତେବେ ଫଟୋ ଗୁଡ଼ିକ ଖୁବ୍ ଭାଇରାଲ ହେବାରେ ଲାଗିଚି; ଫଟୋ ଭାଇରାଲ୍ ହେବା ପରେ ଡାକ୍ତରଖାନା ପରିଚାଳନା କତ୍ତୃପକ୍ଷ ନର୍ସଙ୍କୁ ବହିଷ୍କାର କରିଥିଲେ; ତାଙ୍କ ଉପରେ ଅନୁଶାସନ ଭାଙ୍ଗିବା ଅଭିଯୋଗ ହୋଇଥିଲା; କିନ୍ତୁ, ଡାକ୍ତରଖାନାର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ନର୍ସଙ୍କ ସମର୍ଥନରେ ବାହାରି ପଡ଼ିଲେ; ସେମାନେ କହିଲେ ମେଡିକାଲ ପ୍ରବନ୍ଧନର ଭୁଲ୍ ଯେ ସେମାନେ ନର୍ସଙ୍କୁ ଠିକ୍ ଗାଉନ୍ ଉପଲବ୍ଧ କରାଇନଥିଲେ; ନର୍ସ ପିନ୍ଧିଥିବା ଗାଉନ୍ କରୋନାରୁ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ;
ଫଟୋ ଭାଇରାଲ୍ ହେବା ପରେ ନର୍ସ ଜଣଙ୍କ କହିଥିଲେ ଯେ ସେ ଗରମ ସହି ପାରିଲେ ନାହିଁ, ଏବଂ ଦିଆ ଯାଇଥିବା ଗାଉନ୍ ଏତେ ଟ୍ରାନ୍ସପେରାଣ୍ଟ୍ (ପାରଦର୍ଶୀ) ବୋଲି ସେ ଜାଣିନଥିଲେ; ଯେତେବେଳେ ପୁରୁଷ ରୋଗୀଙ୍କୁ ଏହି ବିଷୟରେ ପଚରାଯାଇଥିଲା ସେ କହିଥିଲେ ଯେ ନର୍ସଙ୍କ ଉପରେ ତାଙ୍କର କୌଣସି ଅଭିଯୋଗ ନାହିଁ; ସଂପୃକ୍ତ ନର୍ସ ଜଣଙ୍କର ବୟସ ୨୦ ବର୍ଷ ବୋଲି କୁହାଯାଉଛି; ସୂଚନାଯୋଗ୍ୟ ଯେ ପିପିଇ କିଟ୍ ପରିଧାନ କରି ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀ କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖି ରୋଗୀ ସେବା କରିଥାଆନ୍ତି; ଏହି କିଟ୍ ଗୁଡିକ ବହୁତ ଭାରୀ ହୋଇଥିବାରୁ ଏହାକୁ ପିନ୍ଧି ଡାକ୍ତର, ନର୍ସମାନେ ଝାଳରେ ବୁଡ଼ି ଯାଆନ୍ତି; ତଥାପି ନିଜ ଡ୍ୟୁଟି ସମୟରେ ସେମାନେ ଏହି କିଟ୍ ପିନ୍ଧନ୍ତି

LEAVE A REPLY

Please enter your comment!
Please enter your name here