ଫୋଟୋରେ ବୃତ୍ତ ଚିହିଁତ ଥିବା ଝିଅ ହେଉଛି କେମିଲା, ହଲକଙ୍କ ପତ୍ନୀଙ୍କ ସମ୍ପର୍କୀୟ ଝିଆରୀ
କ୍ରୀଡା ଜଗତର ଅନେକ ଖେଳାଳି ଅଛନ୍ତି ଯେଉଁମାନେ ନିଜ ପାରିବାରିକ ଓ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି; ବ୍ରାଜିଲର ଜଣେ ଫୁଟବଲ ଖେଳାଳି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଅଧିକ ହେଉଛି; ସେ ହେଉଛନ୍ତି ବ୍ରାଜିଲର ଫୁଟବଲ ଖେଳାଳି ଗିବନଡେୟାର ବିଏରା ଜୋ ହଲକ; ନିଜ ୧୨ ବର୍ଷର ବିବାହ ସମ୍ପର୍କରେ ପୂର୍ଣ୍ଣଛେଦ ଟାଣି ହଲ୍କ ନିଜ ପତ୍ନୀ ଇରାନ ଏଞ୍ଜେଲାଙ୍କୁ କିଛି ମାସ ତଳେ ଛାଡପତ୍ର ଦେଇଥିଲେ; ହଲ୍କ ଓ ତାଙ୍କ ପତ୍ନୀ ଇରାନଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି
ସୂଚନା ଅନୁସାରେ ହଲ୍କ ନିଜ ନୂଆ ପ୍ରେମ ସଂମ୍ପର୍କ ବିଷୟରେ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି; ହଲ୍କ ଏହା ମଧ୍ୟ କହିଛନ୍ତି କି ଗତ ଅକ୍ଟୋବର ମାସରୁ ହିଁ ସେ କେମିଲାଙ୍କ ସହ ଡେଟିଂ କରୁଛନ୍ତି, ଯିଏ ତାଙ୍କ ପତ୍ନୀଙ୍କ ସମ୍ପର୍କୀୟା ଝିଆରୀ; ତେବେ ହଲ୍କଙ୍କ ପ୍ରେମ ସମ୍ପର୍କକୁ ନେଇ ବ୍ରାଜିଲ ଗଣମାଧ୍ୟମ ଗୁଡିକରେ ଚର୍ଚ୍ଚା ବେଶ ଜୋର ଧରିଛି; ବର୍ତ୍ତମାନ ସେ ସାଂଘାଇ ସୁପର ଲିଗରେ ବ୍ୟସ୍ତ ଅଛନ୍ତି ଏବଂ ସେ ନିଜେ ନିଜର ଏହି ନୂଆ ସମ୍ପର୍କକୁ ସାର୍ବଜନିକ କରିଛନ୍ତି; ହଲ୍କ ମଧ୍ୟ କହିଛନ୍ତି ଯେ ଏହି ସମ୍ପର୍କକୁ ଲୁଚେଇବା ପାଇଁ ଆଦୌ ଚାହୁଁ ନାହାନ୍ତି; ଏନେଇ ହାଲ୍କ ଙ୍କ ବର୍ତ୍ତମାନର ପ୍ରେମିକା କେମିଲା ଏ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଏକ ମେସେଜ ମଧ୍ୟ ଦେଇଛନ୍ତି

LEAVE A REPLY

Please enter your comment!
Please enter your name here