ଜୀବନରେ ବେଳେ ବେଳେ ଏପରି ସମୟ ଆସେ ଯେତେବେଳେ ଶତ୍ରୁମାନେ ଆମକୁ ବିନା କାରଣରେ ହଇରାଣ କରିଥାନ୍ତି | ବେଳେବେଳେ ସେମାନଙ୍କ ବିଷୟରେ ଯେତେ ଅଭିଯୋଗ କଲେ ମଧ୍ୟ କୌଣସି ଫରକ ପଡ଼ି଼ନଥାଏ | ଶତ୍ରୁମାନେ ନିଜ ଫାଇଦା ପାଇଁ ଅଯଥା ଦୁଶ୍ଚିନ୍ତା, କଷ୍ଟ, ଧନହାନି, ଅପବାଦ ଦେବାକୁ ମଧ୍ୟ ପଛେଇ ନଥାନ୍ତି | ତେବେ ଆସନ୍ତୁ ଜାଣିବା ପୂର୍ଣ୍ଣ ବିଶ୍ୱାସର ସହ କି କି ଉପାୟ କଲେ ଶତ୍ରୁ ଭୟ ଦୂର ହୋଇଥାଏ ତଥା ଶତ୍ରୁ ନାଶ ହୋଇଥାନ୍ତି…….
୧. ଯଦି କୌଣସି ଶତ୍ରୁ ଅନାବଶ୍ୟକ ରୂପେ ହଇରାଣ କରୁଥାନ୍ତି ତେବେ ଗୋଟିଏ ଭୁଜପତ୍ରରେ ଲାଲ ଚନ୍ଦନରେ ଶତ୍ରୁର ନାମ ଲେଖନ୍ତୁ | ଏହି ଭୁଜପତ୍ରକୁ ମହୁର ଏକ ଛୋଟ ଡିବାରେ ରଖନ୍ତୁ | ଏହାଦ୍ୱାରା ଶତ୍ରୁ ଆପଣଙ୍କର ଅହିତ କରିପାରିନଥାଏ |
୨. ଶତ୍ରୁ ମାନେ ଯଦି ଆପଣଙ୍କୁ ମାନସିକ ଦୁଶ୍ଚିନ୍ତା, କଷ୍ଟ ଦେଉଥାନ୍ତି ତେବେ ହନୁମାନଙ୍କୁ ପ୍ରତିଦିନ ଲାଲ ମନ୍ଦାରରେ ସିନ୍ଦୁର ଲଗେଇ, ଗୁଡ଼ ବା ବୁନ୍ଦି ନୈବେଦ୍ୟ ରୂପେ ଅର୍ପଣ କରନ୍ତୁ | ସୋରିଷ ତେଲରେ ଲବଙ୍ଗ ପକେଇ ଦୀପ ଜଳାନ୍ତୁ ଏବଂ ହନୁମାନଙ୍କୁ ଶତ୍ରୁ ନାଶ ହୁଅନ୍ତୁ ବୋଲି ପ୍ରାଥର୍ନI କରି ବଜରଙ୍ଗ ବାଣ ପାଠ କରନ୍ତୁ | ଏହାଦ୍ୱାରା ଶତ୍ରୁ ପରାସ୍ତ ହେବା ସହ ମନୋବଳ ଦୃଢ ହୋଇଥାଏ |
୩. ଶତ୍ରୁ ହଇରାଣରୁ ମୁକ୍ତି ପାଇବା ପାଇଁ ଶୁକ୍ଳ ପକ୍ଷ ମଙ୍ଗଳବାର ବା ଶନିବାର ଦିନ ହନୁମାନଙ୍କ ମସ୍ତକରୁ ସିନ୍ଦୁର ଆଣି ମୟୁର ପୁଚ୍ଛରେ ମଙ୍ଗଳବାର ବା ଶନିବାର ରାତ୍ରରେ ଶତ୍ରୁର ନାମ ଲେଖି ନିଜ ପୂଜା ଘରେ ରାତ୍ରଭରି ରଖନ୍ତୁ | ତା ପରଦିନ ବହି ଯାଉଥିବା ଜଳରେ ପ୍ରବାହିତ କରନ୍ତୁ |  ଏହାଦ୍ୱାରା ଶତ୍ରୁ ଶାନ୍ତ ହୋଇଥାଏ |
୪. ବଗଳାମୁଖୀ ମା’ଙ୍କୁ ପ୍ରତ୍ୟେକ ଦିନ ପୂଜା କରିବା ସହ ହଳଦିଆ ଫୁଲ ଅର୍ପଣ କରନ୍ତୁ | ବଗଳାମୂଖୀଙ୍କ ବୀଜମନ୍ତ୍ର “ଓଁ ହ୍ଲୀଂ ବଗଳାମୁଖୀ ସର୍ବଦୁଷ୍ଟାନାଂ ବାଚଂ ମୁଖଂ ପଦଂ ସ୍ତଂଭୟ ଜିହ୍ୱା କିଳୟ କିଳୟ ବୁଦ୍ଧି ନାଶୟ ହ୍ଲୀଂ ଓଁ ସ୍ୱାହା” ୭ ବା ୧୦୮ ଥର ଜପ କରନ୍ତୁ | ଶତ୍ରୁ ଭୟ ଦୂର ହୋଇଥାଏ |
୫. ଶୁକ୍ଳ ପକ୍ଷ ଶନିବାର ଦିନ ଗୋଟିଏ ଛୋଟ ଧଳା କାଗଜରେ ତ୍ରିଭୁଜ ଆଙ୍କି ସେହି ତ୍ରିଭୂଜରେ ଶନିଦେବଙ୍କ ବୀଜମନ୍ତ୍ର  “ଓଁ ଶଂ ଶନିଶ୍ଚରାୟ ନମଃ” ଲେଖନ୍ତୁ ଏବଂ ନିଜ ପର୍ସରେ ରଖନ୍ତୁ | ତାପରଦିନ ବହି ଯାଉଥିବାର ଜଳରେ ପ୍ରବାହିତ କରନ୍ତୁ | ଏପରି ୪୩ଟି ଶନିବାର କରନ୍ତୁ | ଏହାଦ୍ୱାରା ଶତ୍ରୁ ନାଶ ହୋଇଥାଏ |

LEAVE A REPLY

Please enter your comment!
Please enter your name here