ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଦୋଷୀଙ୍କ ଆଇନଗତ ଦିଗ ବାକି ରହିଥିବା କହି ନିର୍ଭୟା ଦୋଷୀଙ୍କ ଫାଶି ପୁଣି ଥରେ ଘୁଞ୍ଚାଇ ଦେଇଛନ୍ତି; ଏହି ଆଧାରରେ ଶୁକ୍ରବାର ଦିନ ଡେଥ୍ ଓ୍ଵାରେଣ୍ଟ ଉପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି; କୋର୍ଟର ଏହି ନିଷ୍ପତ୍ତି ପରେ ନିର୍ଭୟାଙ୍କ ମା ଆଶାଦେବୀ ଧୈର୍ଯ୍ୟହରା ହେବା ସହ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି; ପୁଣି ଦ୍ଵିତୀୟ ଥର ଦୋଷୀଙ୍କ ଫାଶି ଘୁଞ୍ଚିବାରୁ କୋର୍ଟ ବାହାରେ ଦୁଃଖରେ କାନ୍ଦି କାନ୍ଦି କହିଛନ୍ତି ଯେ ‘ସାତ ବର୍ଷ ପୂର୍ବେ ତାଙ୍କ ଝିଅଙ୍କ ସହିତ ଅପରାଧ ହେଲା ଏବଂ ଏବେ ସରକାର ବାରମ୍ବାର ତାଙ୍କୁ ଅପରାଧୀଙ୍କ ସାମ୍ନାରେ ମୁଣ୍ଡ ନୁଆଁଉଛନ୍ତି’
ନିର୍ଭୟାଙ୍କ ମା ଏହା ସହ କହିଛନ୍ତି ଦୋଷୀଙ୍କ ଓକିଲ ଏ.ପି. ସିଂହ ତାଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ ଯେ, ଅନନ୍ତକାଳ ପର୍ଯ୍ୟନ୍ତ ଫାଶି ହେବନି; ସେ ତାହା କରି ଦେଖେଇଲେ; ସେ ଏହା ମଧ୍ୟ କହିଛନ୍ତି ଯେ ‘ସେ ସରକାର, କୋର୍ଟ, ନ୍ୟାୟ ବ୍ୟବସ୍ଥାକୁ ଧିକାର କରିଛନ୍ତି ଓ କହିଛନ୍ତି ଯେ ଆଜି ଏହି ଆଇନ ବ୍ୟବସ୍ଥାର ଦୁର୍ବଳତା କାରଣରୁ ଜଣେ ଦୋଷୀର ଓକିଲ ଚ୍ୟାଲେଞ୍ଜ କରି କହିଥିଲେ ଯେ ଅନନ୍ତକାଳ ପର୍ଯ୍ୟନ୍ତ ଫାଶି ହେବ ନାହିଁ; ଦୋଷୀ ଯାହା ଚାହୁଁଛନ୍ତି, ତାହା ହେଉଛି
ଆଶା ଦେବୀ କହିଛନ୍ତି ଯେ, ‘ସେ ଦୋଷୀଙ୍କୁ ଫାଶି ଦେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବେ, ସେ ଲଢ଼ିବେ ଏବଂ ସରକାରଙ୍କୁ ଦୋଷୀକୁ ଫାଶି ଦେବାକୁ ପଡ଼ିବ, ନଚେତ୍ ପୂରା ସମାଜକୁ ସୁପ୍ରିମକୋର୍ଟଠୁ ନେଇ ତଳ କୋର୍ଟ ପର୍ଯ୍ୟନ୍ତ ଆତ୍ମ ସମର୍ପଣ କରିବାକୁ ପଡ଼ିବ’

LEAVE A REPLY

Please enter your comment!
Please enter your name here