ନୂଆ ବର୍ଷ ପାଳିବାର କାରଣ କଣ ଓ କେଉଁ ସଭ୍ୟତାରୁ ଆରମ୍ଭ ଆପଣ ଜାଣନ୍ତି କି?? ଆସନ୍ତୁ ଜାଣିବା

0
364
ନୂଆ ବର୍ଷ ସାରା ଦୁନିଆରେ ଡ଼ିସେମ୍ବର ୩୧ର ରାତି ୧୨ରୁ ଆରମ୍ଭ ହୋଇଛି; ବିଭିନ୍ନ ଦେଶରେ ନୂଆବର୍ଷକୁ ପାଳିବା ନେଇ ଅନେକ ପ୍ରକାର ପରମ୍ପରା ରହିଛି; ଆସନ୍ତୁ ଜାଣିବା କିଛି ସେ ସମ୍ପର୍କରେ
ନୂଆ ବର୍ଷ ପାଳିବାର ପରମ୍ପରାର ଆରମ୍ଭ ପ୍ରଥମେ ରୋମାନ ସାମ୍ରାଜ୍ୟରୁ ହୋଇଛି; ସେମାନେ ଜାନୂୟାରୀ ପହିଲାରୁ ଆରମ୍ଭ କରି ୬ ଦିନ ବ୍ୟାପି ରୋମ ସହରର ବଜାର ଗଳିରେ ନାଚି ଗୀତ ଗାଈ ନୂଆ ବର୍ଷକୁ ସ୍ୱାଗତ କରିଥାନ୍ତି; ତାପରେ ଏହି ପରମ୍ପରା ଇଂଲଣ୍ଡକୁ ବ୍ୟାପ୍ତ ହେଲା; ଆୟର୍ଲାଣ୍ଡରେ ପରମ୍ପରା ଅନୁଯାୟୀ ଯେଉଁ ବ୍ୟକ୍ତି ନୂଆ ବର୍ଷ ଆରମ୍ଭର ୧୨ଦିନ ଭିତରେ ମୃତ୍ୟୁବରଣ କରିଥାଏ ତାକୁ ସ୍ୱର୍ଗବାସ ହୋଇଥାଏ; ସ୍କଟଲାଣ୍ଡରେ ଏହି ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ଅଦାଲତ ବନ୍ଦ ହୋଇଥାଏ; ସେପରି ଇଟାଲୀରେ ନୂଆବର୍ଷ ପ୍ରଥମ ସନ୍ଧ୍ୟାରେ ନିଜ ଘର ଝରକା ଦେଇ ସୋଫା, ଚୌକି, ଫ୍ରିଜ ଇତ୍ୟାଦି ଗୃହର ଅସବାବ ଘରୁ ବାହାରକୁ ବାହାର କରିଥାନ୍ତି; ଇକୱେଡ଼ରରେ ପୂର୍ବ ବର୍ଷର ଘଟିଥିବା ଖରାପ ବସ୍ତୁକୁ ମନେ ପକେଇ ସେଥିରୁ ମୁକ୍ତି ପାଇଁ ଏକ ପୁଆଳ କଣ୍ଢେଇ ବନେଇ ତାକୁ ଜାଳିଥାନ୍ତି; ଆମେରିକାରେ ଉଭୟ ପ୍ରେମିକ ପ୍ରେମିକ ଜାନୁଆରୀ ପହିଲାର ରାତିସାରା ନିଜ ସାଥୀକୁ ଚୁମ୍ବନ ଦେବା ସହ ତା ସହ ରାତ୍ରିଯାପନ କରିଥାନ୍ତି, ଏହାଦ୍ୱାରା ତାଙ୍କ ସମ୍ପର୍କ ମଜବୁତ ହୋଇଥାଏ ବୋଲି ମାନ୍ୟତା ରହିଛି; ରିଓ ଡି ଜେନେରୋ, ବ୍ରାଜିଲରେ ୩୧ ଡିସେମ୍ବର ରାତି ୧୨ରେ ‘ୟାରୁବାନ’ (mother of sea)କୁ ସମ୍ମାନ ଦେଇ ସମୁଦ୍ରରେ ୧୦ ଲକ୍ଷରୁ ଅଧିକ ଲୋକ ଏକାଠି ହୋଇ ଉତ୍ସବ ପାଳନ କରିଥାନ୍ତି
ନୂଆବର୍ଷରେ ପୁରାତନ ଋଣ ପରିଶୋଧ କରିବା, ନିଜର ନକାରାତ୍ମକ ବ୍ୟକ୍ତିତ୍ୱକୁ ତ୍ୟାଗ କରିବା ସଂକଳ୍ପ ଇତ୍ୟାଦି କରାଯାଇଥାଏ; ଏହାଦ୍ୱାରା ସମାଜ ଆଗକୁ ବଢିବାର ଏକ ନୂଆ ପ୍ରେରଣା ମିଳିଥାଏ; ନିଜ ଖରାପ ଗୁଣକୁ ତ୍ୟାଗ କରିବା ପାଇଁ ପ୍ରେରଣା ମିଳେ; ତେଣୁ ପ୍ରଥମ କରି ରୋମ ସାମ୍ରାଜ୍ୟରେ ନୂଆ ବର୍ଷ ପାଳିବା ନିୟମ ଆରମ୍ଭ ହୋଇଥିଲା; ଧୀରେ ଧୀରେ ଏହା ମିଶର, ଗ୍ରୀସ, ମେସୋପଟାମିଆକୁ ବ୍ୟାପ୍ତ ହୋଇଥିଲା

LEAVE A REPLY

Please enter your comment!
Please enter your name here