ବଲିଉଡ଼ ସିଙ୍ଗର ନେହା କ୍କକରଙ୍କ ବହୁ ଫ୍ୟ‌ାନ ଫଲୋୟର ରହିଥିବା ବେଳେ ସୋସିଆଲ ମିଡ଼ିଆରେ ନେହା ବହୁତ ଆକ୍ଟିଭ ମଧ୍ୟ ରହିଛନ୍ତି; କିନ୍ତୁ ନେହାଙ୍କ ଇନଷ୍ଟା ପୋ‌ଷ୍ଟରୁ ତାଙ୍କର ବହୁ ଫ୍ୟାନ ତାଙ୍କ ବିବାହକୁ ନେଇ କଥା ହେଉଛନ୍ତି; ନେହା ଇନଷ୍ଟାରେ କିଛି ଏଭଳି ଲେଖିଛନ୍ତି ଯେ,’ଆଜା ଚାଲ୍ ବିହା କରିୟେ…’; କିନ୍ତୁ ପ୍ରକୃତରେ ଏହା ଏକ ଗୀତର ପ୍ରମୋସନ୍; ଗୀତର ଯେଉଁ ଲାଇନ ନେହା ପୋଷ୍ଟ କରିଛନ୍ତି ସେ ତାଙ୍କ ଗୀତ ‘ଡ଼ାଇମଣ୍ତ ଦା ଛଲ୍ଲା’ରେ ରହିଛି; ନେହାଙ୍କର ଏହି ଗୀତ ଗତ ୨୬ ଅଗଷ୍ଟରେ ରିଲିଜ ହୋଇସାରିଛିନେହା ନିଜେ ଏହି ଗୀତରେ ଅଭିନୟ କରିବା ସହ ନୃତ୍ୟ ବି କରିଛନ୍ତି; ଏହା ସହ ନେହାଙ୍କର ଏହି ଗୀତକୁ ଫ୍ୟାନମାନେ ବହୁ ସଂଖ୍ୟାର ଭଲ ପାଇବା ଦେଇଛନ୍ତି; ଏହାସହ ନେହା ଇନଷ୍ଟାଗ୍ରାମ‌ରେ ଜୁନ ମାସ ସୁଦ୍ଧା ୪୦ ମିଲିୟନ୍ ଫଲୋୟର କ୍ରସ କରିଛନ୍ତି; ଲକଡ଼ାଉନ ସମୟ‌ରେ ମଧ୍ୟ ନେହା ନିଜ ଫ୍ୟାନମାନଙ୍କୁ ଏନଣ୍ଟରଟେନ୍ କରୁଛନ୍ତି; ‌ନେହା ଇଣ୍ତିଆନ ଆଇଡ଼ଲ ‌ସୋ’ରେ ଜଜ ଥିବା ସମୟରେ ଗୀତିକାର ଆଦିତ୍ୟ ନାରାୟଣଙ୍କ ସହ ମିଛ ବାହାଘରକୁ ନେଇ ମଧ୍ୟ ବହୁ ଚର୍ଚ୍ଚାରେ ରହିଥିଲେ

LEAVE A REPLY

Please enter your comment!
Please enter your name here