ପାକିସ୍ତାନର ପେଶାୱର କୋର୍ଟ ଦେଶଦ୍ରୋହ ମାମଲାରେ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି; ଏବେ ମୁସାରଫ ଦୁବାଇରେ ନିଜର ଚିକିତ୍ସା କରୁଛନ୍ତି; କିନ୍ତୁ ମୁସାରଫଙ୍କର ଦେଶ ବିଦେଶରେ ଅନେକ ବେନାମୀ ସମ୍ପତି ରହିଛି; ଅନେକ ବ୍ୟାଙ୍କ ଆକାଉଣ୍ଟ ଓ ତା ସହ ତାଙ୍କର ଦୁଇଟି ଟ୍ରଷ୍ଟ ମଧ୍ୟ ଚାଲିଛି; ପାକିସ୍ତାନ ଅଦାଲତ ତାଙ୍କ ସମସ୍ତ ସମ୍ପତ୍ତି ବ୍ୟାଜ୍ୟାପ୍ତି କରିବା ସହ ବ୍ୟାଙ୍କ ଆକାଉଣ୍ଟ ରଦ୍ଦ କରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି; କିନ୍ତୁ ତାଙ୍କ ପତ୍ନୀ କୋର୍ଟରେ ଅପିଲ କରିବା ପରେ ବ୍ୟାଙ୍କ ଆକାଉଣ୍ଟ ଉପରେ ଲାଗିଥିବା ରୋକ୍‌କୁ ହଟାଇ ଦିଆଯାଇଛି
ମୁସାରଫଙ୍କର ଅନେକ ବ୍ୟାଙ୍କ ଆକାଉଣ୍ଟ ପାକିସ୍ତାନ ଏବଂ ଲଣ୍ଡନରେ ରହିଛି; ବିଦେଶୀ ବ୍ୟାଙ୍କ ଆକାଉଣ୍ଟରେ ପାଖାପାଖି ୧୪୦ କୋଟି ଟଙ୍କା ରହିଥିବା ପାକିସ୍ତାନରେ ଥିବା ବ୍ୟାଙ୍କରେ ୧୨.୫ ଲକ୍ଷ ଟଙ୍କା ରହିଛି; ପାକିସ୍ତାନରେ ସମୁଦାୟ ଆଠଟି ଫ୍ଲାଟ ଓ ଫାର୍ମ ହାଉସ ରହିଛି; ତନ୍ମଧ୍ୟରୁ କରାଚୀରେ ୫୦ ଲକ୍ଷ ଟଙ୍କାର ଘର, ୧୫ ଲକ୍ଷ ଟଙ୍କାର ପ୍ଲଟ, କରାଚୀରେ ଡିଫେନ୍ସ ହାଉସିଂ ଅଥରିଟିରେ ଏକ ଫ୍ଲାଟ (୧୫ ଲକ୍ଷ), ଇସଲାମାବାଦରେ ୭.୫ କୋଟି ଟଙ୍କାର ଫ୍ଲାଟ, ଲାହୋରରେ ୬୦ ଲକ୍ଷ ଟଙ୍କା ଫ୍ଲାଟ ଓ ଇସଲାମାବାଦରେ ୬୦ ଲକ୍ଷ ଟଙ୍କାର ଏକ ଫାର୍ମହାଉସ ରହିଛି; ଲଣ୍ଡନ ଏବଂ ଦୁବାଇରେ ମଧ୍ୟ ଘର ରହିଛି; ଲଣ୍ଡନରେ ଥିବା ଘରର ମୂଲ୍ୟ ପାଖାପାଖି ୩୦ କୋଟି ହେବ
ସୂଚନାଯୋଗ୍ୟ, ୨୦୦୭ ନଭେମ୍ବର ୩ ତାରିଖରେ ମୁସାରଫ ପାକିସ୍ତାନରେ ଜରୁରୀକାଳିନ ପରିସ୍ଥିତି ଜାରି କରିଥିଲେ; ତେଣୁ ୨୦୧୩ ଡିସେମ୍ବରରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାଏର ହୋଇଥିଲା; ୨୦୧୪ ମାର୍ଚ୍ଚ ୩୧ ତାରିଖରେ ମୁସାରଫଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା

LEAVE A REPLY

Please enter your comment!
Please enter your name here