ବର୍ତ୍ତମାନ ସମୟରେ ପାନ୍‌କାର୍ଡ ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ସେୟାର ମାର୍କେଟ୍‌ରେ ନିବେଶ କରିବା ଯାଏଁ ସବୁ କାର୍ଯ୍ୟରେ ଦରକାର ହେଉଛି; ଯଦି ଆପଣଙ୍କ ପାନ୍‌କାର୍ଡ ହଜିଯାଇଥାଏ, ତେବେ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ; ଏବେ ମାତ୍ର ୫୦ ଟଙ୍କାର ଘରେ ବସି ଅନ୍‌ଲାଇନ୍‌ରେ ନୂଆ ପାନ୍‌କାର୍ଡ ଆବେଦନ କରିପାରିବେ
ଏହି ସୁବିଧା ସେମାନଙ୍କୁ ମିଳିବ, ଯେଉଁମାନେ ପାନ୍‌କାର୍ଡ ଇନକମ ଟାକ୍ସ ଡିପାର୍ଟମେଣ୍ଟର ଏନ୍‌ଏସ୍‌ଡିଏଲ୍‌ କିମ୍ବା ୟୁଟିଆ ଜରିଆରେ କରିଛନ୍ତି; ହଜିଯାଇଥିବା ପାନ୍‌ କାର୍ଡରେ ଇମେଲ୍‌ ଏବଂ ଫୋନ୍‌ ନମ୍ବର ଲିଙ୍କ ଥିବ; ଉକ୍ତ ଫୋନ ନମ୍ବର ଓ ଇ-ମେଲ୍‌କୁ ଇନକମ ଟାକ୍ସ ଡିପାର୍ଟମେଣ୍ଟ ୱେବସାଇଟ୍‌ରୁ ଓଟିପି ଆସିଥାଏ
କେମିତି କରିବେ ଆବେଦନ ଆସନ୍ତୁ ଜାଣିବା ସେ ସମ୍ପର୍କରେ ……
  • ପ୍ରଥମେ ଇନକମ ଟାକ୍ସ ଡିପାର୍ଟମେଣ୍ଟ ୱେବସାଇଟ୍‌ର ପାନ୍‌ ୟୁନିଟ୍‌କୁ ଯାଆନ୍ତୁ; ୱେବସାଇଟ୍‌ରେ ଥିବା ରିପ୍ରିଣ୍ଟ ଅଫ୍‌ ପାନ୍‌ କାର୍ଡ ଅପସନରେ କ୍ଲିକ୍‌ କରନ୍ତୁ
  • ଏହାପରେ ନିଜ ପର୍ସନାଲ ଆକାଉଣ୍ଟ ନମ୍ବର(ପାନ୍‌), ଆଧାର ନମ୍ବର ଏବଂ ନିଜ ଜନ୍ମ ତାରିଖ ସ୍ଥାନରେ ନିଜ ବିବରଣୀ ଦିଅନ୍ତୁ; ଏହା ପରେ କ୍ୟାପ୍‌ଚା କୋର୍ଡ ଦେଇ ସବ୍‌ମିଟ୍‌ କଲେ ସମ୍ପୂର୍ଣ୍ଣ ବିବରଣୀ ସ୍କ୍ରିନ୍‌ ଉପରେ ଦେଖାଯିବ
  • ଏହା ପରେ ଭେରିଫିକେସନ ପାଇଁ ଇମେଲ୍‌ କିମ୍ବା ଫୋନ୍‌ରେ ଓଟିପି ଅପସନ ଉପରେ କ୍ଲିକ୍‌ କରନ୍ତୁ
  • ଓଟିପି ଦେବା ପରେ ଅନ୍‌ଲାଇନ୍‌ରେ କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ କିମ୍ବା ଅନ୍‌ଲାଇନ୍‌ ବ୍ୟାଙ୍କିଂ ଜରିଆରେ ୫୦ ଟଙ୍କା ଭରିବାକୁ ପଡିବ
  • ଏହି ପ୍ରୋସେସ ମାଧ୍ୟମରେ ନୂଆ ପାନ୍‌କାର୍ଡ ଆବେଦନ କରିପାରିବେ; ଆବେଦନ କରିବାର କିଛି ଦିନରେ ଆପଣଙ୍କ ଘରକୁ ଡାକରେ ପାନ୍‌କାର୍ଡ ଆସି ପହଞ୍ଚିଯିବ

LEAVE A REPLY

Please enter your comment!
Please enter your name here