Home Odisha ପାର୍ସଲ୍ ବୋମା ବିସ୍ଫୋରଣ କାଣ୍ଡର ମାଷ୍ଟର୍ ମାଇଣ୍ଡ୍ ପୁଞ୍ଜିଲାଲ୍ ମେହେର୍ ଙ୍କ ଜେଲ୍ ରୁ ଚମ୍ପଟ...

ପାର୍ସଲ୍ ବୋମା ବିସ୍ଫୋରଣ କାଣ୍ଡର ମାଷ୍ଟର୍ ମାଇଣ୍ଡ୍ ପୁଞ୍ଜିଲାଲ୍ ମେହେର୍ ଙ୍କ ଜେଲ୍ ରୁ ଚମ୍ପଟ ମାରିବାର ମାଷ୍ଟର୍ ପ୍ଲାନ୍ ହେଲା ଫେଲ୍ ।

0
770
ପାଟଣାଗଡ଼ ପାର୍ଶଲ୍ ବୋମା ବିସ୍ଫୋରଣ ର ମାଷ୍ଟର୍ ମାଇଣ୍ଡ୍ ଓ ସାରା ଓଡ଼ିଶାରେ ମୃତ୍ୟୁର ସୌଦାଗର ଭାବେ ଅପକ୍ଷାତି ଅର୍ଜନ କରିଥିବା ଅପରାଧୀ ପୁଞ୍ଜିଲାଲ୍ ମେହେର୍ ଆଉଥରେ ଚର୍ଚ୍ଚାକୁ ଆସିଛନ୍ତି । କାରଣ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି । ସେ ଜେଲ୍ ଭିତରେ ରହି ପ୍ଲାନିଂ କରୁଥିଲେ ଜେଲ୍ ରୁ ଖସିଯିବା ପାଇଁ କିନ୍ତୁ ତାଙ୍କ ଉଦ୍ୟମ ବିଫଳ ହୋଇଛି । ପ୍ଲାନିଂ ତ ପୁରା ସୁନ୍ଦର ଭାବେ କରି ଦେଇଥିଲେ ଯେମିତି ଫିଲ୍ମରେ ହୁଏ କିନ୍ତୁ ଏଠି ଦୁଇଜଣ ପୁଲିସ ବାଲା ନିଜ ଜୀବନକୁ ଖାତିର୍ ନକରି ଲଢ଼େଇ କରିଥିଲେ ପୁଞ୍ଜିଲାଲ୍ ଓ ତାଙ୍କ ୬ ଜଣ କ୍ରିମନାଲ୍ ସାଥିଙ୍କ ସହିତ ।
ଆପଣଙ୍କୁ କହିଦେବୁ କି କିଛି ଦିନ ତଳେ ପାର୍ସଲ୍ ବୋମା ଘଟଣାଟି ସାରା ଦେଶକୁ ହଲେଇ ଦେଇଥିଲା । ଏହି ଘଟଣାରେ ଦୁଇଜଣଙ୍କ ଜୀବନ ଯିବା ସହିତ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହି ବୋମା ବିସ୍ଫୋରଣରେ ମୂଖ୍ୟ ଏବଂ କେବଳ ହତ୍ୟାକାରୀ ପୁଞ୍ଜିଲାଲ୍ ମେହେର୍ ଯିଏକି ଜଣେ ଅଧ୍ୟାପକ ଥିଲେ । ୟୁଟୁବ୍ ରୁ ବୋମା ପ୍ରସ୍ତୁତ କରିବାର କୌଶଳ ଶିଖି ନିଜେ ବୋମା ପ୍ରସ୍ତୁତ କରି ଓ ନିଜେ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରିଥିଲେ କିପରି ଭାବେ ପାର୍ସଲ୍ ଆସିବ ଓ କେମିତି ତାହା ଫୁଟିବ । ହେଲେ ପାଟଣାଗଡ଼ ପୋଲିସ ହାତରେ ଧରା ପଡି ଏବେ ସେ ପାଟଣାଗଡ଼ ଜେଲ୍ ରେ ଅଛନ୍ତି ।

ତାଙ୍କର ପ୍ଲାନ୍ ମୁତାବକ ସେ ସେହି ଦିନର ଅପେକ୍ଷାରେ ଥିଲେ ଯେଉଁଦିନ ଜେଲ୍ ରେ କର୍ମଚାରୀ କମ୍ ରହିବେ । ଦୁଇଦିନ ପୂର୍ବରୁ ବଲାଙ୍ଗୀର ଜେଲ୍ ରୁ ୬ ଜଣ ଦୁର୍ଦାନ୍ତ ଅପରାଧୀ ପାଟଣାଗଡ଼ ଜେଲ୍ କୁ ସିଫ୍ଟ୍ ହୋଇଥିଲେ । ସେ ଛଅ ଜଣଙ୍କ ସହ ମିଶି ଜେଲ୍ ରୁ ଖସି ଯିବାର ପ୍ଲାନ୍ କରାଯାଇଥିଲା । ଯେଉଁଦିନ ମୋଦି ଆସିଥିଲେ ବଲାଙ୍ଗୀର ସେଦିନ ପାଟଣାଗଡ଼ ଥାନାର ପୋଲିସ ଷ୍ଟାଫ୍ ବଲାଙ୍ଗୀର ଚାଲି ଯାଇଥିଲେ । ଆଉ ଦୁଇ ଜଣ ଛୁଟିରେ ଥିଲେ, ଥାନାରେ ମାତ୍ର ଦୁଇଜଣ ପୋଲିସ ଷ୍ଟାଫ୍ ଥିଲେ ଏହି ସୁଯୋଗକୁ ଅପେକ୍ଷା କରିଥିଲେ ପୁଞ୍ଜିଲାଲ୍ । ଥାନା ଷ୍ଟାଫ୍ କମ୍ ଥିବାରୁ ଏହି ଦିନକୁ ଚୟନ କରିଥିଲେ ପୁଞ୍ଜିଲାଲ୍ । ଏହି ସମୟରେ ମୂଖ୍ୟ ଫାଟକ ପାଖରେ ପହଞ୍ଚି ଯାଇଥିଲେ ପୁଞ୍ଜିଲାଲ୍ ଅନ୍ୟ ୬ ଜଣ କ୍ରିମନାଲ୍ ସାଥିଙ୍କ ସହ । ସେଠାରେ ପୋଲିସଙ୍କ ସହ ମାଡ଼ଗୋଳ ଚାଲିଥିଲା ପ୍ରାୟ ଦୁଇ ଘଣ୍ଟା, ଏହା ଭିତରେ ଜଣେ ପୋଲିସ ଚତୁରତାର ସହ ଯାଇ ବଜେଇ ଦେଇଥିଲେ ସାଇରନ୍ । ସାଇରନ୍ ର ଶବ୍ଦ ଶୁଣି ଚାଲି ଆସିଥିଲେ ବାହାର ଲୋକ ଏବଂ ଅଫ୍ ଡୟୁଟି ପୋଲିସ ଷ୍ଟାଫ୍ ତାପରେ ଅନ୍ୟ ଥାନାରୁ ପୋଲିସ ଆସି ପ୍ଲାନ୍ ଭଣ୍ଡୁର କରିଥିଲେ ପୁଞ୍ଜିଲାଲ୍ ର ।
ପୁଞ୍ଜିଲାଲ୍ ଜଣେ ଅଧ୍ୟାପକ ଥିଲେ ସେ ଉଚ୍ଚ ଶିକ୍ଷିତ ତେଣୁ ତାଙ୍କୁ କୁହାଯାଉଛି ହାଇପ୍ରୋଫାଇଲ୍ କ୍ରିମନାଲ୍ ହେଲେ ସେ ହାଇପ୍ରୋଫାଇଲ୍ କ୍ରିମନାଲ୍ ର ମାଷ୍ଟର୍ ପ୍ଲାନ୍ ଫେଲ୍ ମାରିଛି ପାଟଣାଗଡ଼ ପୋଲିସ ମାନଙ୍କ ସମ୍ମୁଖରେ ।

NO COMMENTS

LEAVE A REPLY

Please enter your comment!
Please enter your name here