ପିଆଜ ଆଣିଛି ଆଖିରେ ଲୁହ, କିଲୋ ଫିଛା ଦର ୧୫୦ ଛୁଇଁଲା, ଟିକ୍‌ଟକ୍‌ରେ ପିଆଜ ଭିଡିଓ ଭାଇରାଲ୍

0
272

ଗତକାଲି ୧୦୦ ଥିଲା ବେଳେ ଆଜି ପିଆଜ ଦର ଆଜି ଛୁଇଁଛି; ରାଜ୍ୟରେ ଏବେ ପିଆଜ ଦର ନିୟନ୍ତ୍ରଣର ବାହାରେ; ଗତକାଲି କଟକରେ ୧୨୦ରେ ବିକ୍ରି ହେଉଥିବା ପିଆଜ, ୨୪ ଘଣ୍ଟା ଭିତରେ ୧୫୦ରେ ପହଞ୍ଚିଛି; ତେବେ ଏହି ପିଆଜ ଦର ଲୋକଙ୍କ ଦେହସୁହା ହୋଇଗଲାଣି ଆଉ ଲୋକଙ୍କୁ କିଛି ଲାଗୁନି ବୋଲି କହୁଛନ୍ତି;
ଗୁରୁବାର କଟକର କେତେକ ଲୋକ ପିଆଜ ଦର ବୃଦ୍ଧିକୁ ନେଇ ମତ ପ୍ରକାଶ କରିଥିଲେ; ସେମାନେ କହିଥିଲେ ଯେ, ଏସବୁ କଥା ଆଉ ସେମାନଙ୍କର ଜୀବନରେ କିଛି ଫରକ୍ ପକୋଉନି; ଯେଉଁଦିନଠୁ ପିଆଜ ଦର ୧୦୦ ହେଇସାରିଛି ସେହିଦିନଠାରୁ ସେମାନେ ପିଆଜ ଆଉ ନଖାଇ ବିନା ପିଆଜ ରସୁଣ ଖାଉଛନ୍ତି; ଆଉ କିଛି ଦିନ ପରେ ପିଆଜ ସୁନା ଦୋକାନରେ ଗହଣା ଭଳି ବିକ୍ରି ହେବ ବୋଲି ଲୋକେ କହୁଛନ୍ତି
ରାଜ୍ୟର ସବୁ ସହରରେ ଏବେ ପିଆଜ ଦର ୧୦୦ ଟଙ୍କା ଉପରେ ରହିଛି।; କଟକରେ ପିଆଜ ଦର ୧୫୦ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ୧୩୦ ଉପରେ; ସେହିପରି ପିପିଲି ଓ ସମ୍ବଲପୁରରେ ପିଆଜ ଦର ୧୨୦, ବାଙ୍କୀରେ ୧୧୦, ନବରଙ୍ଗପୁର, ନୂଆପଡ଼ା, ଆନନ୍ଦପୁର ଓ ବ୍ରହ୍ମପୁରରେ ପିଆଜ ଦର ୧୦୦ରେ ବିକା ହେଉଚି
ରୋଷେଇ ଘରେ ବିନା ପିଆଜରେ ଖାଦ୍ୟ କେମିତି ସ୍ୱାଦଯୁକ୍ତ ହେବ ସେନେଇ ଚିନ୍ତାରେ ସବୁ ଗୃହିଣୀ; ରୋଷେଇ ଘରେ ଏବେ ପିଆଜମାନେ ଛୁଟିରେ ଥିବା ଭଳିଆ ଲାଗୁଥିବା ଗୃହିଣୀମାନେ କହିଛନ୍ତି
ଅନ୍ୟପଟେ ସୋସିଆଲ୍ ମିଡିଆରେ ମଧ୍ୟ ପିଆଜକୁ ନେଇ ଚର୍ଚ୍ଚା ଜୋରଦାର; ଟିକଟକ୍‌ଠାରୁ ଆରମ୍ଭ କରି ଫେସବୁକ୍, ଟୁଇଟରରେ ପିଆଜକୁ ନେଇ ଜୋରଦାର ଚର୍ଚ୍ଚା; ଏପରିକି ଟିକ୍‌ଟକ୍‌ରେ ଲୋକମାନେ ପିଆଜ ଚୋରି କରୁଥିବା ଦୃଶ୍ୟ ଖୁବ୍ ଭାଇରାଲ୍ ହେଉଛି; ଲୋକମାନେ ସୁନାଗହଣାକୁ ଛାଡ଼ି ପିଆଜକୁ ଲୁଚେଇ ରଖୁଥିବା ଟିକ୍‌ଟକ୍‌ରେ ଭିଡିଓ ଭାଇରାଲ୍ ହେଉଛି
ସେହିପରି ସଂସଦରେ ମଧ୍ୟ ନେତା ନେତାଙ୍କ ଭିତରେ ପିଆଜ ପାଇଁ ରାଜନୀତି ଦେଖିବାକୁ ମିଳିଛି; ଗୁରୁବାର ପିଆଜକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ବାକ୍ ଯୁଦ୍ଧରେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି

LEAVE A REPLY

Please enter your comment!
Please enter your name here