ଦୀପ କୁହ କିମ୍ବା ଦୀପକ, ଦୀପକର କାମ ଅନ୍ଧାରକୁ ଦୂର କରି ଆଲୋକ ପ୍ରଦାନ କରିବା । ସେମିତିରେ ଆମେ କହିବାକୁ ଯାଉଛୁ ଆଇଏଏସ୍ ଅଫିସର ଦୀପକ ରାୱତଙ୍କ ବିଷୟରେ ଯିଏ ଜଣେ ସହିଦ୍ ଯବାନଙ୍କ ମାଆର ଜୀବନରୁ ଅନ୍ଧାର ହଟାଇ ତାଙ୍କ ଜୀବନରେ ଆଲୋକର ଗୋଟିଏ ଶିଖା ଜାଳିଦେଲେ ।
ଉତ୍ତରାଖଣ୍ଡ ରାଜ୍ୟର ହରିଦ୍ୱାର ଜିଲ୍ଲା ଅଧିକାରୀ ଦୀପକ ରାୱତ ନିଜ ଭଲକାମ ପାଇଁ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ସୋସିଆଲ୍ ମିଡିଆରେ ପ୍ରତିଦିନ ତାଙ୍କ ନିର୍ମଳ ହୃଦୟର ଭଲକାମକୁ ନେଇ ଚର୍ଚ୍ଚା ହୋଇଥାଏ । ଲୋକଙ୍କ ଗୋଟିଏ କଲ୍ ରେ ସେ ତୁରନ୍ତ କାମ କରୁଥିବା ଅଧିକାରୀ ରୁପେ ସୋସିଆଲ୍ ମିଡିଆରେ ଖୁବ୍ ଲୋକପ୍ରିୟ । କିନ୍ତୁ ତାଙ୍କର ଆଜି ଏଭଳି ଏକ କଥା ଆମେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ତାଙ୍କ ପ୍ରଶଂସା କରି କରି ଥକିଯିବେ ।
ସେ ଜଣେ ସହିଦଙ୍କ ଘରକୁ ଯାଇଥିଲେ, ସହିଦ୍ ମା’ଙ୍କ ଆଗରେ ଅଧିକାରୀ ରୁପରେ ନୁହଁ ଆଉ ଏକ ପୁଅ ରୁପେ ସେ ଯାଇଥିଲେ । ଦେଶସେବାରେ ନିୟୋଜିତ ମେଜର ଶୁଭମ୍ ୧୨ ବର୍ଷ ପୂର୍ବେ ନିଜ ଜୀବନକୁ ଦେଶ ପାଇଁ ବଳୀଦାନ କରିଥିଲେ । ଯବାନ୍ ପୁଅକୁ ଝୁରି ଝୁରି ବାପାଙ୍କ ଜୀବନ ବି ଚାଲିଯାଇଥିଲା । ଘରେ ଏବେ କେବଳ ଶୁଭମଙ୍କ ମା’ ହିଁ ଅଛନ୍ତି । ମେଜର ଶୁଭମଙ୍କ ପରିବାରର କଥା ଶୁଣି ଜିଲ୍ଲାଧିକାରୀ ଦୀପକ ରାୱତ୍ ତାଙ୍କ ଘରେ ପହଞ୍ଚିଥିଲେ । ଉକ୍ତ ଦିନ ଶୁଭମଙ୍କ ଜନ୍ମଦିନ ଥିବାରୁ ମା’ ପୁଅକୁ ମନେପକାଇ କାନ୍ଦୁଥିଲେ । ୧୨ ବର୍ଷ ପରେ ପାଖରେ ପୁଅ ନଥିଲେ ବି ମା’ ପୁଅକୁ ମନେ ପକାଇ କେକ୍ ପ୍ରସ୍ତୁତ କରିଥିଲେ । ଡିଏମ୍ ଦୀପକ ପହଞ୍ଚି ଜଣେ ପୁଅଙ୍କ ଭଳି ସହିଦ୍ ଙ୍କ ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବା ସହ ଝିଅ ଭଳି ସବୁ ସମୟରେ ସାଥିରେ ରହିବା ପାଇଁ ମଧ୍ୟ କଥା ଦେଇଥିଲେ । ଯଦି ଆମ ଦେଶରେ ଏମିତି ଆଇଏଏସ୍ ଅଫିସର ରହିବେ ତାହେଲେ ଆମ ଦେଶ ନିଶ୍ଚିତ ଦିନେ ବିଶ୍ବ ଗୁରୁ ହୋଇ ସାରା ବ୍ରହ୍ମାଣ୍ଡକୁ ମାର୍ଗ ଦର୍ଶନ କରାଇବ ।
ଆମ ନିୟୁଜ୍ ଯଦି ଆପଣଙ୍କ ହୃଦୟକୁ ସ୍ପର୍ଶ କରିଛି ତାହେଲେ ସେୟାରଟିଏ କରି ଅନ୍ୟ ମାନଙ୍କୁ ବି ପଢ଼ିବାର ସୁଯୋଗ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here