ଦାରିଂଗିବାଡି ଆବାସିକ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କ ପ୍ରସବ ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ କଳାହାଣ୍ଡି ଜିଲ୍ଲାର ଜଣେ ଛାତ୍ରୀଙ୍କ ଗର୍ଭପାତ ଘଟଣା ପଦାକୁ ଆସିଛି । ନର୍ଲାର ଏକ ପ୍ରତିଷ୍ଠିତ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଗର୍ଭପାତ କରାଇବାକୁ ଉଦ୍ୟମ କରାଯାଇଛି,  ଗୁରୁତର ଅବସ୍ଥାରେ ସେହି ଛାତ୍ରୀଙ୍କୁ ମେଡିକଲ୍ ରେ ଭର୍ତ୍ତି କରାଯିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ସାରା ରାଜ୍ୟରେ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ପୀଡିତା ଅନ୍ୟ ରାଜ୍ୟର ବୋଲି ଜଣାପଡିଛି । ସେ ଓଡିଶା ଆସି ନର୍ଲାର ଏକ ପ୍ରତିଷ୍ଠିତ ଆବାସିକ ବିଦ୍ୟାଳୟରେ ରହି ପାଠପଢୁଥିଲେ । ପୀଡିତା ଅଷ୍ଟମ ସପ୍ତାହର ଗର୍ଭବତୀ ହେବା ପରେ କେହି ତାଙ୍କୁ ଔଷଧ ଦେଇ ଗର୍ଭପାତ କରିବାକୁ ଚେଷ୍ଟା କରିଥିଲେ, ଫଳରେ ଗୁରୁତ୍ତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କ ଅବସ୍ଥାରେ ସୁଧାର ନଆସିବାରୁ ବୁର୍ଲା ହସ୍ପିଟାଲ୍‌ ସ୍ଥାନାନ୍ତରିତ କରାଯାଇଥିଲା ହେଲେ ଏହି ଘଟଣା ପଛରେ କିଏ ଦାୟୀ ସେକଥା ଜଣାପଡିନି ହେଲେ ବିଦ୍ୟାଳୟର ଶିକ୍ଷକଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଥିବାବେଳେ ଲୋକଲଜ୍ଜାରୁ ବଂଚିବା ଲାଗି ପରିବାର ଲୋକେ ତାକୁ ଘରକୁ ନେଇ ପଳାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here