୨୦୧୬ ମସିହାରେ ଜିଓ ନୂଆ କରି ଲଞ୍ଚ କରିବାରୁ ଟେଲିକମ ମାର୍କେଟରେ ଚାହିଦା ଖୁବ ହୋଇଥିଲା; ଏହାର ଫ୍ରି ଡାଟା ସହ ଫ୍ରି କଲିଂ ସୁବିଧା ଗ୍ରାହକଙ୍କୁ ଆକୃଷ୍ଟ କରିଥିଲା; ସେଥିପାଇଁ ଅନ୍ୟ ଟେଲିକମ କମ୍ପାନୀଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଥିଲା; ଏପରିକି ଭୋଡାଫୋନ-ଆଇଡ଼ିଆ ପରସ୍ପର ମଧ୍ୟରେ ମିଶ୍ରଣ କରିଦେଇଥିଲେ

ଜିଓ ପୁଣି ଥରେ ଦେଶର ସବୁଠାରୁ ବଡ ଟେଲିକମ କମ୍ପାନୀର ସ୍ଥାନ ପାଇଛି; ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ(ଟ୍ରାଇ)ର ରିପୋର୍ଟ ଅନୁଯାୟୀ ୨୦୧୯ ମସିହାରେ ଜିଓ ଏକ ନମ୍ବର ସ୍ଥାନ ଅଧିକାର କରିଛି; ଏହି ତାଲିକାରେ ଏୟାରଟେଲ ଦ୍ୱିତୀୟ ସ୍ଥାନ ଓ ଭୋଡାଫୋନ-ଆଇଡ଼ିଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି; ଜିଓର ମାର୍କେଟ ସେୟାର ୩୨.୦୪ ପ୍ରତିଶତ ରହିଥିବା ବେଳେ, ଏୟାରଟେଲର ମାର୍କେଟ ସେୟାର ୨୮.୩୫ ପ୍ରତିଶତ ଓ ଭୋଡାଫୋନ-ଆଇଡ଼ିଆର ମାର୍କେଟ ସେୟାର ୨୯.୧୨ ପ୍ରତିଶତ ରହିଛି; ନଭେମ୍ବର ୨୦୧୯ ସୁଦ୍ଧା ଜିଓର ୩୭କୋଟି ୟୁଜର ଅଛନ୍ତି; ବର୍ଷକ ଭିତରେ ୨୩ ଲକ୍ଷ ଗ୍ରାହକ ଏୟାରଟେଲକୁ ଛାଡ଼ିଥିବା ବେଳେ ୨୫ ଲକ୍ଷ ଗ୍ରାହକ ଭୋଡାଫୋନ-ଆଇଡିଆକୁ ଛାଡିଦେଇଛନ୍ତି

LEAVE A REPLY

Please enter your comment!
Please enter your name here