ପୁଣି ଥରେ ହେବ ଓଡ଼ିଶାରେ 2023 ରେ ପୁରୁଷ ହକି ବିଶ୍ୱକପ୍‌

0
196

ଓଡ଼ିଶା ହକି ବିଶ୍ୱକପ-୨୦୧୮ର ପୂର୍ତ୍ତି ଅବସରରେ ବୁଧବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା; ଏଥିରେ ଅନ୍ତର୍ଜାତୀୟ ହକି ଫେଡେରେସନର ସଭାପତି ନରିନ୍ଦର ଧ୍ରୁବ ବାତ୍ରା କହିଛନ୍ତି ଯେ, ୨୦୨୩ ପୁରୁଷ ହକି ବିଶ୍ୱକପ୍‌ ଓଡ଼ିଶାରେ ହେବ; ହକି ପାଇଁ ଭୁବନେଶ୍ୱର ବିକାଶମୂଳକ କାମ କରୁଛି; ଆମେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ନେଇ ଏଠାରେ ୨୦୧୮ ହକି ବିଶ୍ୱକପ ଆୟୋଜନ କରି ଅଦ୍ଭୁତ ସଫଳତା ପାଇଛୁ ଯାହା ସାରା ବିଶ୍ୱରେ ଗ୍ରହଣୀୟ ହୋଇପାରିଛି; ଦୁଇପଦ ସେ ଓଡ଼ିଆରେ କହିଲେ ଯେ “ମୁଁ ଯଦିଓ ପଂଜାବୀ ତଥାପି ଓଡ଼ିଆରେ କହିବାକୁ ଚାହୁଁଛି। ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଋଣୀ। ଓଡ଼ିଶାବାସୀ ଯେଉଁ ଭଲ ପାଇବା ଦେଇଛନ୍ତି, ସେଥିପାଇଁ ଆମେ ଋଣୀ।”
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ହକି ବିଶ୍ୱକପ୍‌ ଭୁବନେଶ୍ୱର ଓ ରାଉରକେଲାରେ ହେବ; ଏହି ବିଶ୍ୱକପ୍‌ ୨୦୨୩ ଜାନୁଆରି ୧୩ରୁ ଆରମ୍ଭ ହେବ। ଦୀର୍ଘ ୧୭ ଦିନ ପରେ ଜାନୁଆରି ୨୯ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ ବୋଲି ଗତ ୮ ତାରିଖରେ ଘୋଷଣା ହୋଇଥିଲା।
ଭାରତ ସ୍ୱାଧୀନ ହେବା ପରେ ୧୯୭୧ ପରଠାରୁ ୪ର୍ଥ ଥର ପାଇଁ ହକି ବିଶ୍ୱକପ୍‌ ଆୟୋଜନ ହେବ; ଏହାକୁ ଆୟୋଜନ କରିବା ପାଇଁ ଭାରତ ସମେତ ୩ଟି ଦେଶ ଅବେଦନ କରିଥିଲେ; ଗତ ବର୍ଷ ଭାରତ ୧୪ତମ ସଂସ୍କରଣର ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟ ଓଡ଼ିଶାର ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ଭାରତରେ ଏଯାଏଁ ୩ଟି ପୁରୁଷ ହକି ବିଶ୍ୱକପ୍‌ ଖେଳାଯାଇଛି। ମୁମ୍ବାଇରେ ୧୯୮୨, ନୂଆଦିଲ୍ଲୀରେ ୨୦୧୦ ଓ ଭୁବନେଶ୍ୱରରେ ୨୦୧୮ରେ ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ ହୋଇଛି।

LEAVE A REPLY

Please enter your comment!
Please enter your name here