ଦେଶରେ ଏବେ ଶସ୍ତା କଲିଂ ନେଟୱର୍କ ରିଲାୟନ୍ସ ଜିଓ ପୁଣି ଏକ ଝଟକା ଗ୍ରାହକଙ୍କୁ ଦେଇଛି; ଆଗରୁ ଅସୀମିତ କଲିଂ ସୁବିଧା ଦେଉଥିବା ବେଳେ କିଛି ଦିନ ତଳେ ସବୁ ଲିମିଟେଡ଼ କରିଦେଇଥିଲା; ପୁଣି ଏବେ ମୁକେଶ ଅମ୍ବାନୀଙ୍କ ରିଲାୟନ୍ସ ଜିଓ ମୋବାଇଲ ଟାରିଫ ଡିସେମ୍ବର ୬ରୁ ୪୦ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛି

ରବିବାର ଦିନ ଏକ ଘୋଷଣାରେ ଜଣାପଡିଛି ଯେ, ମୋବାଇଲ ରେଟ୍ସ ସର୍ଭିସ ରେଟ୍ସ ଅଲ ଇନ ଓ୍ଵାନ ପ୍ଲାନ୍ସ ଆଧାରରେ ବୃଦ୍ଧି କରାଯିବ; କିନ୍ତୁ ଗ୍ରାହକଙ୍କୁ ପୂର୍ବାପେକ୍ଷା ୩୦୦ ପ୍ରତିଶତ ଅଧିକ ଫାଇଦା ମିଳିବ; ଏଥିରେ ଗ୍ରାହକଙ୍କୁ ଅସୀମିତ ଭଏସ କଲ ଓ ଅସୀମିତ ଡାଟା ମିଳିବ; ଏହି ପ୍ଲାନରେ ଗ୍ରାହକଙ୍କୁ ଅନ୍ୟ ମୋବାଇଲ ନେଟଓ୍ଵର୍କକୁ ଆରାମରେ ମାଗଣାରେ କଲ କରି ପାରିବେ; ଏହି ନୂତନ ପ୍ଲାନ ୪୦ ପ୍ରତିଶତ ମହଙ୍ଗା ହେବ; କିନ୍ତୁ ଗ୍ରାହକଙ୍କୁ ୩୦୦ ପ୍ରତିଶତ ଅଧିକ ଫାଇଦା ମିଳିବ।

ରିଲାୟନ୍ସ ଜିଓ ମଧ୍ୟ କହିଛି ଯେ, ଭାରତୀୟ ଟେଲିକମ ଇଣ୍ଡଷ୍ଟ୍ରୀରେ ସ୍ଥିରତା ବଜାୟ ରଖିବା ଲାଗି ସମସ୍ତ ଜରୁରୀ ଉପାୟ କରୁଛି; ତେଣୁ ନିଜ ଗ୍ରାହକଙ୍କ ହିତକୁ ଦୃଷ୍ଟିରେ ରଖିବା ସହିତ ଭାରତୀୟ ଟେଲିକମ ଇଣ୍ଡଷ୍ଟ୍ରୀରେ ସନ୍ତୁଳନ ରକ୍ଷା ପାଇଁ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେବାକୁ ପଡୁଛି

LEAVE A REPLY

Please enter your comment!
Please enter your name here