ଆଜି ମଧ୍ୟାହ୍ନରେ କଟକର ଜଣେ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଥିବାବେଳେ ସନ୍ଧ୍ୟାରେ ପୁଣି ଏକକାଳୀନ ୩ ଜଣ କରୋନା ସଙ୍କ୍ରମିତ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି; ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବମିଖାଲ ଅଂଚଳରୁ ଏହି ୩ ଜଣ କରୋନା ସଙ୍କ୍ରମିତ ଙ୍କୁ ଚିହ୍ନଟ କରାଯାଇଛି; ସୂଚନା ଅନୁଯାଇ ସେ ୩ଜଣ ବ୍ୟକ୍ତି ବମିଖାଲ ଅଂଚଳର ଏକ ଆପାର୍ଟମେଣ୍ଟର; ପୋଲିସ ଘଟଣା ସ୍ଥଳରେ ପହଁଚି ସେ ସ୍ଥାନକୁ ଲୋକଙ୍କ ଯିବାକୁ ବାରଣ କରୁଛି; ଏକ ପକ୍ଷରେ ଗୋଟିଏ ଦିନ ରେ ୪ ଜଣ ଚିହ୍ନଟ ହେବା ସହ ଗୋଟିଏ ସ୍ଥାନରୁ ୩ ଜଣଙ୍କୁ ଚିହ୍ନଟ କରାଯିବା ଅତ୍ୟନ୍ତ ଚିନ୍ତାଜନକ ବିଷୟ

ବର୍ତମାନ ରାଜ୍ୟରେ କରୋନା ସଙ୍କ୍ରମିତ ଙ୍କ ସଂଖ୍ୟା ୯ କୁ ବୃଦ୍ଧି ପାଇଛି; ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୭ ଜଣ ବର୍ତମାନ ଚିକିତ୍ସାଧିନ ଅଛନ୍ତି; ପରିସ୍ଥିତି ଅଣାୟତ୍ତ ହେବା ଭୟରେ ଆଜି ରାତି ୮ ଟା ରୁ ରବିବାର ରାତି ୮ ଟା ପର୍ଯ୍ୟନ୍ତ ୪୮ ଘଂଟା ପାଇଁ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରରେ ସମ୍ପୂର୍ଣ୍ଣ ଲକ ଡାଉନ ଘୋଷଣା କରାଯାଇଛି; ଯାହା ଏକ ପ୍ରକାର କର୍ଫ୍ୟୁ ବୋଲି କଡ଼ା କଡ଼ି ଭାବେ ଏହାକୁ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି; ଯଦି କେହି ଏହି ସମୟରେ ଘରୁ ବାହାରକୁ ଗଲେ ତାଙ୍କୁ ପୋଲିସ ଆରେଷ୍ଟ କରି ୧୪ ଦିନ କ୍ଵାରେନଟାଇନରେ ରଖିବ ବୋଲି ସୂଚନା ଦେଇଛି

LEAVE A REPLY

Please enter your comment!
Please enter your name here