ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ରେ ଝୁଲିଲା ତାଲା । ଶ୍ରଦ୍ଧାଳୁ ଦର୍ଶନ ବିନା ଫେରିଗଲେ ! ଏହା ପ୍ରଶାସନ ର ଦାଦାଗିରି ନି ସେବାୟତମାନଙ୍କର ? ଦିନ କୁ ଦିନ ବଢ଼ି ଚାଲିଛି ଦାଦାଗିରି । ଶ୍ରୀମନ୍ଦିରକୁ ନିଜ ଘର ଭାବି ନେଇଛନ୍ତି ଏମାନେ ବିଶ୍ବ ଦରବାରରେ ଲାଜ ଲାଗୁଛି ଓଡ଼ିଶା ବାସୀଙ୍କୁ ।
ବିବାଦ ସେହି ସମୟରେ ହେଲା ଯେତେବେଳେ ଶ୍ରଦ୍ଧାଳୁଙ୍କର ଭାରି ମାତ୍ରାରେ ଭିଡ଼ ଥିଲା ମନ୍ଦିର ସାମ୍ନାରେ । ଏବେ ଚାଲିଛି ଶୀତକାଳୀନ ଛୁଟି ସେଥିପାଇଁ ମନ୍ଦିରରେ ପ୍ରବଳ ଭିଡ଼ । କିନ୍ତୁ ଏମାନଙ୍କୁ କିଏ ବୁଝେଇବ ଯେ ଦେଶ ବିଦେଶରୁ ଆସୁଛନ୍ତି ଶ୍ରଦ୍ଧାଳୁ ।
ପୋଲିସ ଏହି ଆରୋପ ଲଗଉଛି ଯେ ଶ୍ରୀମନ୍ଦିର ପୂଜାରୀ ଭବାନି ଶଙ୍କର ମହାପାତ୍ର ତିନି ଜଣ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରଉଥିଲେ କିନ୍ତୁ ମୂଖ୍ୟ ଫାଟକରେ ଥିବା ପୋଲିସ୍ ସେମାନଙ୍କୁ ଅଟକାଇ ଦେଲେ କାରଣ ପୋଲିସ୍ ମାନଙ୍କୁ ସନ୍ଦେହ ହେଲା ଯେ ପୂଜାରୀ ଯେଉଁ ମାନଙ୍କୁ ନେଇ ଯାଉଥିଲେ ସେମାନେ ହିନ୍ଦୁ ନୁହନ୍ତି । ଶ୍ରୀମନ୍ଦିର ରେ କେବଳ ହିନ୍ଦୁ ମାନଙ୍କୁ ପ୍ରବେଶ କରିବାର ସ୍ବୀକୃତି ଅଛି । ଅନ୍ୟ ଧର୍ମର ଲୋକ ମାନଙ୍କୁ ନୁହେଁ । ଶ୍ରୀଯୁକ୍ତ ମହାପାତ୍ର FIR ରେ ଲେଖିଛନ୍ତି ଯେ ଫାଟକରେ ଥିବା ପୋଲିସ୍ ତାଙ୍କ ସହିତ ଦୁର୍ବ୍ୟବହାର କଲେ ଏପଟେ ପୋଲିସ୍ ମଧ୍ୟ ଲିଖିତ FIR ଥାନାରେ ଦେଇଛନ୍ତି ।
ପୋଲିସ୍ ଫାଟକ ପାଖରେ ଅଟକେଇବାରୁ ଭବାନି ଶଙ୍କର ମହାପାତ୍ର ଆଉ ପୋଲିସ୍ ଭିତରେ ଝଗଡା ହୋଇଥିଲା ଫଳରେ ମନ୍ଦିରର ସମସ୍ତ ପୂଜାରୀ ଗୋଟିଏ ପଟ ଏବଂ ପୋଲିସ୍ ଗୋଟିଏ ପଟ ହୋ ଝଗଡା କରିଥିଲେ । ଯାହାର ଫଳ ଶ୍ରଦ୍ଧାଳୁ ମାନଙ୍କ ଉପରେ ପଡ଼ିଲା ।
ଶ୍ରୀମନ୍ଦିର ଭିତରକୁ ପ୍ରବେଶ କେବଳ ହିନ୍ଦୁ ମାନଙ୍କ ପାଇଁ ଏହା ଆଜିର ନିୟମ ନୁହେଁ ଯେବେଠୁ ଏ ମନ୍ଦିର ନିର୍ମାଣ ହୋଇଛି ସେବେଠୁ । ୧୯୮୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମନ୍ଦିର ପୂଜାରୀ ଏଥିପାଇଁ ରୋକିଥିଲେ ଯେହେତୁ ଇନ୍ଦିରା ଗାନ୍ଧୀ ଜଣେ ପାର୍ଶୀଙ୍କୁ ବିବାହ କରିଛନ୍ତି । ୨୦୦୬ ରେ ସୁଇଜରଲ୍ୟାଣ୍ଡର ଏଲିଜାବେଥ୍ ଜିଗ୍ଲର୍ ଙ୍କୁ ବି ଅନୁମତି ମିଳି ନଥିଲା ସେ ଦାନରେ ମନ୍ଦିରକୁ ୧.୭୮ କୋଟି ଟଙ୍କା ଦେଲା ପରେ ମଧ୍ୟ କାରଣ ସେ ଖ୍ରୀଷ୍ଟ ଧର୍ମ ଅବଲମ୍ବୀ ।
Attachments area

LEAVE A REPLY

Please enter your comment!
Please enter your name here