ପାକିସ୍ତାନରେ ଏମିତି ଏକ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି; ଜୁଆ ଖେଳୁଥିବା ଦର୍ଶାଇ ପୁଲିସ୍‌ ଗୋଟିଏ ଗଧକୁ ଗିରଫ କରିଛି; ଗଧ ସହ ଜୁଆ ଖେଳୁଥିବା ଆଉ ୮ ଜଣ ଅଭିଯୁକ୍ତଙ୍କୁ ବି ପୁଲିସ୍‌ ଗିରଫ କରିଛିପାକିସ୍ତାନ ସାମ୍ବାଦିକ ନଇଲା ଇନାୟତ ଏ ଘଟଣା ନେଇ ଏକ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି; ସୂଚନା ଅନୁସାରେ, ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ରହୀମ ୟାର ଖାନ ସହରରେ ପୁଲିସ୍‌ ଚଢ଼ଉ କରିଥିଲା; ଏହି ସମୟରେ ଜୁଆ ଖେଳୁଥିବା ଅଭିଯୋଗରେ ୮ ଜଣ ଲୋକଙ୍କ ସମେତ ଗୋଟିଏ ଗଧକୁ ମଧ୍ୟ ଗିରଫ କରିଥିଲା; ସେମାନଙ୍କ ଠାରୁ ୧ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଜବତ ହୋଇଛି; ପୁଲିସ୍‌ ରୁଜୁ କରିଥିବା ମାମଲାରେ ଅନ୍ୟ ୮ ଜଣଙ୍କ ସହ ଗଧକୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି

Donkey arrested for participating in a gambling racing in Rahim Yar Khan. Eight humans also rounded up, Rs 120,000 recovered. https://t.co/RIULiecduw pic.twitter.com/1FipntTR60

– Naila Inayat नायला इनायत (@nailainayat) June 7, 2020

ପୁଲିସ ଷ୍ଟେସନର ଏସଏଚଓ କହିଛନ୍ତି, ଗଧର ନାଁ ଏଫଆଇଆରରେ ଥିବାରୁ ଆମେ ତା’କୁ ଛାଡ଼ି ପାରିବୁ ନାହିଁ; ତେବେ ଏହି ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ଆଶ୍ଚର୍ଯ୍ୟ ହୋଇଥିବା ବେଳେ କିଛି ଲୋକ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଚି

LEAVE A REPLY

Please enter your comment!
Please enter your name here