Home Uncategorized ପୂଜାର୍ଚ୍ଚନାରେ ୪ଟି ରଙ୍ଗ ପ୍ରାୟ ବ୍ୟବହାର ହୋଇଥାଏ, ଏହି ରଙ୍ଗର ଧାର୍ମିକ ମହତ୍ୱ କଣ ଓ...

ପୂଜାର୍ଚ୍ଚନାରେ ୪ଟି ରଙ୍ଗ ପ୍ରାୟ ବ୍ୟବହାର ହୋଇଥାଏ, ଏହି ରଙ୍ଗର ଧାର୍ମିକ ମହତ୍ୱ କଣ ଓ ଏହା କିଭଳି ଜୀବନର ସମସ୍ୟା ଦୂର କରିଥାଏ ଆସନ୍ତୁ ଜାଣିବା…..

0
17

ରଙ୍ଗର ଆମ ଜୀବନରେ ଅନେକ ମହତ୍ୱ ରହିଛି; କିଛି ରଙ୍ଗର ଧାର୍ମିକ ମହତ୍ୱ ରହିବା ସହ ଏହାକୁ ଶାନ୍ତିର ପ୍ରତୀକ ବୋଲି ମଧ୍ୟ କୁହାଯାଏ; ଏପରି ୪ଟି ରଙ୍ଗ ଅଛି ଯାହାର ପୂଜାଅର୍ଚ୍ଚନା ରେ ବିଶେଷ ମହତ୍ୱ ରହିଛି; ଏହି ରଙ୍ଗର ବ୍ୟବହାର କରିବାର ଧାର୍ମିକ ମହତ୍ୱ ସହ ବିଭିନ୍ନ ସମସ୍ୟାରୁ କିପରି ମୁକ୍ତି ମିଳିଥାଏ, ଆସନ୍ତୁ ଜାଣିବା…..

  • ହଳଦିଆ ରଙ୍ଗ – ହିନ୍ଦୁ ଧର୍ମରେ ହଳଦିଆ ରଙ୍ଗର ଖୁବ ମହତ୍ୱ ରହିଛି; ଏହି ରଙ୍ଗ ବୃହସ୍ପତିଙ୍କର ପ୍ରିୟ ସହ ପ୍ରଭୁ ବିଷ୍ଣୁଙ୍କର ମଧ୍ୟ ପ୍ରିୟ; ଏହାକୁ ସୌନ୍ଦର୍ଯ୍ୟର ପ୍ରତୀକ ବୋଲି କୁହାଯାଏ; ତେଣୁ ଏହି ରଙ୍ଗକୁ ପୂଜାରେ ବ୍ୟବହାର କରିବା ଶୁଭ ବୋଲି କୁହାଯାଏ; ଯେଉଁ କନ୍ୟାମାନଙ୍କ ବିବାହରେ ବିଳମ୍ବ ହେଉଛି ହଳଦିଆ ବସ୍ତ୍ରର ବ୍ୟବହାର, ହଳଦିଆ ରଙ୍ଗର ଖାଦ୍ୟ ସେବନ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ; ମାତ୍ର ଶୟନ କକ୍ଷରେ ଏହି ରଙ୍ଗର ବ୍ୟବହାର ନିଷେଧ

  • ଲାଲ ରଙ୍ଗ – ଲାଲ ରଙ୍ଗକୁ ସୌଭାଗ୍ୟ-ସମୃଦ୍ଧି ଓ ନୂତନ ଜୀବନର ପ୍ରାରମ୍ଭର ପ୍ରତୀକ ବୋଲି କୁହାଯାଏ; ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଏହି ରଙ୍ଗର ବ୍ୟବହାର କରାଯାଏ; ମା’ଲକ୍ଷ୍ମୀ ଓ ମା’ ଦୁର୍ଗାଙ୍କୁ ମଧ୍ୟ ଲାଲ ରଙ୍ଗର ବସ୍ତ୍ର ପରିଧାନ କରାଯାଏ; ନବବିବାହିତା ମଧ୍ୟ ଲାଲ ରଙ୍ଗର ବସ୍ତ୍ର ପରିଧାନ କରି ବିବାହ କରିଥାଆନ୍ତି; କିନ୍ତୁ ଘରର କାନ୍ଥ, ପରଦା, ପାପୋଛ ଆଦି ଲାଲ ରଙ୍ଗର ବ୍ୟବହାର କରିବା ନିଷେଧ

  • ସବୁଜ ରଙ୍ଗ – ସବୁଜ ରଙ୍ଗକୁ ମଧ୍ୟ ଖୁବ ଶୁଭ ବୋଲି କୁହାଯାଏ; ଯାହାକୁ ମଧ୍ୟ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ; ଦେବୀ ମା’ଙ୍କ ପୂଜା ଶୃଙ୍ଗାର ଦ୍ରବ୍ୟରେ ଓ ଅନ୍ୟ ପୂଜାରେ ସବୁଜ ରଙ୍ଗ ଚୁଡ଼ି, ମେହେନ୍ଦୀ, ଆମ୍ବ ପତ୍ର, ପାନ ପତ୍ର, କଦଳୀ ପତ୍ର ଆଦି ବ୍ୟବହାର ହୋଇଥାଏ; ମା’ଲକ୍ଷ୍ମୀଙ୍କର ମଧ୍ୟ ସବୁଜ ରଙ୍ଗ ପ୍ରିୟ; ଏହି ରଙ୍ଗର ବ୍ୟବହାର କରିବା ଦ୍ୱାରା ଧନସମ୍ପତି ବୃଦ୍ଧି ହୋଇଥାଏ; ଏହି ରଙ୍ଗକୁ ବୁଧଗ୍ରହଙ୍କ ପ୍ରତୀକ ବୋଲି ମଧ୍ୟ କୁହାଯାଏ

  • ଧଳା ରଙ୍ଗ – ଧଳା ରଙ୍ଗ ବିଦ୍ୟାପ୍ରଦାୟିନୀ ମା’ସରସ୍ୱତୀଙ୍କର ଖୁବ ପ୍ରିୟ; ମା’ଙ୍କ ପୂଜା ସମୟରେ ଧଳା ରଙ୍ଗର ବସ୍ତ୍ର ଧାରଣ କରିବା ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଥାଏ; ଏହାକୁ ପବିତ୍ରତା ଓ ଶାନ୍ତିର ପ୍ରତୀକ ବୋଲି କୁହାଯାଏ; ଧଳା ରଙ୍ଗର ବ୍ୟବହାରରେ ରାହୁ ଗ୍ରହ ଶାନ୍ତି ହୋଇଥାଆନ୍ତି ବୋଲି ବିଶ୍ୱାସ କରାଯାଏ

NO COMMENTS

LEAVE A REPLY

Please enter your comment!
Please enter your name here