ପୂଜା ସମୟରେ ଦୀପ ଜାଳିବାର ଏକ ସ୍ୱତନ୍ତ୍ର ବିଧି ରହିଛି, କେଉଁ ଠାକୁରଙ୍କୁ କି ପ୍ରକାର ଦୀପ ଦାନ କରିବା ଆବଶ୍ୟକ ଆସନ୍ତୁ ଜାଣିବା କିଛି ସେ ସମ୍ପର୍କରେ

0
1398

ପୂଜା କରିବା ସମୟରେ ଦୀପ ଜଳାଯାଇଥାଏ; ଶାସ୍ତ୍ର ଅନୁସାରେ ଦୀପ ଜଳାଇବା ଦ୍ୱାରା ଜୀବନରୁ ଅନ୍ଧକାର ଦୂରେଇ ଯାଇଥାଏ ଓ ସାତ୍ତ୍ଵିକ ଉର୍ଜା ମିଳିଥାଏ; ଦୀପ ଦୁଇପ୍ରକାର ଗୃହରେ ଜଳାଯାଇଥାଏ; ତେଲ ଦୀପ ଓ ଘିଅ ଦୀପ; କିନ୍ତୁ ଦୀପ ଜଳେଇବାର ଏକ ସ୍ୱତନ୍ତ୍ର ବିଧି ମଧ୍ୟ ରହିଛି ଏବଂ କେଉଁ ଠାକୁରଙ୍କ ପାଖରେ କିଭଳି ଦୀପ ଜାଳିବା ବିଧେୟ; ଆସନ୍ତୁ ଜାଣିବା କିଛି ସେ ବିଷୟରେ
  • ଯେଉଁ ଦୀପ ପୂଜା ପାଇଁ ବ୍ୟବହାର କରୁଛନ୍ତି ତାହା ସଫାସୁତୁରା ରହିବା ସହ ଖଣ୍ଡିତ ବା ଭଙ୍ଗା ହୋଇନଥିବା ଆବଶ୍ୟକ
  • ପୂଜା କରିବା ସମୟରେ ଦୀପ ଯେମିତି ନ ଲିଭେ ସେଥିପାଇଁ ଧ୍ୟାନ ଦେବା ଉଚିତ କାରଣ ପୂଜା ସମୟରେ ଦୀପ ଲିଭିଗଲେ ଅଶୁଭ ବୋଲି କୁହାଯାଇଥାଏ, ଯଦି ଲିଭିଯାଏ ତୁରନ୍ତ ଜାଳି ଭୁଲ ପାଇଁ କ୍ଷମା ପ୍ରାଥର୍ନI କରିବା ଆବଶ୍ୟକ
  • ଘରେ ପୂଜା କରିବା ସମୟରେ ଘିଅ ଦୀପ ପ୍ରଜ୍ୱଳନ କରିବା ଅତି ଶୁଭ
  • ପୂଜା ଗୃହରେ ସର୍ବଦା ଐଶାନ୍ୟ କୋଣରେ ଦୀପ ଲଗେଇବା ଆବଶ୍ୟକ, ଏହାର ଜ୍ୟୋତି ସର୍ବଦା ଉତ୍ତର ବା ପୂର୍ବ ଦିଗକୁ ମୁଖ କରି ରହିବା ଆବଶ୍ୟକ
  • ପୌରାଣିକ ମତ ଅନୁଯାୟୀ ଘିଅ ଦୀପ ଲିଭିବାର ୪ ଘଣ୍ଟା ଓ ତେଲ ଦୀପ ଲିଭିବାର ଅଧା ଘଣ୍ଟା ଯାଏ ସାତ୍ତ୍ଵିକ ଉର୍ଜା ବଜାୟ ରହିଥାଏ
  • ତେଲ ଦୀପ କଷ୍ଟ ଓ ସମସ୍ୟା ନିବାରଣ ପାଇଁ ଏବଂ ଘିଅ ଦୀପ ମନୋକାମନା ପୂର୍ଣ୍ଣ ତଥା ସୁଖ-ସମୃଦ୍ଧି ବୃଦ୍ଧି ପାଇଁ ଗୃହରେ ଜଳାଯାଇଥାଏ
  • ଘିଅ ଦୀପ ସର୍ବଦା ଡାହାଣ ପଟରେ ଡାହାଣ ହାତରେ ଜଳାଇବା ବିଧେୟ, ତେଲ ଦୀପ ସର୍ବଦା ବାମ ପଟରେ ବାମ ହାତରେ ଜଳାଇବା ବିଧେୟ
  • କଦାପି ଘିଅ ଦୀପରେ ତେଲ ସମିଶ୍ରଣ କରି ଜାଳିବା ଉଚିତ ନୁହେଁ
  • ଦୀପ ଜାଳିବା ସମୟରେ ଅଳ୍ପ ଅରୁଆ ଚାଉଳ, ଅଳ୍ପ ଫୁଲ, ପତ୍ର ବା ଦୁବଟିଏ ରଖି ତା’ ଉପରେ ଦୀପ ଜଳାନ୍ତୁ; କେବେ ତଳେ ଖାଲିରେ ରଖି ଦୀପ ଜାଲନ୍ତୁ ନାହିଁ
  • ଘିଅ ଦୀପରେ ଧଳା ସଳିତା ଓ ତେଲ ଦୀପରେ ଲାଲ ସଳିତା ପକେଇ ଜାଳିବା ବିଧେୟ
  • ଶ୍ରୀ ଗଣେଶଙ୍କ କୃପା ପ୍ରାପ୍ତି ପାଇଁ ୩ଟି ସଳିତା ପକେଇ ଘିଅ ଦୀପ ଜାଳିଲେ ମନୋକାମନା ପୂର୍ଣ୍ଣ ହୋଇଥାଏ
  • ଯଦି ପଦୋନ୍ନତିରେ ବାଧା ଆସେ ତେବେ ରକ୍ଷା ସୂତ୍ର ପକେଇ ଲକ୍ଷ୍ମୀନାରାୟଣଙ୍କୁ ଘିଅରେ ହଳଦୀ ଓ କୁମକୁମ ମିଶେଇ ଦୀପ ଜାଳିବା ବିଧେୟ
  • ଗୃହରେ ଧନସମ୍ପତ୍ତି ବୃଦ୍ଧି ହେବା ପାଇଁ ମା’ ଲକ୍ଷ୍ମୀଙ୍କ ସମ୍ମୁଖରେ ୭ମୁଖୀ ଘିଅ ଦୀପ ଜଳେଇବା ଆବଶ୍ୟକ
  • ହନୁମାନଙ୍କୁ ପ୍ରସନ୍ନ କରି ଶତ୍ରୁପୀଡା ନାଶ ପାଇଁ ୩ ମୁଖୀ ଚାମେଲୀ ତେଲ ଦୀପ ବା ୮ ମୁଖୀ ରାଶି ତେଲ ଦୀପ ଜାଳିବା ଆବଶ୍ୟକ
  • ଦେବୀ ଦୁର୍ଗାଙ୍କୁ ପ୍ରସନ୍ନ କରି ଜୀବନରୁ ବାଧା-ବିଘ୍ନ ଦୂର କରିବା ପାଇଁ ୩ ମୁଖୀ ସୋରିଷ ତେଲ ଦୀପ ଜାଳିବା ଆବଶ୍ୟକ
  • ଶନି, ରାହୁ ଓ କେତୁ ଗ୍ରହ ଶାନ୍ତି ପାଇଁ ୩ ମୁଖୀ ଦୀପ ବା ଗୋଟେ ଦୀପ ୩ଟି ସଳିତା ପକେଇ ଜାଳିବା ଆବଶ୍ୟକ
  • ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ୧୬ଟି ସଳିତା ଦେଇ ଘିଅ ଦୀପ ବା ଦଶବତାରଙ୍କ ଆରାଧନା ପାଇଁ ୯ ମୁଖୀ ଦୀପ ଜାଳିବା ଆବଶ୍ୟକ
  • ମା’ ସରସ୍ୱତୀଙ୍କୁ ସନ୍ତୁଷ୍ଟ କରି ବିଦ୍ୟା ପ୍ରାପ୍ତିର ଆଶୀର୍ବାଦ ପ୍ରାପ୍ତି ପାଇଁ ୨ ମୁଖୀ ଘିଅ ଦୀପ ଜାଳିବା ଆବଶ୍ୟକ
  • ଶିବକୁ ପ୍ରସନ୍ନ କରିବା ପାଇଁ ୮ ବା ୧୨ ମୁଖୀ ସୋରିଷ ତେଲ ଦୀପ ଜଳେଇବା ଆବଶ୍ୟକ
  • ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବା ପାଇଁ ୨ ମୁଖୀ ରାଶି ତେଲର ଦୀପ ଜାଳିବା ଆବଶ୍ୟକ
  • ନିଜ ମନୋବାଞ୍ଛା ପୂର୍ଣ୍ଣ ପାଇଁ ଗୋଲ ଓ ଗଭୀର ଦୀପ ଜାଳିବା ବେଳେ ଶତ୍ରୁନାଶ ପାଇଁ ଉଚ୍ଚଦୀପ ଜାଳିବା ବିଧେୟ
ଦୀପ ପ୍ରଜ୍ୱଳନ କରି ପୂଜା କରିବା ସମୟରେ ଗୃହ ଓ ପରିବାର ସଦସ୍ୟଙ୍କର ଶୁଭ ମନାସି, ଗୃହରେ ସର୍ବଦା ଧନସମ୍ପତ୍ତି ବୃଦ୍ଧି ସହ ଶତ୍ରୁନାଶ ପାଇଁ ପ୍ରାଥର୍ନI କରିବା ବିଧେୟ

LEAVE A REPLY

Please enter your comment!
Please enter your name here