ଆଜି ପୌଷ ପୂର୍ଣ୍ଣିମା | ଆଜିର ତିଥିକୁ ସୂର୍ଯ୍ୟ ଓ ଚନ୍ଦ୍ରର ସଙ୍ଗମ ତିଥି ମଧ୍ୟ କୁହାଯାଏ | କାରଣ ପୌଷ ମାସ ସୂର୍ଯ୍ୟଙ୍କ ମାସ ଏବଂ ପୂର୍ଣ୍ଣିମା ଚନ୍ଦ୍ରର ତିଥିର ସଙ୍ଗମ ହୋଇଥାଏ | ଆଜି ଦିନରେ ସ୍ନାନ, ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଓ ଦାନ ଦେବାର ବିଶେଷ ମହତ୍ୱ ରହିଛି | କାଶୀ, ପ୍ରୟାଗରାଜ, ତ୍ରିବେଣୀ ଘାଟ, ଦଶ୍ୱIସମେଧ ଘାଟ, ହରିଦ୍ୱାର ଆଦିରେ ସ୍ନାନ ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୁଏ | ସ୍ନାନ ସମୟରେ “ଓଁ ବରୁଣାୟ ନମଃ” ମନ୍ତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ | ସ୍ନାନ ପରେ ନୂତନ ବସ୍ତ୍ର ପରିଧାନ କରି ବ୍ରାହ୍ମଣ କିମ୍ବା ଗରିବ ଲୋକଙ୍କୁ ସୁମିଷ୍ଟ ଭୋଜନ ସହ ଶୀତ ବସ୍ତ୍ର, କମ୍ବଳ, ରାଶି, ଗୁଡ ଇତ୍ୟାଦି ଦାନ କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୁଏ | ଯଦି ଏହି ପବିତ୍ର ସ୍ଥାନରେ ସ୍ନାନ କରିପାରୁନାହାନ୍ତି; ତେବେ ଶ୍ୱେତ ସୋରିଷ ସର୍ବେIସଧି ଜଳରେ ସ୍ନାନ କଲେ ଅଲକ୍ଷ୍ମୀ ଦୂର ହୁଏ | ସ୍ନାନ ପରେ ଇଷ୍ଟଦେବଙ୍କୁ କିମ୍ବା ଶ୍ରୀ ଜଗନ୍ନାଥଙ୍କୁ ନୂତନ ବସ୍ତ୍ର ପିନ୍ଧି ଦର୍ଶନ କଲେ ଐଶ୍ୱର୍ଯ୍ୟ ପ୍ରାପ୍ତି ହୁଏ|
ଏହାକୁ ଦେଵାଭିଷେକ ପୂର୍ଣ୍ଣିମା ମଧ୍ୟ କୁହାଯାଏ | ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ରାଜଧିରାଜ ବେଶ ହୋଇଥାଏ | ବଳଦେବ ଜୀଉ, ନୀଳମାଧଵଙ୍କର ପୁଷ୍ୟାଭିଷେକ ଉତ୍ସବ ତଥା ସୁନାବେଶ ହୋଇଥାଏ | ଆଜି ଠାରୁ ଏକ ମାସ ଯାଏଁ ମାଘ ବ୍ରତ ସ୍ନାନ ଆରମ୍ଭ ଓ ହବିଷ୍ୟ ପାଳନ ହୁଏ |ପୁରୀ ମହୋଦଧି ଏବଂ ଚନ୍ଦ୍ରଭାଗାରେ ସ୍ନାନ ବ୍ରତ ସହ ପ୍ରବଳ ଜନସମାଗମ ହୋଇଥାଏ |  ଗଜପତି ମହାରାଜଙ୍କ ଶ୍ରୀନଅରରେ ଉତ୍ସବ ଓ ରାଜ୍ୟାଭିଷେକ ହୋଇଥାଏ | ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାରେ ପୁଷ ପୁନେଇ ପାଳନ କରାଯାଏ | ଗାଁ ମାନଙ୍କରେ ପୁଷ ପୁନେଇ ଛେରଛେରା ବୋଲି କୁହାଯାଏ | ଶୀତକୁ ବାଡେଇ ବାଡେଇ ତଡ଼ିବାର ଏହା ଏକ ଅଭିନବ ପ୍ରୟାସ ହିସାବରେ ପାଳନ କରାଯାଏ |
ଆଜି ସାକମ୍ବରୀ ଜୟନ୍ତୀ ମଧ୍ୟ ପାଳନ କରାଯାଏ | ମାନ୍ୟତା ଅନୁଯାୟୀ ଭକ୍ତଙ୍କ ଆହ୍ୱାନ କ୍ରମେ ଦେବୀ ଦୁର୍ଗା ସାକମ୍ବରୀ ରୂପରେ ଦର୍ଶନ ଦେଇ ଭକ୍ତଙ୍କ ଦୁଃଖ କଷ୍ଟକୁ ଲାଘବ କରିଥିଲେ | ଜୈନ ଧର୍ମIଲମ୍ବୀଙ୍କର ପୁଷ୍ୟାଭିଷେକ ଯାତ୍ରାର ପ୍ରାରମ୍ଭ ହୋଇଥାଏ | ତୀର୍ଥରାଜ ପ୍ରୟୋଗରେ ଆଜିଠୁ ମାଘମେଳାର ଆୟୋଜନ ହୋଇଥାଏ |

LEAVE A REPLY

Please enter your comment!
Please enter your name here