ପୌଷ ମାସରେ ହେମନ୍ତ ଋତୁ ପ୍ରଭାବରୁ ଶୀତ ପଡିଥାଏ; ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ମାସରେ ସୂର୍ଯ୍ୟଦେବଙ୍କ ୧୧ଟି କିରଣ ମନୁଷ୍ୟ ଶରୀରରେ ଆରୋଗ୍ୟତା ଓ ଉର୍ଜା ପ୍ରଦାନ କରିଥାଏ; କିନ୍ତୁ ଆମ ହିନ୍ଦୁଶାସ୍ତ୍ର ଅନୁଯାୟୀ ଏହି ମାସରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ; ଏହି ମାସରେ ବିବାହ କାର୍ଯ୍ୟ କି ଏ ନେଇ କୌଣସି କଥା ଆଗେଇବା ବାରଣ କରାଯାଇଛି; ଏହି ମାସରେ ଭୂମି ପୂଜନ, ଗୃହପ୍ରବେଶ ଏହିପରି କିଛି ଶୁଭକାର୍ଯ୍ୟ କରାଯାଇନଥାଏ;
କିନ୍ତୁ ଏହି ମାସରେ ସୂର୍ଯ୍ୟଦେବଙ୍କ ପୂଜାର ଏକ ବିଶେଷ ମହତ୍ୱ ରହିଛି; ପୌରାଣିକ ତଥ୍ୟ ଅନୁସାରେ ସୂର୍ଯ୍ୟଦେବ ହେଉଛନ୍ତି ଗ୍ରହରାଜ ବା ଆଦ୍ୟପୂଜ୍ୟ; ମନୋକାମନା ପୂର୍ଣ୍ଣ ପାଇଁ ପ୍ରତି ମାସରେ ସୂର୍ଯ୍ୟଦେବଙ୍କୁ ଏକ ବିଶିଷ୍ଟ ରୂପେ ପୂଜା କରିବା ବିଧାନ ରହିଛି; କିନ୍ତୁ ଏହି ପୌଷ ମାସରେ ‘ଭଗ‘ ନାମ ହିସାବରେ ସୂର୍ଯ୍ୟଙ୍କୁ ଉପାସନା କରାଯାଏ; ଅଥର୍ବବେଦ ଓ ସୂର୍ଯ୍ୟୋପନିଷଦରେ ସୂର୍ଯ୍ୟଦେବଙ୍କୁ ‘ପରମବ୍ରହ୍ମ‘ ନାମରେ ଆଖ୍ୟା ଦିଆଯାଇଛି; ଏହି ମାସରେ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବ ‘ରକ୍ତ‘ ବର୍ଣ୍ଣର ହୋଇଥାନ୍ତି;
ଏହି ମାସରେ ପ୍ରାତଃ କାଳରେ ସୂର୍ଯ୍ୟୋଦୟ ସମୟରେ ଏବଂ ସାୟଂ କାଳରେ ସୂର୍ଯ୍ୟାସ୍ଥ ସମୟରେ ଅର୍ଘ୍ୟ ପ୍ରଦାନ କଲେ ସୂର୍ଯ୍ୟଦେବଙ୍କ କୃପା ସହ ଆରୋଗ୍ୟତା, ଧନଧାନ୍ୟ, ପୁତ୍ର, ଯଶ, ସମ୍ମାନ, ବିଦ୍ୟା, ବୈଭବ, ସୌଭାଗ୍ୟ ପ୍ରାପ୍ତ ହୋଇଥାଏ; ତମ୍ବା କଳସରେ ଅର୍ଘ୍ୟ ଜଳରେ ଗୁଡ଼, ସିନ୍ଦୁର, ରାଶି ମିଶେଇ ଲାଲ ମନ୍ଦାର ଅର୍ପଣ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବା ବିଧେୟ; ପ୍ରତି ରବିବାର ଦିନ ପ୍ରାତଃ କାଳରେ ଓ ସାୟଂ କାଳରେ ‘ଓଁ ଘୃଣି ସୂର୍ଯ୍ୟାୟ ନମଃ” ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ; ରବିବାର ଦିନ ବ୍ରତ ରଖି ଶୁଦ୍ଧ ସାକାହାରୀ ଏବଂ ବିନା ଲୁଣ ମିଶ୍ରିତ ଭୋଜନ କରିବା ଆବଶ୍ୟକ; କିନ୍ତୁ ବ୍ରତ ରଖିବା ଦିନ କେବଳ ଫଳାହାର କରିପାରିଲେ ଆହୁରି ଅଧିକ ଫଳଦାୟୀ ହୋଇଥାଏ; ରବିବାର ଦିନ ସୂର୍ଯ୍ୟଦେବଙ୍କୁ ତିଳମିଶା ଅନ୍ନ ଭୋଗ ଲଗାନ୍ତୁ; ଏହାଦ୍ୱାରା ସୂର୍ଯ୍ୟଦେବଙ୍କ ଠାରୁ ତେଜସ୍ୱିବାନ ର ଆଶୀର୍ବାଦ ମିଳିଥାଏ

LEAVE A REPLY

Please enter your comment!
Please enter your name here