ପ୍ରତି ମାସରେ ଅମାବାସ୍ୟା ପର ତିଥି ଶୁକ୍ଳ ପକ୍ଷ ଦ୍ଵିତୀୟାରେ ଚନ୍ଦ୍ର ପୂଜା କରାଯାଏ | ଏହି ପୂଜା ଚନ୍ଦ୍ରଦେବଙ୍କ ଉଦ୍ଦେଶ୍ୟରେ କରାଯାଏ | ଆଜି ହେଉଛି ଦ୍ଵିତୀୟା ଚନ୍ଦ୍ରଦର୍ଶନ ଓ ଚନ୍ଦ୍ରଉପବାସ | ଆଜି ଚନ୍ଦ୍ରଦୃଶ୍ୟ ସମୟ ସନ୍ଧ୍ୟା ୬.୩୩ ମଧ୍ୟେ | ଏହି ସମୟ ମଧ୍ୟରେ ପଶ୍ଚିମ ଆକାଶରେ ଚନ୍ଦ୍ର ଦର୍ଶନରେ ମାସତମାମ ଶୁଭ ରହିଥାଏ | ଆଜି ଚନ୍ଦ୍ରପୂଜା କରି “ଓଁ ଚଂ ଚନ୍ଦ୍ରାୟ ନମଃ” ମନ୍ତ୍ରକୁ ୭ ଥର/୧୦୮ ଥର ଉଚ୍ଚାରଣ କରି ଚନ୍ଦ୍ରଙ୍କୁ କ୍ଷୀରରେ ଅର୍ଘ୍ୟ ପ୍ରଦାନ କରନ୍ତୁ | କର୍ପୁରରେ ଆଳତି କରନ୍ତୁ | ଏହା ସହ ଘୃତ ଦୀପ, ଧୂପ, ଅକ୍ଷତ, ଧଳା ଫୁଲ ଦେଇ ଧଳା ମିଷ୍ଟାନ୍ନ କିମ୍ବା ଚିନି/ମିଶ୍ରି ନୈବେଦ୍ୟ ରୂପେ ଅର୍ପଣ କରନ୍ତୁ | ଏହି ପୂଜା ଦ୍ୱାରା ଚନ୍ଦ୍ରଦେବଙ୍କ ଆଶୀର୍ବାଦ ପ୍ରାପ୍ତି ସହ ମନୋକାମନା ପୂର୍ଣ୍ଣ ହୋଇଥାଏ | ଆଜି ମଧ୍ୟ ମା’ ମାନେ ରିଷ୍ଟ ଖଣ୍ଡନ ପାଇଁ ନିଜ ସନ୍ତାନଙ୍କ ମଙ୍ଗଳ କାମନା କରି ଉପବାସ କରିଥାନ୍ତି | ସନ୍ଧ୍ୟାରେ ଚନ୍ଦ୍ରଉଦୟ ପରେ ଦର୍ଶନ ଓ ବିଧିପୂର୍ବକ ପୂଜା କରି ସାରିବା ପରେ ଖାଦ୍ୟଗ୍ରହଣ କରିଥାନ୍ତି | ଚନ୍ଦ୍ରଦେବଙ୍କୁ ଶାନ୍ତି ଉଦ୍ଦେଶ୍ୟରେ ମଧ୍ୟ ବ୍ରାହ୍ମଣଙ୍କୁ ଶୁଭ୍ରବସ୍ତ୍ର, ଚାଉଳ, ଚିନି, ଧଳା ମିଷ୍ଟାନ୍ନ, ମିଶ୍ରି ଆଦି ଦାନ କରାଯାଏ |

LEAVE A REPLY

Please enter your comment!
Please enter your name here