ବିଗ ବି ଅମିତାଭ ବଚ୍ଚନ ତାଙ୍କ ଆକ୍ଟିଙ୍ଗ ପାଇଁ ପ୍ରସିଦ୍ଧ; ତାଙ୍କୁ ୭୭ ବର୍ଷ ବୟସ ହେବା ସତ୍ୱେ ନିଜ କାମ କରିବା ବନ୍ଦ କରିନାହାନ୍ତି; କିଛି ଦିନ ଆଗରୁ ସେ ଅସୁସ୍ଥ ହୋଇଯାଇଥିଲେ; କିନ୍ତୁ ବର୍ତ୍ତମାନ ହିମାଚଳ ପ୍ରଦେଶସ୍ଥିତ ମନାଲିରେ ନିଜ ଅପକମିଙ୍ଗ ଫିଲ୍ମ “ବ୍ରହ୍ମସ୍ତ୍ର”ର ସୁଟିଂ କାମରେ ବ୍ୟସ୍ତ ଅଛନ୍ତି; ଏହି ଅଞ୍ଚଳର ତାପମାତ୍ରା ମାଇନସ ଡିଗ୍ରୀରେ ପହଁଚିବାରୁ ସେଠାକାର ପାହାଡିଆ ଅଞ୍ଚଳରେ ଖୁବ ବରଫ ପାତ ହେବା ସହ ଜୋର ଥଣ୍ଡା ମଧ୍ୟ ପଡିଥାଏ; ଏହି ସମୟରେ ଅମିତାଭ ନିଜକୁ ଥଣ୍ଡାରୁ ରକ୍ଷା କରିବା ପାଇଁ ଓଜନିଆ ଜ୍ୟାକେଟ ସହ ଓଜନଦର ଟୋପି ମଧ୍ୟ ପିନ୍ଧୁଛନ୍ତି
ନିଜେ ଏକ ଜ୍ୟାକେଟ ଓ ଟୋପି ପିନ୍ଧି ସୁଟିଂ ସମୟର ଇନ୍ଷ୍ଟଗ୍ରାମରେ ଏକ ଫୋଟୋ ଛାଡି କ୍ୟାପ୍ସନରେ ଲେଖିଛନ୍ତି ଯେ “ମାଇନସ ଡିଗ୍ରୀ କଂପକମ୍ପା ଦେନେଵାଲା ଥଣ୍ଡ , ଔର ପ୍ରୋଟେକ୍ଟିଭ ଗିୟର”; ତାଙ୍କ ଏହି ପୋଷ୍ଟରେ ତାଙ୍କ ଝିଅ ଶ୍ଵେତା ବଚ୍ଚନ ଲେଖିଛନ୍ତି “ଡାଡି କୁଲ” ; ଶ୍ଵେତା ନିଜ ପିତାଙ୍କୁ ଖୁବ ଭଲ ପାଆନ୍ତି; ସେ ପ୍ରାୟ ସମୟରେ ନିଜ ପିତାଙ୍କ ଫୋଟୋ ଉପରେ କମେଣ୍ଟ ମଧ୍ୟ ଦେଇଥାନ୍ତି; ଅମିତାଭ ଅପକମିଙ୍ଗ ଫିଲ୍ମ ବ୍ରହ୍ମସ୍ତ୍ରରେ ରଣବୀର କପୁର ଓ ଆଲିୟା ଭଟ୍ଟ ମଧ୍ୟ ଅଛନ୍ତି; ଫିଲ୍ମର ନିର୍ଦ୍ଦେଶନା ଆୟନ ମୁଖାର୍ଜୀ ଦେଉଥିବା ବେଳେ ଏଥିରେ ମୌନି ରାୟ ମଧ୍ୟ ଏକ ଗରୁତ୍ବପୁର୍ଣ୍ଣ ଭୂମିକାରେ ଅଛନ୍ତି

LEAVE A REPLY

Please enter your comment!
Please enter your name here