ଗରିବ ଘର ପିଲାଙ୍କୁ କଣ ପ୍ରେମ କରିବା ମନା ! ପ୍ରେମରେ ଏମିତି ବହୁତ ସମୟରେ ଗରିବ ଧନୀର ଫରକ ହିଁ ଦୂର କରି ଦେଇଥାଏ ଦୁଇଜଣଙ୍କୁ । ଏମିତି ଏକ ଘଟଣା ପ୍ରସ୍ତୁତ କରୁଛୁ ଆଜି ଆପଣଙ୍କ ସମ୍ମୁଖରେ । ଏହି ଘଟଣାଟି ଘଟିଛି ଗାଜୀପୁର୍ ର ଅମିତ୍ ବର୍ମା ଙ୍କ ସହିତ । କିଛି ଦିନ ପୂର୍ବରୁ ପିସିଏସ ପରୀକ୍ଷାର ପରିଣାମ ବାହାରି ଥିଲା ଲୋକ ସେବା ଆୟୋଗ ଦ୍ବାରା ଏଥିରେ ଅମିତ କୁମାର ବର୍ମା ୧୫୨ ର୍ୟାଙ୍କ୍ ରଖି ଦୁନିଆକୁ ଏକ ନୂତନ ଶିକ୍ଷା ଦେଇଛନ୍ତି ।
ତାଙ୍କୁ ଯେତେବେଳେ ପଚରାଗଲା ଏ ସଫଳତାର ରହସ୍ୟ କଣ ? ତାଙ୍କ ଉତ୍ତର ବି କିଛି ଏମିତି ଥିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…. ସେ ଭାବୁକ କବି ହୋଇ ଉତ୍ତର ଦେଇଥିଲେ “ସେ ମତେ ଛାଡ଼ି ଦେଇ ଗଲା ନଈ ମଝିରେ ଭଗବାନଙ୍କ ଚମତ୍କାର ତ ଦେଖ ମୁଁ ପାର ହେଇଗଲି ଆଉ ସେ ବୁଡ଼ିଗଲା” । ସେ କହିଲେ ତାଙ୍କ ମା ଜଣେ ସାଧାରଣ ହାଉସ୍ ଓ୍ବାଇଫ୍ ଆଉ ତାଙ୍କ ବାପା ୨୦୧୧ ରେ କ୍ୟାନ୍ସର୍ ରୋଗରେ ମୃତ୍ୟୁ ବରଣ କରିଥିଲେ । ଅମିତ୍ ଛୋଟମୋଟ ବିଜନେସ କରି ଘର ଖର୍ଚ୍ଚ ଉଠଉଥିଲେ । ବାପାଙ୍କର ସ୍ବପ୍ନ ଥିଲା ଅମିତ୍ ଜର୍ଜ୍ ହେବେ । ଆଜି ମୁଁ ସ୍ବପ୍ନ ପୂରଣ କରିଛି କିନ୍ତୁ ବାପା ମୋ ପାଖରେ ନାହାନ୍ତି ସେ ଥିଲେ ଆଜି ବହୁତ ଖୁସି ହୋଇ ଥାଆନ୍ତେ ।
ଅମିତ୍ କହିଥିଲେ ସେ କଲିକତାରେ ଥିଲାବେଳେ ୨୦୧୨ ରେ ପିସିଏସ କ୍ଲିୟର କରିଥିଲେ ର୍ୟାଙ୍କ୍ ୧୬ ଆସିଥିଲା କିନ୍ତୁ ସିଲେକସନ ୧୪ ପର୍ଯ୍ୟନ୍ତ ହୋଇଥିଲା । ଏହି ସମୟରେ ଅମିତ୍ କୁ ଫେସବୁକ ଦ୍ବାରା ପ୍ରେମ ହେଇଯାଇଥିଲା ଗୋଟେ ଝିଅ ସହିତ, କଥାରେ ଅଛି ହାତୀ ସମ୍ଭାଳି ହବ କିନ୍ତୁ ଗର୍ଲଫ୍ରେଣ୍ଡ ସମ୍ଭାଳିବା ଭାରି କଷ୍ଟ । ଗର୍ଲଫ୍ରେଣ୍ଡ ର ଖର୍ଚ୍ଚ ଅଧିକ ଥିବାରୁ ଅମିତ୍ ଛୋଟମୋଟ ଚାକିରୀ କରିଲେ ହେଲେ ଏହି ଚାକିରୀ ରେ ଗର୍ଲଫ୍ରେଣ୍ଡ ଖୁସି ନଥିଲା ସବୁସମୟରେ ଅମିତ୍ କୁ ତାନା ମାରୁଥିଲା । କାରଣ ସେ ଝିଅ ଜଣେ ଜର୍ଜ୍ ଥିଲା । ଝିଅ ର ତାନା ଶୁଣିବା ଆସ୍ତେ ଆସ୍ତେ କଷ୍ଟକର ହବାକୁ ଲାଗିଲା ଅମିତକୁ । ସବୁବେଳେ ଗୋଟିଏ କଥା ତୁମେ ବେରୋଜଗାରିଆ ତୁମର ରୋଜଗାର ନାହିଁ । ଅମିତ୍ ଭିତରୁ ଭାଙ୍ଗି ପଡ଼ି ଥିଲା, ବାପାଙ୍କ ସ୍ବପ୍ନ ସ୍ବପ୍ନ ରେ ରହି ଯାଇଥିଲା । ସେ ସହି ୨୦୧୫ ରେ LLB ରେ ଆଡ୍ମିସନ୍ କରିଦେଲେ ।
କିଛି ଦିନ ପରେ ଝିଅ ନମ୍ବର ସୁଇଚ୍ ଅଫ୍ କରିଦେଲା ଫେସବୁକରେ ମେସଜର ରିପ୍ଲାଇ ବି ଦେଲାନି । ଗୋଟେ ଦିନ ଝିଅ ନିଜେ ମେସଜ୍ କରି ଜଣେଇ ଦେଲା ମତେ ଫୋନ୍ କି ମେସଜ୍ କରିବା ଦରକାର ନାହିଁ ମୋର ବାହାଘର ଠିକ୍ ହୋଇଯାଇଛି କାଲି ମୋ ବାହାଘର । ଯଦି ପାରିବ ତମେ ତମ ଓ୍ବକାତର ଝିଅ କୁ ବାହା ହେଇଯିବ । ଏତିକି କଥା ପଢ଼ିଲା ପରେ ଅମିତ୍ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା ସେ ପାଗଳଙ୍କ ପରି ଦିନ କାଟିବାକୁ ଲାଗିଲା ହେଲେ ଅଳ୍ପ ଦିନ ପରେ ତାର ମନେ ପଡ଼ିଲା ବାପାଙ୍କ ସ୍ବପ୍ନ କଥା ଯାହା ତାଙ୍କୁ ଡିପ୍ରେସନରୁ ବାହାର କରିବା ପାଇଁ ଏକମାତ୍ର ବାଟ ଥିଲା ଆଉ ଏ ସ୍ବପ୍ନ ମଧ୍ୟ ଅମିତ୍ ର ଗର୍ଲଫ୍ରେଣ୍ଡ କୁ ଚ୍ୟାଲେଞ୍ଜ ଥିଲା । ସେ ବହୁତ ପରିଶ୍ରମ କରି ସଫଳତା ହାସଲ କରିଛନ୍ତି ଯାହା ଆପଣଙ୍କ ସାମ୍ନାରେ ଅଛି । ଏବେ ଅମିତ୍ ଆହ୍ଲାବାଦ ୟୁନିଭରସିଟିରେ ପିଏଚଡି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here