ଏ ବର୍ଷ ବଲିଉଡ଼ର ଫିଲ୍ମଫେୟାର ଆୱାର୍ଡ ଗୁଆହାଟୀ ଠାରେ ଆୟୋଜନ କରାଯାଇଥିଲା; ଚଳିତ ବର୍ଷ ‘ଗଲି ବୟ’ ଫିଲ୍ମକୁ ସବୁଠୁ ଅଧିକ ପରିମାଣରେ ଆୱାର୍ଡ ମିଳିଥିଲା; ଏହି ଫିଲ୍ମ ଭିନ୍ନ ଭିନ୍ନ କାଟାଗୋରିରେ ୧୦ ଟି ଆୱାର୍ଡ ପାଇଲା; ରଣବୀର ସିଂହଙ୍କୁ ସର୍ବ ଶ୍ରେଷ୍ଠ ଅଭିନେତା ଓ ଆଲିଆ ଭଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆୱାର୍ଡ ଦିଆଯାଇଥିଲା; କିନ୍ତୁ ଫିଲ୍ମଫେୟାରକୁ ନେଇ ସଲମାନଙ୍କ ମନ୍ତବ୍ୟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି; ଏହି ଭିଡିଓରେ ସଲମାନ ଫିଲ୍ମ ଫେୟାର ଆୱାର୍ଡକୁ ସମାଲୋଚନା କରୁଛନ୍ତି
ଭିଡିଓରେ ସଲମାନ କହିଛନ୍ତି କି, “ଯେଉଁ ମାନଙ୍କର ନିଜ ଉପରେ ବିଶ୍ୱାସ ନଥାଏ, ସେହିମାନେ ହିଁ ପୁରସ୍କାର ଗ୍ରହଣ କରିବାକୁ ଯାଇଥାନ୍ତି, ସେ କିନ୍ତୁ କେବେ ବି ଏହିପରି ଅର୍ଥହୀନ ପୁରସ୍କାର ନେବାକୁ କେବେବି ଯିବେନାହିଁ, ଜାତୀୟ ପୁରସ୍କାର ପାଇବା ହିଁ ପ୍ରକୃତରେ ଏକ ଗୌରବର ବିଷୟ, ସେ କେବଳ ସେହି ପୁରସ୍କାର ଗ୍ରହଣ କରିବାକୁ ଚାହାନ୍ତି, ଫିଲ୍ମ ଫେୟାର ମାଗାଜିନ ଷ୍ଟାରଙ୍କମାନଙ୍କ ଇଣ୍ଟରଭିଉରେ ଚାଲିଥାଏ; ସେଠି ସବୁ ଷ୍ଟାର ସୁଟ ବୁଟ ପିନ୍ଧି ପରୀକ୍ଷା ହଲରେ ପରୀକ୍ଷା ଦେଲା ଭଳି ପହଂଚି ଇଣ୍ଟରଭିଉ ଦେଇଥାନ୍ତି” ; ସଲମାନଙ୍କ ଏହି ଭିଡିଓ ଟିକୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର କମେଣ୍ଟ ଦେଖିବାକୁ ମିଳୁଛି
ଚଳିତ ଫିଲ୍ମଫେୟାର ଆୱାର୍ଡ ମୁମ୍ବାଇ ବଦଳରେ ଗୁଆହାଟୀ ଠାରେ ଆୟୋଜନ କରାଯାଇଥିଲା; ଏହି ଆୱାର୍ଡ ଶୋ’ରେ ‘୩ ଖାନ’ ଉପସ୍ଥିତ ନଥିଲେ; ଅନ୍ୟ ପକ୍ଷରେ ପ୍ରସିଦ୍ଧ ଗୀତିକାର ମୁନ୍ତସିର ଫିଲ୍ମ ଫେୟାର ଆୱାର୍ଡ ନ ପାଇବାରୁ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ

LEAVE A REPLY

Please enter your comment!
Please enter your name here