ଫରହାନ ଅଖତର ଓ ରିତେଶ ସିଦ୍ଧବାନୀଙ୍କ ପ୍ରଡ଼କ୍ସନ କମ୍ପାନୀ ଏକ୍ସେଲ ଇଣ୍ଟରନେଟର ବ୍ୟାନରରେ ନିର୍ମିତ ଫିଲ୍ମ ‘ଗଲ ବୟ’ କିଛି ଦିନ ହେବ ଚର୍ଚ୍ଚାରେ ରହିଛି । ଏହି ଫିଲ୍ମ ମୁମ୍ବାଇର ଦୁଇ ଯୁବକଙ୍କ କାହାଣୀ ଉପରେ ଆଧାରିତ ହୋଇଛି । ଏହି ସିନେମାରେ ରଣବୀର ସିଂ, ଆଲିଆ ଭଟ୍ଟ ଓ କଲ୍କୀ କୋଚ୍ଲିନ ମୁଖ୍ୟ ଭୁମିକାରେ ନଜରକୁ ଆସିବେ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ରଣବୀର ସିଂ ଓ ଆଲିଆ ଭଟ୍ଟଙ୍କୁ ଏକାଠି ଦେଖିବାକୁ ମିଳିବ ।

ଫିଲ୍ମର ଟ୍ରେଲର ଦର୍ଶକ  ମହଲରେ ବେଶ ପ୍ରସଂଶିତ ହୋଇଛି। ଏହା ମଧ୍ୟରେ ଏହି ଫିଲ୍ମର ଦୁଇଟି ସଂଗୀତ ରିଲିଜ ହୋଇ ସାରିଛି । ସୋମବାର ଦିନ ଏହି ଫିଲ୍ମର ତୃତୀୟ ସଂଗୀତ ‘ଦୂରୀ’ ମଧ୍ୟ ରିଲିଜ ହୋଇଛି | ଚର୍ଚ୍ଚାର ବିଷୟ ଯେ ରଣବୀର ଏହି ସଂଗୀତରେ କଣ୍ଠଦାନ କରିଛନ୍ତି | ଏହି ସଂଗୀତ ଦେଶର କିଛି ସମସ୍ୟାକୁ ନେଇ କରାଯାଇଛି । ଏହି ଫିଲ୍ମରେ ସମୁଦାୟ ୧୮ଟି ସଂଗୀତ ରହିଛି । ‘ଦୂରୀ’ ଗୀତଟି ଋଷି ରିଚ କମ୍ପୋଜ କରିଛନ୍ତି ଓ ଜାଭେଦ ଅଖତର ଏହାକୁ ରଚନା କରିଛନ୍ତି। ଏହି ଗୀତଟିକୁ ଚାରି ଲକ୍ଷରୁ ଅଧିକ କମେନ୍ଟ ମିଳିଛି ।

LEAVE A REPLY

Please enter your comment!
Please enter your name here