ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ ‘ଛପାକ୍‌’ ପାଇଁ ଏବେ ଅସୁବିଧା ସୃଷ୍ଟି ହୋଇପାରେ; ଏସିଡ୍‌ ସରଭାଇଭର ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ ଫିଲ୍ମରେ ଅଗ୍ରାଧିକାର ନ ଦେଇଥିବାରୁ ସେ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ; ଫିଲ୍ମ ନିର୍ମାଣ କମ୍ପାନୀ ଫକ୍ସ ଷ୍ଟୁଡିଓ ମଧ୍ୟ ଅପର୍ଣ୍ଣାଙ୍କ ବିରୁଦ୍ଧରେ ପିଟିସନ୍‌ ଦାଖଲ କରିଥିଲା; କିନ୍ତୁ ଦିଲ୍ଲୀ ହାଇକୋର୍ଟ ଫକ୍ସ ଷ୍ଟୁଡିଓର ପିଟିସନ୍‌କୁ ଖାରଜ କରିଦେଇଛନ୍ତି; ତେବେ ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ଯଦି ଓକିଲ ଅପର୍ଣ୍ଣାଙ୍କୁ ଫିଲ୍ମରେ ଅଗ୍ରାଧିକାର ନ ଦିଆଯାଏ, ତେବେ ଆସନ୍ତା ଜାନୂୟାରୀ ୧୫ରୁ ଫିଲ୍ମକୁ ହଲରେ ରୋକ ଲଗାଯିବ
ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଓକିଲ ଅପର୍ଣ୍ଣା ଭଟ୍ଟ ପ୍ରଥମେ ପଟିଆଲା ହାଉସ କୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ; ଏହି ପିଟିସନରେ ଲେଖା ଯାଇଛି ଯେ ସେ ଏସିଡ୍ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ କେସ୍‌ ବହୁ ବର୍ଷ ପର୍ଯ୍ୟନ୍ତ ଲଢ଼ିଥିଲେ; ଫିଲ୍ମର ସ୍କ୍ରିପ୍ଟ ଲେଖିବା ସମୟରେ ମଧ୍ୟ ବହୁତ ସାହାଯ୍ୟ କରିଥିଲେ; କିନ୍ତୁ ତାଙ୍କୁ ଏଥିରେ କୌଣସି ପ୍ରକାରର ଅଗ୍ରାଧିକାର ମିଳିଲାନାହିଁ; ତେଣୁ ସେ କୋର୍ଟରେ ‘ଛପାକ୍‌’ର ରିଲିଜ୍‌ ଅଟକେଇବାକୁ ପିଟିସନ ଦାଖଲ କରିଛନ୍ତି; ତେଣୁ କୋର୍ଟ ଫିଲ୍ମ ନିର୍ମାତାଙ୍କୁ ରିଲିଜ୍‌ ପୂର୍ବରୁ ଫିଲ୍ମରେ ଅପର୍ଣ୍ଣାଙ୍କୁ କ୍ରେଡିଟ୍‌ ଦେବାକୁ ଆଦେଶ ଦେଇଥିଲେ; କିନ୍ତୁ ପରେ ଫକ୍ସ ଷ୍ଟୁଡିଓ ଏହି ମାମଲାକୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତରଣ କରିଥିଲେ; ତେବେ ଦିଲ୍ଲୀ ହାଇକୋର୍ଟ ପଟିଆଲା ହାଉସ୍‌ କୋର୍ଟର ରାୟକୁ ସମ୍ମାନ ଜଣେଇ ଫକ୍ସ ଷ୍ଟୁଡିଓର ଆବେଦନକୁ ଖାରଜ କରିଦେଇଛନ୍ତି
ତେବେ ହାଇକୋର୍ଟର ରାୟ ଅନୁସାରେ ଫିଲ୍ମ ନିର୍ମାତାଙ୍କୁ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ ଅଗ୍ରାଧିକାର ଦେବାକୁ ପଡିବ, ନଚେତ ଦିଲ୍ଲୀ ହାଇକୋର୍ଟ କହିବା ଅନୁସାରେ ଆସନ୍ତା ୧୫ ଜାନୁଆରୀରୁ ସବୁ ସିନେମା ହଲ୍‌ରେ ଫିଲ୍ମ ‘ଛପାକ୍‌’ ଉପରେ ରୋକ୍‌ ଲଗାଇଦିଆଯିବ

LEAVE A REPLY

Please enter your comment!
Please enter your name here