ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ୟନଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ଲଭ ଆଜ କଲ’ର ଫିଲ୍ମର ଟ୍ରେଲର ନିକଟରେ ରିଲିଜ ହୋଇଛି; କିନ୍ତୁ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଫିଲ୍ମରେ କାର୍ତ୍ତିକ-ସାରାଙ୍କ ମଧ୍ୟରେ ବୋଲ୍ଡ ସିନ ବ୍ୟତିତ ଅନେକ ଲିପ କିସିଂ ସିନ ମଧ୍ୟ ରହିଛି

ଫିଲ୍ମର ଟ୍ରେଲରରେ ସାରା-କାର୍ତ୍ତିକଙ୍କ ମଧ୍ୟ ଜବରଦସ୍ତ ବଣ୍ଡିଂ ଦେଖିବାକୁ ମିଳିଛି । ଫିଲ୍ମକା କାର୍ତ୍ତିକ ଆର୍ୟନ, ସାରା ଅଲ୍ଲୀ ଖାନଙ୍କ ବ୍ୟତିତ ଅଭିନେତ୍ରୀ ଆଋଷି ଶର୍ମା ଏବଂ ରଣଦୀପ ହୁଡ୍ଡା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି; ଫିଲ୍ମର କାହାଣୀକୁ ଦୁଇଟି ଦଶକ ଯଥା ୧୯୯୦ ଓ ୨୦୨୦ରେ ଭାଗ କରାଯାଇଛି; ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଛି ଯେ ୧୯୯୦ରେ ଲଭ ରିଲେସନ କିପରି ଥିଲା ଏବଂ ୨୦୨୦ ଲଭ ରିଲେସନରେ କେତେ ପରିବର୍ତ୍ତନ ହୋଇଛି; ଏହି ଫିଲ୍ମର ନିର୍ଦ୍ଦେଶନା ନିର୍ଦ୍ଦେଶକ ଇମ୍ପତିଆଜ ଅଲ୍ଲୀ ଦେଇଥିବା ବେଳେ ୧୪ ଫେବୃଆରୀ ଭାଲେଣ୍ଟାଇନ୍ସ ଡେ’ରେ ଫିଲ୍ମ ରିଲିଜ଼ ହେବ

LEAVE A REPLY

Please enter your comment!
Please enter your name here