ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟଙ୍କ ଫିଲ୍ମ ‘ଅତରଙ୍ଗୀ ରେ’ର ଶୁଟିଂ ପାଇଁ ସାରା ଅଲ୍ଲୀ ଖାନ୍‌ ବନାରସ୍‌ ପହଞ୍ଚି ଗଙ୍ଗା ଆଳତିରେ ସାମିଲ ହୋଇଛନ୍ତି; ଏହାସହିତ ସେ ଘାଟରେ ଫଟୋଶୁଟ୍‌ ମଧ୍ୟ କରାଇଥିଲେ; ଫିଲ୍ମରେ ସାରାଙ୍କ ସହ ଅକ୍ଷୟ କୁମାର ଓ ସାଉଥ୍‌ ସୁପରଷ୍ଟାର ଧନୁଷ ମଧ୍ୟ ଅଭିନୟ କରୁଛନ୍ତିଫିଲ୍ମର ଶୁଟିଂ ୩ ମାର୍ଚ୍ଚରୁ ଆରମ୍ଭ ହୋଇ ପାଖାପାଖି ଦେଢ଼ ସପ୍ତାହ ପର୍ଯ୍ୟନ୍ତ ଚାଲିବ; ବନାରସ୍‌ର କାଶୀ ଷ୍ଟେଶନ, ଚନ୍ଦୌଲିର ଖୁରୁଝା ଗାଁ ଭଳି ଜାଗାରେ ଶୁଟିଂ ହେବ; ବର୍ତ୍ତମାନ ସାରା ନିଜ ଟିମ୍‌ ସହ ନଦେସରର ଏକ ହୋଟେଲରେ ଅଛନ୍ତି; ଫିଲ୍ମରେ ସାରା ଡବଲ୍‌ ରୋଲରେ ନଜର ଆସିବେ; ଫିଲ୍ମର ପ୍ରଡକ୍ସନ ଭୂଷଣ କୁମାର ସହ ଏ.ଆର୍‌. ରହେମାନଙ୍କ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି; ଏହି ଫିଲ୍ମ ୨୦୨୧ ଭାଲେଣ୍ଟାଇନ୍‌ ଓ୍ଵିକ୍‌ରେ ରିଲିଜ୍‌ ହେବାର ସମ୍ଭାବନା ରହିଛି

LEAVE A REPLY

Please enter your comment!
Please enter your name here