ମଣିଷ ନିଜ ସ୍ୱାର୍ଥ ପୁରଣ ପାଇଁ ବନ୍ଧୁତା ସ୍ଥାପନ କରିଥାଏ | ଆଉ ଯେତେବେଳେ ତା ସ୍ୱାର୍ଥ ହାସଲ ହେଇଯାଏ, ସେତେବେଳେ ସେ ସେହି ବନ୍ଧୁ ଠାରୁ ଦୂରେଇଯାଏ | ତେଣୁ ଏଇଭଳି ମଣିଷଙ୍କୁ ଆମେ କିପରି ଚିହ୍ନିବା ଓ ସେ ମାନଙ୍କ କବଳରୁ କିଭଳି ନିଜକୁ ରକ୍ଷା କରିବା ସେ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି | ଆସନ୍ତୁ ଜାଣିବା ଏଇଭଳି ସ୍ୱାର୍ଥୀ ମଣିଷର ପାଞ୍ଚୋଟି ରୂପ ବିଷୟରେ…

୧. ସ୍ୱାର୍ଥୀ ମଣିଷ ନିଜର କାର୍ଯ୍ୟ ଆପଣଙ୍କ ଠାରୁ ହାସଲ କରିବା ଯାଏ ଖୋସାମତ କରୁଥାଏ; କିନ୍ତୁ ନିଜର କାର୍ଯ୍ୟ ସରିବା ପରେ ସ୍ୱାର୍ଥ ପୂରଣ ହେଇସାରିଲା ପରେ ଆପଣଙ୍କ ଠାରୁ ଦୂରେଇଯାଏ |
୨. ପ୍ରତ୍ୟେକ ସ୍ୱାର୍ଥୀ ବ୍ୟକ୍ତି ନିଜର କାର୍ଯ୍ୟ ହାସଲ କରିବା ପାଇଁ ଆପଣଙ୍କ ସହିତ ଅଠା ଭଳି ଲାଗିରହିଥାଏ | ହେଲେ ଯେତେବେଳେ ତାଙ୍କର କାର୍ଯ୍ୟ ସରିଯାଏ, ସେତେବେଳେ ଆଉ ସେମାନଙ୍କର ଦର୍ଶନ ମିଳେ ନାହିଁ |
୩. ଯେଉଁ ବ୍ୟକ୍ତି ଆପଣଙ୍କ ସହ କେବେ ଠିକ ଭାବରେ କଥା ହେଇନଥାଏ, ଯଦି ଆସି ଅଚାନକ  ଆପଣଙ୍କ ପ୍ରଶଂସା କରି ଭଲ ପାଇବା ଦେଖାଇଥାଏ, ତେବେ ଜାଣିଯାନ୍ତୁ କି ଆପଣଙ୍କ ପାଖରେ  ତାର କୌଣସି କାମ ରହିଛି |
୪. ଯେଉଁ ବ୍ୟକ୍ତି ଆପଣଙ୍କ ଅସୁବିଧା କିମ୍ବା ବିପଦ ସମୟରେ ପାଖରେ ଛିଡା ହୁଏନି କିମ୍ବା ଆପଣଙ୍କ ସହ କଥାବାର୍ତ୍ତା କରେ ନାହିଁ | ଯଦି ସେ ଆସି ହଠାତ ଆପଣଙ୍କୁ ଖୋଜେ କିମ୍ବା ସବୁଦିନ କଥା ହେବାକୁ ଲାଗେ ତେବେ ବୁଝିଯାନ୍ତୁ ଯେ ଆପଣଙ୍କ ପାଖରେ ନିଶ୍ଚୟ ତାର କିଛି କାର୍ଯ୍ୟ ରହିଛି ଯଦ୍ୱାରା ସେ ତାର ସ୍ୱାର୍ଥ ହାସଲ କରିବାକୁ ଚାଁହୁଛି |
୫. ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ସବୁବେଳେ ମିଛ କହୁଥାଏ ଏବଂ ଶତ୍ରୁ ଆଗରେ ସର୍ବଦା ଆପଣଙ୍କ ବିରୋଧରେ ଖରାପ କଥା କହୁଥାଏ, କିନ୍ତୁ ଆପଣଙ୍କ ପାଖକୁ ଆସି ଆପଣଙ୍କ ଆଗରେ ସେ ଶତ୍ରୁ ବିଷୟରେ କୁହେ | ତେବେ ଆପଣ ବୁଝିଯାନ୍ତୁ ଯେ ସେଭଳି ମଣିଷ ସ୍ୱାର୍ଥୀ ମନୋଭାବର ହୋଇଥାନ୍ତି |

LEAVE A REPLY

Please enter your comment!
Please enter your name here