ଭୁବନେଶ୍ୱର: ୨୦୧୮ରେ ଓଲିଉଡକୁ ଫେରିଥିବା କେତେକ ନାୟିକାଙ୍କ ଭିତରୁ କେତେଜଣଙ୍କର ୨୦୧୭ରେ ଗୋଟିଏ ବି ସିନେମା ରିଲିଜ୍‌ ହୋଇନଥିଲା। ଅର୍ଥାତ୍‌ ସେମାନେ ପ୍ରାୟ ବର୍ଷକପରେ ପରଦା ଉପରକୁ ଆସିଥିଲେ । ଆସନ୍ତୁ ନଜର ପକାଇବା ସେମିତି ଦୁଇ ନାୟିକାଙ୍କ ଉପରେ…

ସୁପ୍ରିୟା:- ୨୦୧୬ରେ ରିଲିଜ୍‌ ହୋଇଥିଲା ତରଙ୍ଗ ସିନେ ପ୍ରଡକସନସର ପ୍ରଯୋଜିତ ଫିଲ ‘ଲଭ ପାଇଁ କୁଛ୍‌ ଭି କରେଗା’। ଏଥିରେ ପ୍ରଥମ ଥରଲାଗି ବାବୁସାନ୍‌ଙ୍କ ଅପୋଜିଟ୍‌ରେ ନାୟିକା ବନିଥିଲେ ଜଣେ ନବାଗତା।

ଏହି ନାୟିକାଙ୍କ ନାମ ହେଲା ସୁପ୍ରିୟା ନାୟକ। ୨୦୧୭ରେ ତାଙ୍କର କୌଣସି ସିନେମା ରିଲିଜ୍‌ ହୋଇ ନଥିଲା। ଏହାପରେ ତାଙ୍କୁ ୨୦୧୮ରେ ରିଲିଜ୍‌ ହୋଇଥିବା ସିନେମା ‘ଓନ୍‌ଲି ପ୍ୟାର୍‌’ରେ ବାବୁସାନ୍‌ଙ୍କ ସହିତ ଦେଖିବାକୁ ପାଇଥିଲେ ଦର୍ଶକ। ୨୦୧୮ରେ ସୁପ୍ରିୟା ନାୟକ ଓଲିଉଡକୁ ଫେରିଛନ୍ତି।

LEAVE A REPLY

Please enter your comment!
Please enter your name here