ବଲିଉଡ୍‌ ଅଭିନେତା ବିନୋଦ ଖନ୍ନାଙ୍କର ପ୍ରଥମ ପତ୍ନୀ ଗୀତାଞ୍ଜଳିଙ୍କର ୭୦ ବର୍ଷ ବୟସରେ ହୃଦ୍‌ରୋଗରେ ପୀଡିତ ଥିବାରୁ ହଠାତ ତାଙ୍କର  ପରଲୋକ ହୋଇଯାଇଛି। ଗୀତାଞ୍ଜଳି ଓ ତାଙ୍କର ଦୁଇ ପୁଅ ଅକ୍ଷୟ ଓ ରାହୁଲ ମାଣ୍ଡୱାସ୍ଥିତ ଫାର୍ମ ହାଉସ୍‌କୁ ନିୟମିତ ଯିବା ଆସିବା କରନ୍ତି। ଶନିବାର ପୂର୍ବାହ୍ନରେ ଗୀତାଞ୍ଜଳିଙ୍କ ଦେହ ଖରାପ ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଦେଖାଇ ଔଷଧ ଦେଇଦେଇଥିଲେ, ତାପରେ ସେ ସୁସ୍ଥ ଥିଲେ |  ଅକ୍ଷୟ କିଛି ସମୟ ପାଇଁ ବାହାରକୁ ଯାଇ ଆସି ଦେଖିଲା ବେଳକୁ ତାଙ୍କ ମା ଅଚେତ ହେଇଯାଇଥିଲେ | ତୁରନ୍ତ ହସ୍ପିଟାଲ ନେଲା ବେଳକୁ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ରବିବାର ଶବ ବ୍ୟବେଚ୍ଛେଦ ପରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।
ଗୀତାଞ୍ଜଳି, ବିନୋଦଙ୍କୁ୧୯୭୧ ମସିହାରେ ବିବାହ କରିଥିଲେ। ୧୯୮୫ରେ ଦୁହେଁ ଅଲଗା ହୋଇଯାଇଥିଲେ।

 

 

LEAVE A REPLY

Please enter your comment!
Please enter your name here