ବଲିଉଡ଼ର “ସିଂ ଇଜ କିଙ୍ଗ” ଥିଲେ କାନାଡ଼ାର ନାଗରିକ ଏବେ ହେବେ ଭାରତର ନାଗରିକ!!

0
278

ଆପଣ ଜାଣନ୍ତି କି ଆଜି କୁ ୭ ବର୍ଷ ତଳେ ବଲିଉଡ଼ ଲୋକପ୍ରିୟ ଅଭିନେତା “ସିଂ ଇଜ କିଙ୍ଗ” ଅକ୍ଷୟ କୁମାର,(ରାଜୀବ ଭାଟିଆ) କାନାଡ଼ା ନାଗରିକତ୍ଵ ନେଇଥିଲେ ବୋଲି!! କିନ୍ତୁ ଏବେ ସେ କାନାଡ଼ା ନାଗରିକତ୍ଵକୁ ଛାଡି ପୁଣି ଥରେ ଭାରତ ନାଗରିକତ୍ଵକୁ ଗ୍ରହଣ କରିବାକୁ ଯାଉଛନ୍ତି; ସେ ପୁଣି ଥରେ ଭାରତୀୟ ପାସ୍ପୋର୍ଟ ପାଇଁ ଅପିଲ କରିଛନ୍ତି; ସେ ଏକଥା ଗତ ଶୁକ୍ରବାର ଦିନ ଆୟୋଜିତ ଇଂରାଜୀ ଖବରକାଗଜ ‘ହିନ୍ଦୁସ୍ତାନ ଟାଇମ୍ସ’ର ସମିଲନ୍ନୀରେ ଘୋଷଣା କରିଛନ୍ତି
ସେ ଏ ନେଇ ବିସ୍ତାର ଭାବେ କହିଛନ୍ତି ଯେ ଯେତେବେଳେ ତାଙ୍କ ଅଭିନୀତ ଲଗାତାର ୧୪ଟି ଫିଲ୍ମ ଫ୍ଲପ ହେଇଥିଲା ସେ ବାଧ୍ୟ ହେଇ ନିଷ୍ପତି ନେଲେ ଯେ ଆକ୍ଟିଙ୍ଗ ଛାଡି ତାଙ୍କୁ ଅଲଗା କିଛି କରିବାକୁ ପଡିବ; ଠିକ ସେହି ସମୟରେ ତାଙ୍କର ଜଣେ କାନାଡ଼ା ସ୍ଥିତ ମିତ୍ର ତାଙ୍କୁ ସାଙ୍ଗ ହେଇ କିଛି ବିଜିନେସ କରିବାକୁ ଅଫର ଦେଇଥିଲେ; ତେଣୁ ସେ ତାଙ୍କର ସାଇନ କରିଥିବା ଆଉ ୨ଟି ବାକି ଥିବା ଫିଲ୍ମର ସୁଟିଂ କାମ ସାରି ଭାରତ ଛାଡି କାନାଡ଼ା ଯିବାକୁ ମନସ୍ଥ କରିଥିଲେ; ସେଥିପାଇଁ ସେ କାନାଡ଼ା ନାଗରିକତ୍ଵ ଗ୍ରହଣ କରିବା ପାଇଁ ଆବେଦନ କରିଥିଲେ; କିନ୍ତୁ ସୌଭାଗ୍ୟବଶତଃ ତାଙ୍କର ୧୫ନମ୍ବର ଫିଲ୍ମଟି ହିଟ ସାବ୍ୟସ୍ଥ ହୋଇଥିଲା; ତେଣୁ ସେ ଆଉ କାନାଡ଼ା ନ ଯାଇ ଏଠି ଫିଲ୍ମରେ ପୁଣି କାମ କରିବାକୁ ସ୍ଥିର କରିଥିଲେ; କିନ୍ତୁ ଆଉ କାନାଡ଼ା ନାଗରିକତ୍ଵ ବିଷୟରେ ଚିନ୍ତା କରିନଥିଲେ;
କିନ୍ତୁ ଏବେ ସେ ଏ ନେଇ କହିଛନ୍ତି ଯେ’ ସେ ତାଙ୍କ ଦେଶଭକ୍ତି ଉପରେ କେହି କିଛି ପ୍ରଶ୍ନ ନ କରନ୍ତୁ ବୋଲି ପୁଣି ଥରେ ଭାରତର ନାଗରିକତ୍ଵ ଗ୍ରହଣ କରିବା ପାଇଁ ପାସ୍ପୋର୍ଟ ଆବେଦନ କରିଛନ୍ତି; କିନ୍ତୁ ସେ ଦୁଃଖ ପ୍ରକାଶ କରି କହିଥିଲେ ଯେ ତାଙ୍କୁ ତାଙ୍କ ଦେଶଭକ୍ତିର ପ୍ରମାଣ ଦେଖେଇବା ପାଇଁ ତାଙ୍କୁ ପାସ୍ପୋର୍ଟର କପି ଦେଖେଇବାକୁ ପଡିଚି;
୨୦୧୯ରେ ସାଧାରଣ ନିର୍ବାଚନରେ ସେ ଭୋଟ ଦେଇନପାରିଥିବାରୁ ସାଧାରଣରେ ତାଙ୍କ କାନାଡ଼ା ନାଗରିକତ୍ଵକୁ ନେଇ କଡା ସମାଲୋଚନାର ଶିକାର ହୋଇଥିଲେ; ସେ ସେଥିପାଇଁ ସୋସିଆଲ ସାଇଟ ଟ୍ୱିଟରରେ ଗ୍ରହଣ କରିଥିଲେ ଯେ ସେ ୭ ବର୍ଷ ତଳେ କିଛି କାରଣ ପାଇଁ ବାଧ୍ୟ ହେଇ କାନାଡ଼ାର ନାଗରିକତ୍ଵ ପାଇଁ ଆବେଦନ କରିଥିଲେ; ସେ ଗତ ଶୁକ୍ରବାର ଦିନ ବିସ୍ତାର ଭାବେ ଏହାର କାରଣ ପ୍ରେସ ମିଟରେ ଘୋଷଣା କରିଛନ୍ତି

LEAVE A REPLY

Please enter your comment!
Please enter your name here