ମଧ୍ୟପ୍ରଦେଶର ଏକ ବୁଲା କୁକୁର ନିଜ ମାଲିକାଣୀର ଇଜ୍ଜତ ବଂଚାଇବାକୁ ଯାଇ ଗୁରୁତର ହୋଇଛି।  ମହିଳା ଜଣକ ସବୁଦିନ  ତାଙ୍କରି ହାତରେ ରୋଷେଇ କରି ପ୍ରତିଦିନ ସେଇ ବୁଲା କୁକୁରକୁ ଖାଇବାକୁ ଦିଅନ୍ତି । ତେଣୁ ଅନ୍ନଦାତାଙ୍କୁ ଉତ୍ପୀଡ଼ନରୁ ରକ୍ଷା କରିବାକୁ ଯାଇ ଆତତାୟୀଙ୍କ ଛୁରା ମାଡ଼ରେ ଗୁରୁତର ହୋଇଛି କୁକୁର।

ମଧ୍ୟପ୍ରଦେଶ  ଭୋପାଳର  ଛୋଲା  ଅଞ୍ଚଳରେ ଘଟିଛି ଏହି ଘଟଣା। ରାସ୍ତାର ଏହି କୁକୁରକୁ “ଶେରୁ’ ନାମରେ ନାମିତ କରିଥିଲେ ଉକ୍ତ ମହିଳା, ନିୟମିତ ଖାଇବାକୁ ଦେଉଥିଲେ ସେ ମହିଳ ଓ ତାଂକ ସ୍ୱାମୀ। ୨୯ବୟସ୍କ ଏହି ମହିଳା ରବିବାର ମଧ୍ୟାହ୍ନ ଭୋଜନ ପରେ ଘରେ ବିଶ୍ରାମ ନେଉଥିଲେ। ମଧ୍ୟାହ୍ନ ଭୋଜନରେ ବଳକା ଖାଦ୍ୟ ଖାଇ ପରିସର ମଧ୍ୟରେ ବିଶ୍ରାମ ନେଉଥିଲା ଶେରୁ। ଏହି ସମୟରେ ଘର ଭିତରୁ ମାଲିକାଣୀଙ୍କ ଚିତ୍କାର  ଶୁଣିଲା ଶେରୁ, ହଟାତ ଘର ଭିତରକୁ ପଶିଯାଇଥିଲା ଶେରୁ। ଘର ଭିତରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ମାଲିକାଣୀଙ୍କୁ ଆକ୍ରମଣ କରିବାର ଦୃଶ୍ୟ ଦେଖି କାଳ ବିଳମ୍ବ ନକରି ତାଙ୍କୁ ରକ୍ଷା କରିବାକୁ ଘଟଣାସ୍ଥଳକୁ ଲମ୍ଫ ମାରି ଡେଇଁ ପଡ଼ିଥିଲା ଶେରୁ।କୁକୁରଟି ହେଲେ କଣ ହବ ସାଧାରଣ ଶିକ୍ଷା ଥିଲା ତା ପଖରେ, ସେ ଭୁଲ ଆଉ ଠିକ ଭିତରେ ଥିବା ପାର୍ଥକ୍ୟ ବୁଝି ପାରୁଥିଲା ।

କୁକୁରଠାରୁ ନିଜକୁ ରକ୍ଷା କରିବା ପାଇଁ ବ୍ୟକ୍ତିଜଣକ ଏକ ଧରୁଆ ଛୁରୀରେ ଶେରୁକୁ ଆକ୍ରମଣ କରିଥିଲା। ଛୁରାର ଆଘାତରେ ଶେରୁର ଡାହାଣ ଗୋଡ଼ କଟିଯାଇଥିଲା। ତଥାପି  ଆଘାତକୁ ଖାତିର ନକରି ମାଲିକାଣୀକୁ ରକ୍ଷା କରିବାକୁ ଉଦ୍ୟମ ଜାରି ରଖିଥିଲା ଶେରୁ। ଫଳରେ ବାଧ୍ୟ ହୋଇ ଘଟଣାସ୍ଥଳରୁ ପଳାଇ ଯାଇଥିଲା ସେ ଦୁର୍ବୃତ୍ତ।
ପରେ ଏହି ଘଟଣା ଛୋଲା ପୁଲିସ ନିକଟରେ ପହଂଚି ଥିଲା। ମହିଳାଙ୍କ ପ୍ରତିବେଶୀ ସୁନୀଲ ନାମକ ବ୍ୟକ୍ତି ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣା ପଡ଼ିଥିଲା। ନିଶାସକ୍ତ ଅବସ୍ଥାରେ ସୁନୀଲ ପଡ଼ୋଶୀ ମହିଳାଙ୍କ ସହିତ ଅସଦାଚରଣର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସୁନିଲକୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here