ଏ ପୂଜା ସାଧାରଣ ପୂଜା ନୁହେଁ । ଏ ପୂଜାରେ ଅନେକ ବିଧି ଅଛି ଯେମିତିକି ପ୍ରଧମ ଧାନର ଜଟ ତିଆରି କରାଯାଇ ମା ଲକ୍ଷ୍ମୀଙ୍କୁ ଅର୍ପଣ କରାଯାଏ, ଗାଈ ଗୋବରରେ ଘର ଲିପାଯାଏ, ଅରୁଆ ଆଣରେ ଝୋଟି ଚିତାରେ ଘରକୁ ସଜାଯାଏ । ଘର ଦୂଆର ପୁରା ପରିସ୍କାର କରାଯାଏ ।

ଏସବୁର ପ୍ରକୃତ ଅର୍ଥ ଆଗରୁ ସମସ୍ତେ ଚାଷ କରି ଚଳୁଥିଲେ ସମସ୍ତେ ଚାଷ ଉପରେ ହିଁ ନିର୍ଭର ଥିଲେ । ଗାଈଗୋରୁ ସମ୍ଭାଳୁ ଥିଲେ । ଘର ପରିସ୍କାର ପରିଛନ କରିବାକୁ ସମୟ ମିଳୁ ନଥିଲା । ଶୀତଦିନ ପରେ ପୁଣି ଥରେ ସମସ୍ତେ ବ୍ୟସ୍ତ ହେଇ ଯାଉଥିଲେ କର୍ମକ୍ଷେତ୍ରରେ ସେଥିପାଇଁ ମାଣ ଓଷା ଏଥିପାଇଁ ଆରମ୍ଭ କଲେ ଯେ ଏହି ସମୟରେ ସମସ୍ତେ ପରିସ୍କାର ପରିଛନ ହେଇ ପାରିବେ ନିଜ ଚତୁଃପାଶ୍ୱକୁ ବି ସଫା ସୁତୁରା ରଖିପାରିବେ ଏହା ବୁଦ୍ଧିଜୀବୀଙ୍କ ମତ ।

ପୌରାଣିକ ମତ ଅନୁସାରେ ଆମ ସମାଜରେ ଜାତିପ୍ରଥା ର ଭେଦଭାବ ଅନେକ ବର୍ଷ ପୂର୍ବରୁ ଚାଲି ଆସୁଛି ସେଥିପାଇଁ ଏ ଭେଦଭାବ କୁ ସମ୍ପୂର୍ଣ୍ଣ ଭାବେ ଆମ ସମାଜରୁ ଲୋପ୍  କରିବାକୁ ମା ଲକ୍ଷ୍ମୀଙ୍କର ଏକ ପ୍ରୟାସ ସେ-ଯୁଗରୁ ଚାଲି ଆସୁଛି । ମା ଲକ୍ଷ୍ମୀ ଶ୍ରୀୟା ଚଣ୍ଡାଳୁଣୀ ଘରୁ ଭୋଗ ଗ୍ରହଣ କରି ଜାତି ପ୍ରଥାର ନିୟମ ଭଙ୍ଗ କରିଥିଲେ ଓ ସମାଜରେ ଏକତାର ଆହ୍ୱାନ କରିଥିଲେ ଓ ସମସ୍ତଙ୍କୁ ସଫା ସୁତୁରା ରହିବାକୁ ଜ୍ଞାନ ପ୍ରଦାନ କରିଥିଲେ ।

ପ୍ରକୃତରେ ମାଣ ଓଷା ଗୁରୁବାରରେ ଏକ ଅଦ୍ଭୁତ ଶକ୍ତି ଅଛି, ଆପଣ ଯଦି ପୂଜାକୁ ସମ୍ପୂର୍ଣ୍ଣ ରୀତି ନୀତି ଆଉ ବିଧି ରେ ପାଳନ କରନ୍ତି ତାହେଲେ ଆପଣଙ୍କ ଘରେ ମା ଧନଲକ୍ଷ୍ମୀ ବାସ କରନ୍ତି । ଆପଣ କୁବେର ଦେବଙ୍କୁ ପ୍ରଶନ୍ନ କରି ପାରନ୍ତି । ଆପଣ ଶୀଘ୍ରରୁ ଶୀଘ୍ର କର୍ମକ୍ଷେତ୍ରରେ ଲାଭବାନ ହୁଅନ୍ତି ।

LEAVE A REPLY

Please enter your comment!
Please enter your name here