ବାଣଭର୍ତ୍ତି ସପୁରୀ ଖୁଆଇ ଗର୍ଭବତୀ ହାତୀକୁ ହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି; ଏଭଳି ନୃଶଂସ ଘଟଣାଟି ଘଟିଛି କେରଳର ମଲ୍ଲାପୁରମ୍‌ରେକିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ; ହାତୀଟି ଅତି ଖୁସିରେ ସପୁରୀ ଖାଇବା ମାତ୍ରେ, ପାଟିରେ ବାଣ ଫୁଟିଯାଇଥିଲା; ଏହି ଘଟଣାକୁ ନେଇ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର ଦୁଃଖପ୍ରକାଶ କରିବା ସହ ଦୋଷୀମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ମଧ୍ୟ ସ୍ୱର ଉଠାଇଛନ୍ତି

Maybe animals are less wild and humans less human. What happened with that #elephant is heartbreaking, inhumane and unacceptable! Strict action should be taken against the culprits. #AllLivesMatter pic.twitter.com/sOmUsL3Ayc

– Akshay Kumar (@akshaykumar) June 3, 2020ଅକ୍ଷୟ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି ଯେ ‘ ବୋଧହୁଏ ପଶୁମାନେ ଟିକେ କମ୍‌ ଜଙ୍ଗଲୀ ଓ ମଣିଷମାନଙ୍କର ମାନବିକତା ମଧ୍ୟ କମ୍‌ ରହିଛି, ହାତୀ ସହ ଯାହା ଘଟିଲା ତାହା ଦୃଦୟ ବିଦାରକ ଘଟଣା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍’

ଗର୍ଭବତୀ ହାତୀ ସହିତ ଏଭଳି ଅମାନୁଷିକ ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତ୍ରୀବ ଅସନ୍ତୋଷ ଦେଖାଯାଇଛି; ଏହି ଘଟଣାକୁ ନେଇ ସ୍ୱରା ଭାସ୍କର, ଚିତ୍ରଙ୍ଗଡା ସିଂ, ଅନୁଷ୍କା ଶର୍ମା, ପୂଜା ଭଟ୍ଟ, ଅନନ୍ୟା ପାଣ୍ଡେ ଭଳି ଅନେକ ବଲିଉଡ ଷ୍ଟାର ଶୋକପ୍ରକାଶ କରିଛନ୍ତି

LEAVE A REPLY

Please enter your comment!
Please enter your name here