ଆମ ଦେଶରେ କେମିତି କେମିତି ଘଟଣା ଘଟୁଛି ଯାହା ଶୁଣିଲେ ମୁଣ୍ଡ ଘୁରେଇ ଦେଉଛି, ଏମିତିକା ଏକ ଘଟଣା ସାମ୍ନାକୁ ଆସିଛି ବିହାରରୁ, ଏଠାରେ ଗଛରେ ବାନ୍ଧି ବାପା ଆଗରେ ଝିଅକୁ ଗଣବାଳାତ୍କାର କରା ଯାଇଛି । ଏହିପରି ଘଟଣା ଆଉ ଏହିପରି ଅଭଦ୍ର ଲୋକ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ।
ପୁଲିସ୍‍ ଅଧିକାରୀଙ୍କ ସୂଚନା ଅନୁସାରେ କୋଡ଼ହୋୱାଡି ଥାନା ଅଞ୍ଚଳର ୧୯ ବର୍ଷିୟ ଯୁବତୀଙ୍କୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଗଣବଳାତ୍କାର କରାଯାଇଛି । ଏହି ମାମଲାରେ ବୁଧବାର ଦିନ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଗ୍ରାମର ୬ ଜଣ ଯୁବକ ଗୁରୁବାର ବିଳମ୍ବ ରାତିରେ ତାଙ୍କ ଘର କବାଟ ଠକ୍‍ ଠକ୍‍ କରି ପିଇବାକୁ ପାଣି ମାଗିଥିଲେ ।
ତାଙ୍କ ବାପା କବାଟ ଖୋଲିବା ମାତ୍ରେ ସେମାନେ ଘରକୁ ବଳପୂର୍ବକ ପଶିଯାଇ ତାଙ୍କୁ ବାହାରକୁ ଟାଣି ଆଣିଥିଲେ । ଘର ବାହାରେ ଏକ ଗଛରେ ତାଙ୍କ ବାପାକୁ ବାନ୍ଧି ଦେଇ ବାପାଂକ ସମ୍ନାରେ ତାଙ୍କୁ ଜଣକ ପରେ ଜଣେ ନୃସଂଷ ଭଳି ବଳାତ୍କାର କରିଥିଲେ । ପୁଲିସ୍‍କୁ କହିଲେ ବାପା, ଝିଅଙ୍କୁ ଜୀବନରୁ ମାରିଦେବାକୁ ଯୁବକମାନେ ଧମକ ଦେଇଛନ୍ତି । ହେଲେ ଯୁବତୀ ଜଣକ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ୍‍ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ ଅଭିଯୁକ୍ତମାନେ ଫେରାର ଥିବାରୁ ସେମାନଙ୍କୁ ଗିରଫ କରାଯାଇ ପାରିନାହିଁ ବୋଲି କିଶାନଗଞ୍ଜ ପୋଲିସ ଅଧୀକାରୀ କହିଛନ୍ତି ଓ ଏହା ମଧ୍ୟ କହିଛନ୍ତି ଅଭିଯୁକ୍ତ ମାନଂକୁ ଶୀଘ୍ର ରୁ ଅତିଶୀଘ୍ର ଆମେ ଧରି ଜେଲ୍ ରେ ପୁରେଇବୁ  ।

LEAVE A REPLY

Please enter your comment!
Please enter your name here