ବାପା ଏମିତି ଏକ ଶବ୍ଦ ଯାହାର ତୁଳନା କରିବା ସହଜ ହୋଇ ନଥାଏ , ବିତିଯାଇଥିବା ସମୟକୁ ଚିନ୍ତା କଲେ କେବଳ ଦୁଃଖ ମିଳିବା ସହିତ ଅନୁତାପ ବି ବହୁତ ହୁଏ । ମୋ ନାମ ସତ୍ୟବ୍ରତ ପରିଡା , ବାପା ଫରେଷ୍ଟ ଡିପାର୍ଟମେଣ୍ଟ୍ ରେ ଚାକିରୀ କରିଥିଲେ କିନ୍ତୁ ଭାଗ୍ୟର ବିଡମ୍ବନା ଯେ ସରକାର ମଝିରେ କିଛି ଲୋକଂକୁ ଭିଆରଏସ ଦେଇଦେଲେ । ସେଇ କିଛି ଲୋକଂକ ଭିତରେ ମୋ ବାପା ବି ଥିଲେ , ବାପାଂକୁ କିଛି ପଇସା ମିଳିଥିଲା ସେଇ ପଇସାରେ ବାପା ଗୋଟେ ଦୋକାନ କଲେ ଯେଂଉ ଦୋକାନରୁ  ଆମ ପରିବାର ଚାଲୁଥିଲା । ମୁଂ କହୁଛି ପ୍ରାୟ ସାତ ଆଠ ବର୍ଷ ତଳର କଥା ,  ସେତେବେଳେ ମୁଂ କଲେଜରେ ପଢୁଥିଲି ହଷ୍ଟେଲ ରହୁଥିଲି , ମୋ ସାଂଗ ମାନେ ସମସ୍ତେ ପ୍ରାୟ ଧନୀ ଘର ପିଲା ଥିଲେ , ସମସ୍ତଂକ ପାଖରେ ଦାମୀ ଦାମୀ ମୋବାଇଲ୍ ଥିଲା , ହେଲେ ମୋ ପାଖରେ ନୋକିଆ ର ସେ ସେଟ୍ ଥିଲା ଯେଂଉ ସେଟ୍ ରେ ଆଗ ପଟୁଆ କଥା ହେଇ ହୁଏନି କଥା ହବାକୁ ହେଲେ ମୋବାଇଲ୍ କୁ ପଛପଟୁଆ ଧରିବାକୁ ପଡୁଥିଲା ।
ସମସ୍ତଂକ ପାଖରେ ବାଇକ୍ ଥିଲା କିନ୍ତୁ ମୋ ପାଖରେ ସାଇକେଲ୍ ବି ନଥିଲା, ସମସ୍ତେ ସନ୍ଧ୍ୟା ହେଲେ ଯାଆନ୍ତି ଫାଷ୍ଟ ଫୁଡ୍ ଖାଇବାକୁ ସେମାନେ ଦାମୀ ଦମୀ ଜିନିଷ ଖାଉଥିଲା ବେଳେ ମତେ ଅଳ୍ପ ଟଂକାରେ ସନ୍ତୁଷ୍ଟି ହବାକୁ ପଡୁଥିଲା , ଏମିତିରେ ମୋ ବାପଂକ ଉପରେ ମୋର ବହୁତ ରାଗ ଚିଡୁଥିଲା କାରଣ ସେ ମୋ ପଖକୁ ମାତ୍ର ୫୦୦ ଟଂକା ପଠଉଥିଲେ ପ୍ରତି ମାସରେ ପକେଟ ଖର୍ଚ୍ଚ । କଲେଜରେ ଛୁଟି ପଡିଲେ ମୁଂ ଚାଲିଯାଏ ଘରକୁ , ଥରେ ଛୁଟି ପଡିବାରୁ ମୁଂ ଘରକୁ ଯାଇଥିଲି ହେଲେ ବାପାଂକ ସହିତ କଥା ହେଲିନି , ମା ସହିତ ବି ଯେତିକି ଆବଶ୍ୟକ ସେତିକି କଥା ହେଲି , ବାପା ମୋର ଏହି ବ୍ୟବହାର ଦେଖି ମା କୁ କହିଲେ ସତ୍ୟ ର କଣ ହେଇଛି କି , ସେ ଏମିତି କଥା କଣ ପାଂଇ ହେଉନି ? ମୁଂ କହିଲି କଥା କଣ ହେବି ସମସ୍ତଂକ ପାଖରେ ଦାମୀ ଦାମୀ ମୋବାଇଲ୍ ମତେ ସମସ୍ତେ ଚିଡଉଛନ୍ତି ମତେ ସେଠି ଭାରି ଲାଜ ଲାଗୁଛି , ମୁଂ ଆଉ ଯିବିନି ପଢିବାକୁ । ବାପା ପାଖକୁ ଆସିଲେ ମୋ ମୁଣ୍ଡରେ ହାତ ମାରି କହିଲେ ଏତିକି କଥାରେ ତୁ ମୁଂହ ଫୁଲେଇଛୁ ! ତତେ ଦମୀ ମୋବାଇଲ୍ ଦେବି କିନ୍ତୁ ତତେ ପ୍ରଥମେ କଥା ଦବାକୁ ପଡିବ ଏଥର ପରୀକ୍ଷାରେ ଭଲ ମାର୍କ୍ ରଖି ପାସ୍ କରିବୁ , ଏତିକି କଥାରେ ମୁଂ ହଟାତ କହିଲି ବାପା ତମେ ମତେ ମୋବାଇଲ୍ କିଣି ଦିଅ ମୁଂ କଥା ଦଉଛି ଯେ ମୁଂ ଏଥର ଭଲ ନମ୍ବର ରଖି ପାସ କରିବି , ବପା ତା ପରଦିନ ଗୋତେ ୧୦,୦୦୦ ଟଂକିଆ ମୋବାଇଲ ଆଣିଦେଲେ , ମୁଂ ଖୁସିରେ ମୋବାଇଲ ଆଣି ହଷ୍ଟେଲକୁ ଫେରିଲି , ବସ୍ ରେ ବସି ଭାବୁଥିଲି ବାପାଂକ ପାଖରେ ପଇସ ତ ଅଛି ହେଲେ ସେ ବାହାର କରୁ ନାହାନ୍ତି , ମୁଂ ତ ଗୋଟିଏ ବୋଲି ପୁଅ ସେ ମୋତେ ନଦେଇ ବ୍ୟାଂକ୍ ରେ ରଖିଲେ କଣ ଫାଇଦା ହବ ! ଏଥର ଆସିଲେ ବାଇକ୍ ପାଂଇ କହିବି ଦେଖିବି ସେ କଣ କହୁଛନ୍ତି ।
ଆରଥର ଛୁଟି ହେଲା ମୋର ପରୀକ୍ଷାରେ ଭଲ ନମ୍ବର ମଧ୍ୟ ରହିଥିଲା , ମୁଂ ଘରକୁ ଆସିଥିଲି , ଫେରିବାର ପୂର୍ବ ଦିନ ବାପା ମା ଦୁଇଜଣ ବସିଥିଲେ ମୁଂ ସେଇ ସମୟରେ କହିଲି – ବାପା ମୋର ବାଇକ୍ ଦରକାର , ସମସ୍ତଂକ ପାଖରେ ବାଇକ୍ ଅଛି ହେଲେ ମୋ ପାଖରେ ବାଇକ୍ ନାଂହି , ବାପା ଏ କଥା ଶୁଣି ମୋ  ଉପରେ ରାଗିଯାଇ କହିଲେ – ସମସ୍ତଂକ ସହିତ ତୁ ନିଜକୁ ତୁଳନା କରନି , ସମସ୍ତଂକ ବାପା ପାଖରେ ବହୁତ ପଇସା ହେଲେ ତୋ ବାପା ପାଖରେ ଏତେ ପଇସା ନାଂହି ତୋତେ ବାଇକ୍ କିଣି ଦେଇ ପାରିବ । ମୁଂ ସେଠୁ ଉଠି ଆସିଲି ପରେ ମା କୁ କହିଲି ମୁଂ ତ ତମର ଗୋଟେ ବୋଲି ପୁଅ ମୋ ପାଂଇ ପଇସା ଖର୍ଚ୍ଚ କରୁନ ଆଉ କାହା ପାଂଇ ରଖିଛ ? ମା କହିଲା ଧନ ରେ ତୁ ଏତେ ବଡ ହେଲୁଣୁ ତୁ କାଂଇ ବୁଝୁନୁ ତୋ ବାପା ପାଖରେ ଥିଲେ ସେ କଣ ତୋତେ ମନା କରି ଥାଆନ୍ତେ ! ଯାହା  ବି ହେଉ ମୁଂ ବାପାଂକୁ କହିବି , ତୁ ଚାଲେ ଖାଇ ଦେ । ମୁଂ ରାଗି କି ଖାଇଲିନି ସେଦିନ ବାପା ମା ବି କେହି ଖାଇଲେନି , ବାପା କିଛି କାହାକୁ ନକହି ଯାଇ ଶୋଇ ପଡିଲେ ।
ପର ଦିନ ସକାଳେ ଉଠିଲି, ଗାଧୋଇ ପାଧୋଇ  ହଷ୍ଟେଲକୁ ଫେରି ଆସିବି ଭାବିଲି , ବାହାରିଲା ବେଳେ ମା କହିଲା ତୁ ଯଦି ଏମିତି ରାଗିକି ଯିବୁ ତୋ ବାପା ତ କେମିତି ଜିଦିଆ ତୁ ଜାଣିଛୁ ସେ ବି ଖାଇବେନି , ତୁ କଣ ଚାଂହୁଛୁ ତୋ ବାପା ଉପାସ ରୁହନ୍ତୁ ? କେମିତିକା ପୁଆ ତାହେଲେ ତୁ ? ଦୋକାନରେ ବାପା ଥିଲେ ମୁଂ ଯାଇ ଡାକିଲି ବାପା ଦୋକାନ ବନ୍ଦ କରି ଆସିଲେ , ମୁଂ ସେମିତି ରାଗରେ ଥିଲି କିନ୍ତୁ ବାପା ଖାଇବେନି ବୋଲି ତାଂକ ସହିତ ଏମିତି କଥା ହେଉଥିଲି । ବାପା ମୁଂ ସାଂଗ ହୋଇ ଖାଇଲୁ , ତାପରେ ମୁଂ ତର ତର ହୋଇ ଆସିଗଲି , ବସ ଷ୍ଟାଣ୍ଡରେ ପହଂଚି ଦେଖିଲି ଯେ ମୁଂ ମୋବାଇଲ୍ ଭୁଲି ଆସିଛି ଘରେ , ପୁଣି ଥରେ ଘରକୁ ଗଲି , ଯାଇ ଘରେ ପହଂଚିଛି କିନ୍ତୁ ଘର ଦୂଆର ମୁଂହରେ ଅଛି , ବାପା ସେବେ ଯାଏ ଦୋକାନ ଯାଇ ନଥିଲେ , ଘର ଭିତରୁ କଥା ଶୁଭୁଥିଲା – ବାପା କହୁଥିଲେ ଟୋକାଟା ରାଗିକି ଗଲା ମତେ ଭଲ ଲାଗୁନି , କେମିତିକା ବାପାଟେ ମୁଂ ଗୋଟେ ପୁଅର ଇଛା ରଖିପାରିଲିନି ? ସେ ରାଗିକି ଯାଇଛି ଆଉ ଥରେ ଆସୁ ତା ପାଂଇ ଗୋଟେ ବାଇକ୍ କିଣି ଦବା , ମା କହିଲା କେମିତି କିଣିବ ଆରଥର ମୋବାଇଲ୍ ମାଗିଲା ବୋଲି ମୋ ସୁନା ଚେନ୍ ନେଇ ବିକିକି ମୋବାଇଲ୍ କିଣିଲ ଏଥର ବାଇକ୍ ପାଂଇ କୌଠୁ ପଇସା ଆଣିବ ? କଣ କରିବି ଦୋକାନରୁ ଯେତିକି ଆସୁଛି ସେତିକିରେ ତାର ପାଠ ପଢା ତ କଷ୍ଟେ ମସ୍ଟେ ହେଇଯାଉଛି , ହେଲେ ବାକି ଖର୍ଚ୍ଚ ତ ହେଇପାରୁନି ମୁଂ କଣ କରିବି କିଛି ବୁଝି ପାରୁନି , ଛୁଆଟା ମନଦୁଃଖ କରି ଗଲା ଯେ ମତେ ଦୋଷିଦୋଷି ଲାଗୁଛି । ଭାବୁଛି ଜମି ଖଣ୍ଡେ ବିକିଦେଇ ବାଇକ୍ ଟେ କିଣି ଦେବି , ଜମି ବିକିଦେଲେ ଧାନ କଉଠୋ ଆସିବ ଖାଇବ କଣ ମା କହିଲା ? ସେଇ ସମୟରେ ମୁଂ ଘର ଭିତରକୁ ପସିଗଲି ଆଉ ମୋବାଇଲ୍ ଧରି ଜଲ୍ଦି ଜଲ୍ଦି ଆସିଗଲି ।
ବସରେ ବସି ଭାବୁଥିଲି ମୋ ବାପା ସତରେ ଜଣେ ମହାନ ବାପା ମୋ ପାଂଇ ବହୁତ ଚିନ୍ତା କରନ୍ତି ମୁଂ କିନ୍ତୁ ତାଂକର ଭଲ ପୁଅ ନୁଂହେ ସେଥିପାଂଇ ତାଂକୁ ହୈରାଣ କରୁଛି, ହଷ୍ଟେଲରେ ପହଂଚିଲା ପରେ ମା କୁ ଫୋନ କରି କହିଲି ମା ମୋର ବାଇକ ଦରକାର ନାଂହି ଆଉ ଅଲ୍ପ ଦିନ ରହିଲା ଏଠୁ ତ ଚାଲିଯିବି , ଗାଂ କୁ ଗଲା ପରେ ଚିନ୍ତା କରିବି । ପାଠ ପଢା ସରିବା ପରେ ଚକିରୀ ସହଜରେ ମିଳିଲାନି , ବାପାଂକ ସହିତ ରହି ଦୋକାନରେ ସାହଯ୍ୟ କଲି ସାଂଗରେ ସରକରୀ ଚାକିରୀ ପାଂଇ ପ୍ରସ୍ତୁତ କଲି , ବହୁତ ଦିନ ପରେ ଚାକିରୀଟେ ମିଳିଲା , ପ୍ରଥମ ମାସ ଦରମାରେ ବାପାଂକ ପାଂଇ ଗୋଟେ ମୋବାଇଲ୍ କିଣିଲି , ଗୋତେ ଘଣ୍ଟା କିଣିଲି , ମା ପାଂଇ ଶାଢୀ କିଣିଲି , ମୁଂ ଯାଇ ବାପାଂକ ହାତରେ ଘଣ୍ଟା ପିନ୍ଧେଇ ଦେଇ ହାତରେ ମୋବାଇଲ୍ ଧରେଇ ଦେଲି , ମୋ ବାପା ତାଂକ ବସିବା ଯାଗାରୁ ଉଠି ମତେ କୁଣ୍ଢେଇ ଧରି ଭୋ ଭୋ ହୋଇ କାନ୍ଦୁଥିଲେ , ସେ ଲୁହ ଦୁଃଖର ନୁଂହେ ସେ ଲୁହ ମୋ ସଫଳତାର ତାଂକ ସଂସ୍କାରର ସେ ଲୁହ ଖୁସିର , ତାଂକ ଆଲିଂଗନରେ ସତରେ ମୋତେ ସ୍ୱର୍ଗପ୍ରାପ୍ତି ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here