ବାରବାଟୀ ପିଚରେ ବିରାଟଙ୍କ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା !!

0
461

କ୍ୟାପଟେନ୍ କୋହଲିଙ୍କ ରେକର୍ଡ ବାରବାଟୀରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଭାଙ୍ଗିଲେ ହିଟମ୍ୟାନ୍ ରୋହିତ ଶର୍ମା; ଏହି ଗୋଟେ ବର୍ଷରେ ବିରାଟ କୋହଲିଙ୍କ ସର୍ବାଧିକ ରନ୍ ସ୍କୋର ରେକର୍ଡ ଭାଙ୍ଗିଛନ୍ତି ରୋହିତ ଶର୍ମା; ରୋହିତ ଶର୍ମା ବାରବାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୪ ରନ୍ କରିବା ସହ ଦର୍ଶକଙ୍କର କରତାଳି ବାଜିଥିଲା; କାରଣ ରୋହିତ ଶର୍ମା ବିରାଟଙ୍କ ରେକର୍ଡ ଭାଙ୍ଗି ୨୦୧୯ରେ ୭ ଶତକ ଓ ୬ ଅର୍ଦ୍ଧଶତକ ବଳରେ ୧୪୯୦ ରନ୍ କରି ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି; ଏହାପୂର୍ବରୁ ବିରାଟ କୋହଲି ୨୦୧୭ରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୬ଟି ଶତକ ଓ ୭ ଅର୍ଦ୍ଧଶତକ ବଳରେ ୧୪୬୦ ରନ୍ କରିଥିଲେ
ବିରାଟ କୋହଲି ଚଳିତ ବର୍ଷରେ ୧୨୯୨ ରନ୍ କରି ତାଲିକାରେ ୩ ନମ୍ବରରେ ରହିଛନ୍ତି; ଏହି ତାଲିକାରେ ରୋହିତ ଶର୍ମା ୧ନମ୍ବର ରେ ଥିବା ବେଳେ ୱେଷ୍ଟଇଣ୍ଡିଜର ସାଇ ହୋପ ୨ ନମ୍ବରରେ ରହିଛନ୍ତି; ତେବେ ଗୋଟିଏ ବର୍ଷରେ ସର୍ବାଧିକ ଦିନିକିଆ ରନ୍ ସ୍କୋରର ରେକର୍ଡ ପୂର୍ବତନ ଭାରତୀୟ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ନାଁରେ ରହିଛି; ୧୯୯୮ରେ ସଚିନ୍ ୯ ଶତକ ଓ ୭ ଅର୍ଦ୍ଧଶତକ ବଳରେ ୧୮୯୪ ରନ୍ କରି ନୂଆ ରେକର୍ଡ ସୃ୍ଷ୍ଟି କରିଥିଲେ; ଯାହାକୁ ଏଯାଏଁ କୌଣସି ଦେଶର ଖେଳାଳି ଭାଙ୍ଗି ପାରିନାହାନ୍ତି

LEAVE A REPLY

Please enter your comment!
Please enter your name here