ନିତ୍ୟ ଜୀବନର ଖୁସି ପାଇଁ ମଣିଷ ବାସ୍ତୁଶାସ୍ତ୍ର, ଜ୍ୟୋତିଷଶାସ୍ତ୍ର, ପୁରାଣଶାସ୍ତ୍ର କିମ୍ବା ଆଧ୍ୟାତ୍ମିକଶାସ୍ତ୍ର କୁ ଅନୁସରଣ କରେ । ଆଜିର ବିଜ୍ଞାନ ଯୁଗରେ ଏହି ସମସ୍ତ ଶାସ୍ତ୍ର ମାନଙ୍କର ମହତ୍ତ୍ଵ ବି ବେଶ୍ ଅଛି । ବିଜ୍ଞାନ ବି କହୁଛି ପୁରାଣଶାସ୍ତ୍ରରେ ଯାହା ଦର୍ଶାଯାଇଛି ତାହା ବିଜ୍ଞାନ ବି ମାନେ ।
ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ କି ରାତିରେ ଶୋଇଲା ବେଳେ କେଉଁ ପାଞ୍ଚଟି ଜିନିଷ ମୁଣ୍ଡ ପାଖରେ ରଖି ଶୋଇଲେ ଆପଣଙ୍କ ପାଇଁ ଅଶୁଭ ହୋଇଥାଏ । ତାହେଲେ ଧ୍ୟାନ ଦେଇ ପଢ଼ନ୍ତୁ ଯାହା ଆମେ ସମସ୍ତ ଶାସ୍ତ୍ରରୁ ସଂଗ୍ରହ କରିଛୁ କେବଳ ଆପଣଙ୍କ ପାଇଁ ।

୧- ଆଜି କାଲି ବେଡ଼ରୁମରେ ଚପଲ ପିନ୍ଧିବା ଏକ ଫେସନ ହେଇଗଲାଣି । ଖଟ ତଳେ ଚପଲ ରଖି ସିଧା ବିଛଣାକୁ ଯାଉଛନ୍ତି ଲୋକେ । ଏହା ପୁରାଣ ଶାସ୍ତ୍ର ଅନୁସାରେ ସମ୍ପୂର୍ଣ୍ଣ ଭୁଲ୍ । ଏହା ଦ୍ବାରା ଶରୀର ଅସୁସ୍ଥ ରହିବା ସହ ଧନହାନୀ ମଧ୍ୟ ହୋଇଥାଏ । ତେଣୁ ଯୋତା କିମ୍ବା ଚପଲ ଘରର ବାହାରେ ରଖନ୍ତୁ ।
୨- ମନିପର୍ସ୍ , ବହୁତ ଲୋକଙ୍କର ଅଭ୍ୟାସ ଯେ ସେମାନେ ମନିପର୍ସ୍ କୁ ତକିଆ ତଳେ ରଖି ଶୁଅନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ମନିପର୍ସ୍ କୁ ମା ଲକ୍ଷ୍ମୀଙ୍କ ଆଶ୍ରୟ ଥଳି ମଧ୍ୟ କୁହାଯାଏ । ଶାସ୍ତ୍ର ନୀତିର ନିୟମ ଅନୁସାରେ ତକିଆ ତଳେ ପର୍ସ୍ ରଖିବା ମା ଲକ୍ଷ୍ମୀଙ୍କୁ ଅପମାନ କରିବା ସହ ସମାନ । ଏହା ଦ୍ବାରା ଧନହାନୀ ହୁଏ ଏବଂ ସବୁବେଳେ ଧାଆର କରଜରେ ବୁଡ଼ି ରୁହେ ସେହି ବ୍ୟକ୍ତି । ତେଣୁ ମନିପର୍ସ୍ କୁ ଆଲମାରୀ କିମ୍ବା ଥାକପଟାରେ ରଖନ୍ତୁ, ତକିଆ ତଳେ ନୁହେଁ ।
୩- ଘଣ୍ଟା କିମ୍ବା ମୋବାଇଲ୍ ଫୋନ, ସାଧାରଣତଃ ସମସ୍ତେ ଆଲାର୍ମ୍ ପାଇଁ  ମୋବାଇଲ୍ କିମ୍ବା ଘଣ୍ଟା ତକିଆ ତଳେ କିମ୍ବା ତକିଆ ପାଖରେ ରଖି ଶୋଇଥାଆନ୍ତି । ଏହା ବସ୍ତୁ ଶାସ୍ତ୍ର ସହ ବିଜ୍ଞାନ ବି ମନାକରେ ଏଭଳି କରିବା ପାଇଁ । ଏଥିରେ ଅନେକ କ୍ଷତି ହୁଏ ମଣିଷର, ଏହାଦ୍ବାରା ମଣିଷର ହାର୍ଟ ମସ୍ତିଷ୍କ ଓ ଆଖି ଉପରେ ପ୍ରଭାବ ପଡିଥାଏ । ମୋବାଇଲ୍ ର ବିକିରଣ ଓ ଘଣ୍ଟା ର ରେଡିୟମ୍ ଶରୀର ପ୍ରତି ହାନିକାରକ ହୋଇଥାଏ । ଏହା ଦ୍ବାରା ସ୍ମରଣ ଶକ୍ତି ହ୍ରାସ ହୋଇଥାଏ, ମଣିଷ ଟିକେ ଟିକେ କଥାରେ ଚିଡିବା ସହିତ ବିନା କାରଣରେ ରାଗ କରିବା ଭଳି ସାଙ୍ଘାତିକ ରୋଗକୁ ଜନ୍ମ ଦେଇଥାଏ । ରାତିରେ ଶୋଇବା ସମୟରେ ଘଣ୍ଟା କିମ୍ବା ମୋବାଇଲ୍ ଶେଯଠୁ ଦୂରରେ ରଖି ଶୁଅନ୍ତୁ । ସୁସ୍ଥ ରୁହନ୍ତୁ ।
୪- ମାଗାଜିନ୍ କିମ୍ବା ବହି, ଅଧିକାଂଶ ସମୟରେ ଛାତ୍ରଛାତ୍ରୀ ମାନେ ପଢୁ ପଢୁ ଶୋଇ ପଡନ୍ତି । ସେମିତି ବହି ଖୋଲା ଥାଏ କିନ୍ତୁ ବିଛଣାରେ ଆଖି ବନ୍ଦ ହୋଇଯାଏ । ଆଉ କିଛି ସ୍ତ୍ରୀ ଲୋକ ବିଛଣାରେ ଶୋଇ ଉପନ୍ୟାସ କିମ୍ବା ଅନ୍ୟ କୌଣସି ମାଗାଜିନ୍ ପଢୁଥିଲା ବେଳେ ନିଦ ଆସିଯାଏ । ବାସ୍ତୁ ଶାସ୍ତ୍ର ହିସାବରେ ଏସବୁ କରିବା ଦ୍ବାରା ସ୍ମରଣ ଶକ୍ତି ହ୍ରାସ ପାଇବା ସହ ମାନସିକ ଚାପ ମଧ୍ୟ ବୃଦ୍ଧି ପାଇଥାଏ ।  ଯାହାଦ୍ୱାରା ମଣିଷ ଚିଡି଼ଚିଡା ହୋଇଯାଏ ଓ କଳିଝଗଡା କରିଥାଏ, ଯାହାଫଳରେ ପାରିବାରିକ ଅଶାନ୍ତି ବୃଦ୍ଧି ପାଇବା ସହ ପରିବାରରେ ଶାନ୍ତି ଶୃଙ୍ଖଳା ନଷ୍ଟ ହୋଇଯାଏ । ତେଣୁ ଆପଣ ପଢ଼ନ୍ତୁ ଯାହା ମନ ଇଛା କିନ୍ତୁ ଶୋଇବା ପୂର୍ବରୁ ବହିକୁ ଉଚିତ ସ୍ଥାନରେ ରଖି ଶେଯକୁ ଆସନ୍ତୁ ।
୫- ଧାରୁଆ ବସ୍ତୁ, ମଣିଷ ପ୍ରାୟ ରାତିରେ ଦୁସ୍ବପ୍ନ ଦେଖିଥାଏ । ସେ ସେହି ଦୁସ୍ବପ୍ନରୁ ବଞ୍ଚିବା ପାଇଁ ସାଧାରଣତଃ ସେ କୌଣସି ଧାରୁଆ ବସ୍ତୁ ମୁଣ୍ଡ ପାଖରେ ରଖି ଶୋଇଥାଏ ଯଥା ଛୁରୀ, ଚାମଚ୍, କଟୁରି ଓ ଗୁଆକାତି । ଏହି ସବୁ କରିବା ଦ୍ବାରା ନିଜର ହିଁ କ୍ଷତି ହୋଇଥାଏ । ଯେମିତିକି ଉଚ୍ଚ ରକ୍ତ ଚାପ ମାନସିକ ଅଶାନ୍ତି କ୍ରୋଧ ଓ ମସ୍ତିଷ୍କ ବିକୃତି ଭଳି ସମସ୍ୟା ଉପୁଜିଥାଏ । ତେଣୁ ଏହି ସବୁ ବସ୍ତୁକୁ ଶୋଇବା ସମୟରେ କଦାପି ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ ।
ଏହି ଥିଲା ଆଜିର ସୁବିଚାର ଯାହା ଆପଣମାନଙ୍କ ପାଇଁ ଆମେ ସବୁ ଶାସ୍ତ୍ରରୁ ପ୍ରସ୍ତୁତ କରିଛୁ ଆଶା ଓ ବିଶ୍ୱାସ ଆପଣଙ୍କୁ ଏ ବିଚାର ନିଶ୍ଚିତ ପସନ୍ଦ ଆସିଥିବ । ଏହାକୁ ସେୟାର କରି ଅନ୍ୟମାନଙ୍କୁ ବି ଜଣାନ୍ତୁ ।

LEAVE A REPLY

Please enter your comment!
Please enter your name here