ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ଦବଙ୍ଗ ଖୁବ ସୁପରହିଟ ସାବ୍ୟସ୍ଥ ହୋଇଥିଲା; ଦବଙ୍ଗର ଲୋକପ୍ରିୟତା ପାଇଁ ଦବଙ୍ଗ-୨ ବି ନିର୍ମାଣ ହୋଇଥିଲା, ତାହା ମଧ୍ୟ ସୁପରହିଟ ହୋଇଥିଲା; ପୁଣି ଦବଙ୍ଗ-୩ ଆସନ୍ତା ଡିସେମ୍ବର ୨୦, ୨୦୧୯ରେ ମୁକ୍ତିଲାଭ କରିବାକୁ ଯାଉଛି; ଏହାପୂର୍ବରୁ ଫିଲ୍ମର ଏକ ଗୀତ ହୁଡ୍ ହୁଡ୍ ଦବଙ୍ଗ ରିଲିଜ୍ ହୋଇଛି କିନ୍ତୁ ଏହି ଫିଲ୍ମର ରିଲିଜ଼କୁ ନେଇ ବିବାଦ ଦେଖାଦେଇଛି; ହୁଡ଼ ହୁଡ଼ ଦବଙ୍ଗ ଗୀତରେ ସଲମାନଙ୍କ ସହ ହିନ୍ଦୁ ସାଧୁସନ୍ଥମାନେ ନାଚୁଥିବା ଦେଖାଯାଇଛି; ଯାହା ବିବାଦୀୟ ହୋଇପଡିଛି

ଫିଲ୍ମର ସମୀକ୍ଷକମାନେ ଅଭିଯୋଗ କରିଛନ୍ତି ଯେ, ଫିଲ୍ମରେ ହିନ୍ଦୁ ଧର୍ମର ସାଧୁସନ୍ଥମାନଙ୍କୁ ଅପମାନିତ କରାଯାଇଛି; କୌଣସି ହିନ୍ଦୁ ସାଧୁସନ୍ଥ ଏପରି ନୃତ୍ୟ କରିବା ଆଜି ଯାଏଁ କୌଣସି ଫିଲ୍ମରେ ଦେଖାଯାଇନି; ଫିଲ୍ମର ନିର୍ଦ୍ଦେଶକ କେମିତି ସାଧୁସନ୍ଥଙ୍କୁ ଏଭଳି ନାଚୁଥିବା ଦୃଶ୍ୟକୁ ଶୁଟିଂ କଲେ ବୋଲି ପ୍ରଶ୍ନ କରାଯାଇଛି; ଏହିକଥାକୁ ନେଇ ସୋସିଆଲ୍ ମିଡିଆରେ ଏକ ପ୍ରକାର ତର୍କ-ବିତର୍କ ଆରମ୍ଭ ହୋଇଯାଇଛି; କିଛି ଲୋକମାନେ ଦବଙ୍ଗ-୩ ଫିଲ୍ମକୁ ବ୍ୟାନ୍ କରିବାକୁ ସୋସିଆଲ୍ ମିଡିଆରେ କହୁଥିବା ଦେଖିବାକୁ ମିଳିଛି

ସଲମାନଙ୍କ ସହ ପୁଣିଥରେ ଅଭିନେତ୍ରୀ ରୋଲରେ ସୋନାକ୍ଷୀ ସିହ୍ନା ଓ ସହ ଅଭିନେତା ରୋଲରେ ଅରବାଜ୍ ଖାନ୍ ଅଛନ୍ତି; ଏହା ସହ ଦକ୍ଷିଣ ଭାରତୀୟ କଳାକାର ସୁଦୀପ ମଧ୍ୟ ଆକ୍ଟିଂ କରିଛନ୍ତି

LEAVE A REPLY

Please enter your comment!
Please enter your name here