ଭାଷା ଓଡ଼ିଆ ଭାରି ବଢିଆ | ଯେଉଂଠି ଓଡ଼ିଆ ଭାଷାକୁ ବିଶ୍ୱରେ ମନ୍ୟତା ମିଳୁଛି ସେଠି ଓଡ଼ିଆ ହୋଇ ମଧ୍ୟ ଈଂରାଜୀରେ କଥା ହବା ପାଂଇ କିଛି ଲୋକ ଅତ୍ୟନ୍ତ ଗର୍ବ ଅନୁଭବ କରୁଛନ୍ତି । ଓଡ଼ିଆ ଲୋକ ମାନଂକ ସହିତ ମଧ୍ୟ ଈଂରଜୀରେ କଥା ହେଉଛନ୍ତି । ଓଡ଼ିଆ ଭଷାକୁ ମଧ୍ୟ  ସରକାରୀ କାର୍ଯ୍ୟାଳୟ ରେ ବିଧିବଦ୍ଧ ମାନ୍ୟତା ମିଳିସାରିଛି ।
ପ୍ରତ୍ୟକ ଓଡ଼ିଆ ମାନଙ୍କ ପାଇଁ ଖୁଶି ଖବର ଯେ ସାରା ବିଶ୍ୱରେ ଓଡ଼ିଆ ଭାଷା ୩୭ ନମ୍ବର ସ୍ଥାନରେ ରହିଛି, ବିଶ୍ୱରେ ୭୧୦୨ ଭାଷା ମଧ୍ୟରୁ ୩୭ ନମ୍ବର ସ୍ଥାନ ଅଧିକାର କରିଛି ଓଡ଼ିଆ ଭାଷା । ପାଖାପାଖି ୪ କୋଟି ରୁ ଉର୍ଧ ଲୋକ ଓଡ଼ିଆ ଭାଷାରେ କଥାବାର୍ତା ହୁଅନ୍ତି । କେବଳ ଓଡିଶା ନୁହେଁ ଝାରଖଣ୍ଡ ରେ ମଧ୍ୟ ଓଡ଼ିଆ ଭାଷାକୁ ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ଦିଆଯାଇଛି । ସୁରତ ଭଳି ବଡ ସହରରେ ମଧ୍ୟ ଓଡ଼ିଆ ଭାଷାର ଚଳ ପ୍ରଚଳ କିଛି କମ୍ ନୁଂହେ ।
ଭାରତୀୟ ସମ୍ବିଧାନ ଆକ୍ଟ ୧୯୫୪ ଅନୁଯାଇ ଓଡ଼ିଆ ଭାଷାକୁ ସରକାରୀ ଭାଷା ର ମାନ୍ୟତା ମିଳିସାରିଥିଲେ ମଧ୍ୟ କେବଳ କାଗଜ ପତ୍ରରେ ସୀମିତ ରହିଯାଇଛି । ଅଧିକାଂଶ ସ୍ଥାନରେ ଓଡ଼ିଆ ଭାଷା ବଦଳରେ ବିଦେଶୀ ଇଂରାଜୀ ଭାଷା ବ୍ୟବହାର କରାଯାଉଛି । ଆମ୍ୱେଣ୍ଡମେଣ୍ଟ ଅନୁଯାଇ ୨୦୧୮ ସେପ୍ଟମ୍ବରରେ ବିଲ ପାସ ହେଇସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ଭାବରେ ଓଡ଼ିଆ ଭାଷା ବ୍ୟବହାର ନହେବା ଅତ୍ୟନ୍ତ ଦୁଃଖଦ ବିଷୟ ।
ଦୀର୍ଘ ୧୯ ବର୍ଷ ଶାଶନ ରେ ରହି ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସଠିକ ଭାବରେ ଓଡ଼ିଆ ନକହିପାରିବା ଏହା ଅତି ଦୁଃଖର ବିଷୟ । ସେ ଯାହାବି ହେଉ ଓଡ଼ିଆ ଭାଷା ଆଜି ୩୭ ନମ୍ବର ରେ ନିଜର ସ୍ଥାନ ଅଧିକାର କରିଛି ଏହା ଆମପାଇଁ ସବୁଠାରୁ ଗର୍ବର ବିଷୟ । ଆମ ସଂସ୍କୃତି ଆମ ପରମ୍ପରା ଅତି ଉଚ୍ଚକୋଟିର ହୋଇ ମଧ୍ୟ ଆମେ ଏବେ ପଶ୍ଚାତ୍ୟ ସଭ୍ୟତା ଅଭୀମୁଖେ ଅଗ୍ରସର । ତଥାପି ଆମେ ଗର୍ବରେ କହିବା ‘ଗଣେଷ ବାହାନ ଚୁଣ୍ଟିଆ ମୂଷା ସବୁଠୁ ମଧୁର ଓଡ଼ିଆ ଭାଷା’ ।

LEAVE A REPLY

Please enter your comment!
Please enter your name here