ଆଜି ବୁଧବାର ପାଇଁ ଏମିତି କିଛି ଉପାୟ ରହିଛି ଯାହା ଆପଣଙ୍କୁ ଧନଧାନ୍ୟ, ଉନ୍ନତି ଦେବ | ବିଶେଷ କରି ଆଜି ଦିନରେ ଗଣେଶଙ୍କ ଆରାଧନା ଦ୍ୱାରା ଏହା ସମ୍ଭବ |  ତେବେ ଆସନ୍ତୁ ଜାଣିବା କି ସରଳ ଉପାୟ ରହିଛି…
୧. ବୁଧବାର ଦିନ ଗଣେଶଙ୍କ ଦିନ ହୋଇଥିବାରୁ ଗଣପତି ଅଥର୍ବଶୀଷ ପାଠ କରନ୍ତୁ |
୨. ୭ଟି ଦୁବ ସିନ୍ଦୁର, ହଳଦୀରେ ବୁଡେଇ ଗଣେଶଙ୍କୁ ଅର୍ପଣ କରନ୍ତୁ |
୩. ଗଣେଶ ମନ୍ଦିରକୁ ଯାଇ ଗଣେଶ ଓ ତାଙ୍କ ବହନ ମୂଷାକୁ ଲଡୁ ଭୋଗ ଲଗାନ୍ତୁ |
୪. କିନ୍ନରଙ୍କୁ ବୁଧବାର ଦିନ ପଇସା ଦାନ କରନ୍ତୁ ଏବଂ ଆଶୀର୍ବାଦ ସ୍ୱରୂପ କିଛି ପଇସା ତାଙ୍କଠୁ ଆଣି ଗଣେଶଙ୍କ ପାଖରେ ରଖି ଗଙ୍ଗାଜଳରେ ଶୋଧନ କରି ଧୂପଦୀପ ଦେଇ ପୂଜା କରନ୍ତୁ | ପୂଜା ସରିଲା ପରେ ସବୁଜ କପଡ଼ାରେ ଗୁଡେଇ ଘରେ ପଇସା ରଖୁଥିବା ସ୍ଥାନରେ ରଖନ୍ତୁ | ଏହି ଉପାୟ ଦ୍ୱାରା ଧନପ୍ରାପ୍ତି ହୁଏ |
୫. ବୁଧବାର ଦିନ ୧୦୦ ଗ୍ରାମ ମୁଗକୁ ଶିଝେଇ ଅଳ୍ପ ଘିଅ ଓ ଚିନି ମିଶେଇ ଗାଈକୁ ଖାଇବାକୁ ଦିଅନ୍ତୁ | ଋଣମୁକ୍ତ ହେବେ |
୬. ଶ୍ୱେତ ଅପରାଜିତା ଓ ଶ୍ୱେତ ଅରଖ ୪୨ଟି ବୁଧବାର ଗଣେଶଙ୍କୁ ଅର୍ପଣ କରନ୍ତୁ | ମନୋକାମନା ପୂର୍ଣ୍ଣ ହେବା ସହ ଅର୍ଥପ୍ରାପ୍ତି ହେବ |

LEAVE A REPLY

Please enter your comment!
Please enter your name here