ବେଲ ବୃକ୍ଷ ଭଗବାନ ଶିବଙ୍କର ଅତି ପ୍ରିୟ ବୃକ୍ଷ | ପୁରାଣରେ ବେଲ ବୃକ୍ଷର ମାହାତ୍ମ୍ୟ ବିଷୟରେ ବର୍ଣନା କରାଯାଇଛି | ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ବୃକ୍ଷର ମାହାତ୍ମ୍ୟ….
୧. ଗୃହରେ ବେଲ ବୃକ୍ଷ ରହିଥିଲେ ସର୍ପ ଭୟ କିମ୍ବା ସର୍ପ ପ୍ରବେଶ ହୋଇନଥାଏ |
୨. ଯଦି ଶବଯାତ୍ରା ସମୟରେ ବେଲ ବୃକ୍ଷରେ ଛାୟା ଦେଇ ଶବଯାତ୍ରା ହୁଏ; ତେବେ ସେଇ ଆତ୍ମାର ମୋକ୍ଷ ପ୍ରାପ୍ତି ହୋଇଥାଏ |
୩. ବାୟୁମଣ୍ଡଳର ଅସୁଦ୍ଧିକୁ ନଷ୍ଟ କରିବାରେ ସହାୟକ ହୋଇଥାଏ |
୪. ୪, ୫, ୬ ବା ୭ ପତ୍ର ଥିବା ବେଲ ପତ୍ର ପ୍ରାପ୍ତି ହେଲେ ବ୍ୟକ୍ତି ଜଣକ ପରମ ଭାଗ୍ୟଶାଳୀ ତଥା ଶିବଙ୍କୁ ଅର୍ପଣ କଲେ ଅକ୍ଷୟ ପୁଣ୍ୟ ମିଳିଥାଏ |
୫. ବେଲ ବୃକ୍ଷ ଛେଦନ କଲେ ଶିବ ରୁଷ୍ଟ ହେବା ସହ ପରିବାରରେ ଦାରିଦ୍ର୍ୟ, ଦୁଃଖ, କଷ୍ଟ, ରୋଗ, ଋଣ ଦେଖାଦିଏ |
୬. ଗୃହରେ ଉତ୍ତର-ଦକ୍ଷିଣ ବା ଉତ୍ତର-ପଶ୍ଚିମ ଦିଗରେ ବେଲ ବୃକ୍ଷ ଲଗେଇ ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ପୂଜା କଲେ ପାପ ନାଶ ହେବା ସହ ଅର୍ଥଲାଭ, ରୋଗ-ଋଣରୁ ମୁକ୍ତି ତଥା ସୁଖ-ଶାନ୍ତି-ଐଶ୍ୱର୍ଯ୍ୟ ମିଳିଥାଏ |
୭. ପ୍ରତି ସୋମବାର, ଚତୁର୍ଦ୍ଦଶୀ, ଅମାବାସ୍ୟାରେ ଓ ପୂର୍ଣ୍ଣମୀରେ ବେଲ ବୃକ୍ଷ ମୂଳରେ ଗଙ୍ଗାଜଳ ଅର୍ପଣ କଲେ ତୀର୍ଥଯାତ୍ରା ପୁଣ୍ୟ ମିଳିଥାଏ |
୮. ବେଲ ବୃକ୍ଷ ମୂଳରେ ଶିବ ଭଗବାନ ବାସ କରିଥାନ୍ତି | ତେଣୁ ନିତ୍ୟ ପ୍ରାତଃ କାଳରେ ବେଲ ବୃକ୍ଷରେ ଜଳ ଅର୍ପଣ କଲେ ପିତୃଦୋଷ ସମାପ୍ତି ହୁଏ ତାସହ ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ |
୯. ନିତ୍ୟ ପ୍ରାତଃ କାଳରେ ସ୍ନାନ ପରେ ହିଁ ବେଲ ପତ୍ର ତୋଳିବା ଉଚିତ |
୧୦. କିନ୍ତୁ ସୋମବାର, ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା, ପୂର୍ଣ୍ଣମୀ ତିଥିରେ ବେଲ ପତ୍ର ତୋଳିବା ନିଷେଧ | ତେଣୁ ଏହି ତିଥି ପୂର୍ବଦିନ ତୋଳି ପୂଜା କରିବା ବିଧେୟ |
୧୧. ଶାସ୍ତ୍ର ଅନୁସାରେ ରବିବାର ଓ ଦ୍ୱାଦଶୀ ତିଥି ମହାସଂଯୋଗରେ ବେଲ ବୃକ୍ଷ ପୂଜା କଲେ ବ୍ରହ୍ମହତ୍ୟା ଓ ମହାପାପ କ୍ଷୟ ହୋଇଥାଏ |
୧୨. ପ୍ରତି ସୋମବାର, ଚତୁର୍ଦ୍ଦଶୀରେ ୧୧ ବା ୨୧ଟି ତ୍ରିଶାଖା ବେଲପତ୍ର, ଗଙ୍ଗାଜଳ, କ୍ଷୀର ଶିବ ଲିଙ୍ଗରେ ଶୁଭ୍ରବସ୍ତ୍ର ପିନ୍ଧି “ଓଁ ନମଃ ଶିବାୟ” ମନ୍ତ୍ରରେ ଚଢ଼େଇଲେ ଅକ୍ଷୟ ପୁଣ୍ୟ ମିଳିଥାଏ |

LEAVE A REPLY

Please enter your comment!
Please enter your name here