ବ୍ରହ୍ମକମଳ ପୁଷ୍ପ ଧରଣୀରେ ବ୍ରହ୍ମାଙ୍କ ଆଶୀର୍ବାଦ ସମାନ, ଯାହାକୁ ଦେଖିଲେ ମନୋକାମନା ହୁଏ ପୂର୍ଣ୍ଣ ଆସନ୍ତୁ ଜାଣିବା କିଛି ସେ ସମ୍ପର୍କରେ

0
3684

ଆମ ପ୍ରକୃତିରେ ଏମିତି କିଛି ବୃକ୍ଷ, ଫୁଲ ବା ଫଳ ଅଛି ଯାହା ଦେଖିବାକୁ ଖୁବ ମନଲୋଭା ହେବା ସହ କିଛି ଦୈବୀୟ ଶକ୍ତିରେ ପୂର୍ଣ୍ଣ ମଧ୍ୟ ରହିଥାନ୍ତି; ତନ୍ମଧ୍ୟରୁ ‘ବ୍ରହ୍ମକମଳ‘ ପୁଷ୍ପ ଅନ୍ୟତମ; ଏହି ଫୁଲ ଅତ୍ୟନ୍ତ ବିରଳ ପ୍ରଜାତିର ଏବଂ ଏହା କ୍ଵଚିତ ପ୍ରସ୍ଫୁଟିତ ହୋଇଥାଏ; ଏହି ଫୁଲଟି ବରଫ କ୍ଷେତ୍ର ହିମାଳୟ ପାଦଦେଶର ଦୁର୍ଗମ ସ୍ଥାନରେ ଅର୍ଦ୍ଧ ରାତ୍ରରେ ଫୁଟିଥାଏ; ଏହା ଦେଖିବାକୁ ଧଳା ରଙ୍ଗର ଏବଂ ଖୁବ ସୁନ୍ଦର ହୋଇଥାଏ; ଯଦି କୌଣସି ବ୍ୟକ୍ତି ଏହି ଫୁଲଟିକୁ ଫୁଟିବା ସମୟରେ ଦେଖିଥାନ୍ତି, ସେହି ବ୍ୟକ୍ତିଙ୍କର ମନୋକାମନା ପୂର୍ଣ୍ଣ ହୋଇଥାଏ
ବ୍ରହ୍ମକମଳ ଗଛରେ ବର୍ଷକୁ ଥରେ ବ୍ରହ୍ମକମଳ ଫୁଲ ଫୁଟିଥାଏ; ଏହି ଫୁଲଟି ଗୋଟିଏ ରାତି ଫୁଟି ସେହି ରାତିରେ ହିଁ ଝଡି ଯାଇଥାଏ; ଏହି ଫୁଲଟି ଦେଖିବାକୁ ଖୁବ ଆକର୍ଷଣୀୟ ହୋଇଥାଏ; ଏହା ସହ ଏଥିରେ ଔଷଧୀୟ ଗୁଣ ମଧ୍ୟ ରହିଥାଏ; ଏହାକୁ ‘ବ୍ରହ୍ମାଙ୍କ କମଳ‘ ବୋଲି କୁହାଯାଇଥାଏ; ଏହା ଧରଣୀରେ ବ୍ରହ୍ମାଙ୍କ ଆଶୀର୍ବାଦ ସ୍ୱରୂପ; ଏହି ପୁଷ୍ପ ଫୁଟିବା ସମୟରେ ସ୍ୱର୍ଗରୁ ଦେବତାମାନେ ଏକାଠି ପୃଥିବୀପୃଷ୍ଠକୁ ଆସି ଦର୍ଶନ କରିଥାନ୍ତି; ଏହି ଫୁଲର ବିଶେଷ୍ୟତ ହେଉଛି ଯେ ଫୁଟିବା ସମୟରେ ତ୍ରିଶୂଳ ଆକୃତିର ହୋଇ ଫୁଟିଥାଏ; ଏହି ଫୁଲକୁ ଫୁଟିବା ସମୟରେ କେବଳ ଭାଗ୍ୟବାନ ବ୍ୟକ୍ତିମାନେ ହିଁ ଦେଖିଥାନ୍ତି; ଯେଉଁ ଭାଗ୍ୟବାନ ବ୍ୟକ୍ତି ଏହି ଫୁଲକୁ ଦେଖିଥାନ୍ତି ତାଙ୍କୁ ଜୀବନରେ ସୁଖ-ସମୃଦ୍ଧି, ଈଶ୍ୱରଙ୍କ ଆଶୀର୍ବାଦ ମିଳିଥାଏ; ଏହି ଫୁଲରୁ ନିସୃତ ଜଳ ଅମୃତ ସମାନ ହୋଇଥାଏ; ଯେଉଁ ସ୍ଥାନରେ ଏହି ଫୁଲ ଫୁଟିଥାଏ ସେ ସ୍ଥାନ ଦେବତାଙ୍କ ଆଶୀର୍ବାଦର ସ୍ଥାନ ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ମାନ୍ୟତା ରହିଛି; ଏହି ଫୁଲକୁ ନା କିଣାଯାଇଥାଏ ନା ବିକା ଯାଇଥାଏ, ଏହାଦ୍ୱାରା ଭଗବାନଙ୍କର ଅପମାନ ବୋଲି ମାନ୍ୟତା ରହିଛି; କାରଣ ଏହି ଫୁଲରେ ଦେବତାଙ୍କ ଆଶୀର୍ବାଦ ନିହିତ ରହିଥାଏ
ବ୍ରହ୍ମକମଳ ପୁଷ୍ପକୁ ନେଇ ଏକ ପୌରାଣିକ କଥା ମଧ୍ୟ ରହିଛି; ଶିବ ଯେବେ କ୍ରୋଧବଶତଃ ଗଣେଶଙ୍କ ମସ୍ତକ ଛେଦନ କରିଥିଲେ, ତେବେ ମା’ ପାର୍ବତୀଙ୍କ ଅନୁରୋଧ କ୍ରମେ ବ୍ରହ୍ମା ତାଙ୍କ ବ୍ରହ୍ମକମଳ ପୁଷ୍ପରୁ ନିସୃତ ଜଳକୁ ଛିଂଚି ହସ୍ତୀ ମୁଣ୍ଡ ଲଗେଇ ଗଣେଶଙ୍କୁ ଜୀବନଦାନ ଦେଇଥିଲେ; ତେଣୁ ସେହି ଦିନ ଠାରୁ ବ୍ରହ୍ମକମଳ ପୁଷ୍ପର ନିସୃତ ଜଳକୁ ଅମୃତର ମାନ୍ୟତା ଦିଆଯାଇଛି

LEAVE A REPLY

Please enter your comment!
Please enter your name here