Home Odisha ଭଦ୍ରକର ଏହି ଆଦର୍ଶ ବିବାହ ଖୁବ୍ ଚର୍ଚ୍ଚା ସାଉଁଟୁଛି, ନା ବାଜା ନା ବାଣ ଅତିଥି...

ଭଦ୍ରକର ଏହି ଆଦର୍ଶ ବିବାହ ଖୁବ୍ ଚର୍ଚ୍ଚା ସାଉଁଟୁଛି, ନା ବାଜା ନା ବାଣ ଅତିଥି ମାନଙ୍କୁ ଗଛ ଚାରା ଦେଇ ସ୍ବାଗତ କଲେ ।

0
1403

ଏକ ନିଆରା ବାହାଘର ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରେ ଯେଉଁଠି ନା ବାଜିଥିଲା ବାଜା ନା ଫୁଟିଥିଲା ବାଣ । ପ୍ରଦୂଷଣକୁ ରୋକିବା ପାଇଁ ନିଆରା ପଦକ୍ଷେପ ଆପଣେଇଛନ୍ତି ଭଦ୍ରକର ଦିଲ୍ଲୀପ କୁମାର ନାୟକ । ଆଉ ଏହି ବାହାଘରକୁ ନେଇ ସମଗ୍ର ଓଡିଶାବାସୀ ପ୍ରଂଶସା କରୁଛନ୍ତି ଦିଲ୍ଲୀପ୍ଂକୁ ।    ଆସନ୍ତୁ ଜାଣିବା ବାହାଘର ବିଷୟରେ ।

ଜିଲ୍ଲା ଭଦ୍ରକରେ ଆଦର୍ଶ ବିବାହକୁ ନେଇ ଚର୍ଚ୍ଚା ତେଜ । ପ୍ରଦୂଷଣକୁ ରୋକିବା ପାଇଁ ହେଇଛି ନିଆରା ବାହାଘର । ବିନା ବାଜା, ବାଣ ଓ ପ୍ରଦୂଷଣରେ ବର ଶୋଭାଯାତ୍ରା ଆସିବା ପରେ ଅତିଥିଙ୍କୁ ଦିଆଯାଇଛି ଗଛ ଚାରା ଭେଟି । ଭଦ୍ରକ ବାସିନ୍ଦା ଦିଲ୍ଲୀପ ନାୟକ ନିଜ ବଡ ପୁଅ ଦିନେଶଙ୍କ ବାହାଘରରେ ଏଭଳି କିଛି କାମ କରି ଏବେ ଚର୍ଚ୍ଚାରେ ସାଉଂଟୁଛନ୍ତି । ପୁଅର ବାହାଘରରେ ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ସମାଜକୁ କିଛି ଏଭଳି ନିଆରା ଢଙ୍ଗରେ ସନ୍ଦେସ ବାର୍ତ୍ତା ଦେଇଛନ୍ତି ଦିଲ୍ଲୀପ ।

ବାହାଘର ପୂର୍ବରୁ ଅତିଥିଙ୍କୁ ଯେଉଁ ନିମନ୍ତ୍ରଣ କର୍ଡ ଦିଆଯାଇଥିଲା, ସେଥିରେ ଉପହାର ନଆଣିବାକୁ ସ୍ପଷ୍ଟ ଭାବେ ଉଲେଖା କରାଯାଇଥିଲା । ଦିନେଶଙ୍କ ବାହାଘର ଭୋଜିରେ ଯୋଗଦାନ ଦେବା ସହିତ ବିନା ଉପହାରରେ ଆସିବାକୁ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ କରିଥିଲେ ଦିଲ୍ଲୀପ । ତେବେ ଅତିଥିମାନଙ୍କୁ ବିବାହ ଉତ୍ସବ ଅବସରରେ ବିଭିନ୍ନ ଗଛ ଚାରା ସହ ବ୍ୟାଗ ପ୍ରଦାନ କରାଯାଇଛି । ବିଭିନ୍ନ ପ୍ରକାରର ଗଛ ପ୍ରାୟ ୭୦୦ରୁ ଅଧିକ ଅତିଥିଙ୍କୁ ପ୍ରଦାନ କରାଯାଇଥିବା ଦିଲ୍ଲୀପ କହିଛନ୍ତି । ଏହି ବାହାଘର ଏକ ଉଦାହରଣ ପାଲଟିଯାଇଛି ସମାଜରେ ।

ଦିନକୁ ଦିନ ପ୍ରଦୂଷଣ ବଢୁଥିବା ବେଳେ ଏହିଭଳି ନିଆରା ଢଂଗର ବାହାଘର ସମାଜ ଓ ପରିବେଶ ପାଇଁ ଆଦର୍ଶ ପାଲଟିଛି । ଜଳବାୟୁ ପରିବର୍ତ୍ତନ ହେବା ସହ ଗ୍ଲୋବାଲ ୱାର୍ମିଂ ବଢୁଥିବା ବେଳେ ଏହି ଛୋଟିଆ ପ୍ରୟାସ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବାକୁ ଦିଲ୍ଲୀପଙ୍କ ଏହି ପଦକ୍ଷେପ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ବାହାଘରରେ ଅତିଥିଙ୍କୁ ଗଛ ଚାରା ଦେଇ ସ୍ୱାଗତ କରାଯାଇଥିବାର ଏହି ପରମ୍ପରାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଆପଣ ବି ପଦେ ଲେଖି ସ୍ୱାଗତ କରନ୍ତୁ ।

NO COMMENTS

LEAVE A REPLY

Please enter your comment!
Please enter your name here