ଏବେ ଗୋଟିଏ ଭିଡିଓ ଭାଇରାଲ୍ ହବାକୁ ଲାଗିଛି । ଏହି ଭିଡିଓରେ କୁହାଯାଉଛି ଜଣେ ହିନ୍ଦୁ ଝିଅକୁ ଜିଅନ୍ତା ଜାଳିଦିଆ ଗଲା କାରଣ ସେ ମଧ୍ୟପ୍ରଦେଶର ଗୋଟିଏ ଚର୍ଚ୍ଚ୍ ରେ ପ୍ରାର୍ଥନା କରୁଥିଲା ।

ଏହି ଭିଡିଓକୁ ଭାଇରାଲ୍ ହେଇଛି @Javed655 Twitter account ରୁ ।

ସେ ଟ୍ବିଟ୍ କରି କହିଛି ଯେ “ଜଣେ ହିନ୍ଦୁ ଝିଅକୁ ମଧ୍ୟପ୍ରଦେଶରେ ଜିଅନ୍ତା ଜଳେଇ ଦିଆଗଲା ଏଥିପାଇଁ କି ସେ ଗୋଟିଏ ଚର୍ଚ୍ଚ୍ ରେ ପ୍ରାର୍ଥନା କରିବାକୁ ଯାଇଥିଲା” ଏ ଭିଡିଓକୁ ଏତେ ସେୟାର କର ଯେମିତି ସାରା ଦୁନିଆର ମିଡିଆ ଦେଖିବ ପୃଥିବୀର ପ୍ରକୃତ ନର୍କ ଭାରତକୁ । ଅତୁଲ୍ୟ ଭାରତର ପ୍ରକୃତ ଚେହେରା ଦେଖୁ ଏ ଦୁନିଆ ।

ଆଶ୍ଚର୍ଯ୍ୟ ର କଥା ହେଲା ପୂର୍ବ ବର୍ଷ ବି ଠିକ୍ ଏହି ଖ୍ରୀଷ୍ଟମାସ ରେ ଏହିପରି ଭିଡିଓ ପାକିସ୍ତାନରୁ ଭାଇରାଲ୍ ହେଇଥିଲା ।

ପ୍ରକୃତ ଘଟଣା ଆପଣଙ୍କୁ ଆମେ କହିବୁ କି ଏ ଭିଡିଓ ଭାରତର ନୁହେଁ, ଏ ଭିଡିଓ ଆମେରିକାର ଗ୍ବଟେମାଲାରେ ୨୦୧୫ ରେ ସୁଟ୍ କରାଯାଇଥିଲା । ୧୬ ବର୍ଷ ର କିଶୋରୀକୁ ଏକ ଭିଡ଼ରେ ଜଳେଇ ମାରି ଦିଆଯାଇ ଥିଲା । ଆମେରିକା ନ୍ୟୁଜ୍ ରିପୋର୍ଟ ଅନୁସାରେ ଏ ମାମଲା ସନ ୨୦୧୫ ରେ ରିୟା ବ୍ରେବୋ ନାମକ ଜଣେ କିଶୋରୀର । ରିୟା ଉପରେ ଜଣେ ୬୮ ବର୍ଷୀୟ ଟ୍ୟାକ୍ସି ଡ୍ରାଇଭରର ହତ୍ୟା କରିଥିବାର ଅରୋପ ଥିଲା ।

ଘଟଣାକୁ ପୁରା ନଜାଣି କୌଣସି ମ୍ୟାଟର୍ କୁ ସେୟାର କରି ମିଛ ସନ୍ଦେଶ ଦୁନିଆକୁ ଦବା ବି ଗୋଟିଏ ଅପରାଧ ତେଣୁ ଚେଷ୍ଟା କରନ୍ତୁ ଏମିତି ମିଛ ଅପବାହା ଜମାରୁ ସେୟାର କରନ୍ତୁନି, ଗୋଟିଏ ନିର୍ମଳ ପରିବେଶ ସୃଷ୍ଟି କରନ୍ତୁ ।

LEAVE A REPLY

Please enter your comment!
Please enter your name here