Home National ଭାରତରେ ଅଗଷ୍ଟ ୧୫ ସୁଦ୍ଧା କରୋନା ଭାକସିନ !!

ଭାରତରେ ଅଗଷ୍ଟ ୧୫ ସୁଦ୍ଧା କରୋନା ଭାକସିନ !!

0
74

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ କରୋନା ଭାକସିନ ଅଗଷ୍ଟ ୧୫ ସୁଦ୍ଧା ସର୍ବସାଧାରଣ ପାଇଁ ଉପଲବ୍ଧ ହେବାର ସମ୍ଭାବନା ରହିଛି; ଆଇସିଏମଆରର ସହଯୋଗରେ ଭାରତ ବାଓଟେକ ଇଣ୍ଟନ୍ୟାଶନାଲ ଲିଃ କୋଭାକ୍ସିନ ନାମକ କରୋନା ଭାକସିନ ବାହାର କରିଛି ବୋଲି ଦାବି କରିଛି; ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନାକାଲ ଟ୍ରାଏଲ ପାଇଁ ଡିସିଜିଆଇ ଅନୁମତି ଦେଇଛି

ଏବେ ଆଇସିଏମଆର ଉକ୍ତ ସମ୍ଭାବ୍ୟ ଟିକାର ଫାଷ୍ଟଟ୍ରାକ୍‌ ପ୍ରଣାଳୀରେ କ୍ଲିନିକାଲ ଟ୍ରାଏଲ ଶେଷ କରି ରେଜଲ୍ଟ ପ୍ରକାଶ କରିବାକୁ କହିଛି; ଆଇସିଏମଆର ପକ୍ଷରୁ କ୍ଲିନିକାଲ ଟ୍ରାଏଲ ସମ୍ପର୍କରେ ଏକ ଚିଠି ଲେଖିଛି; କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ କରିବାକୁ ଦେଶର ଏକାଧିକ ହସ୍ପିଟାଲକୁ କୁହାଯାଇଛି

ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ଏ‍ ଅଫ ଭାଇରଲଜି ପକ୍ଷରୁ କରୋନା ଭାଇରସ୍‌କୁ ପୃଥକ କରାଯାଇଥିଲା; ଏହା ପରେ ଭାଇରସ୍‌ର ଷ୍ଟ୍ରେନକୁ ନେଇ ଏହି ଚର୍ଚ୍ଚିତ ଭ୍ୟାକସିନ ପ୍ରସ୍ତୁତ କରଯାଉଛି; ଆଇସିଏମ୍‌ଆର୍‌ ଓ ଭାରତ ବାୟୋଟେକ ମିଳିତ ଭାବେ ଏହି ଭ୍ୟାକସିନକୁ ପ୍ରସ୍ତୁତ କରୁଛନ୍ତି; ଡ୍ରଗ୍‌ କଂଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆଙ୍କ ପକ୍ଷରୁ ଫେଜ-୧ ଓ ଫେଜ-୨ରେ ମଣିଷ ଉପରେ ଏହାର ପ୍ରୟୋଗ ନିମନ୍ତେ ଅନୁମତି ମିଳିଛି; ଜୁଲାଇ ୩୧ ସୁଦ୍ଧା ଏହି ଟିକାର କ୍ଲିନିକାଲ ଟ୍ରାଏଲ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି; ଯଦି ପରୀକ୍ଷଣ ସଫଳ ହୁଏ ତେବେ ଅଗଷ୍ଟ ୧୫ ସୁଦ୍ଧା ଭାରତରେ କରୋନା ଭାକସିନ ଉପଲବ୍ଧ ହେବ; କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ଓଡ଼ିଶାର ସମ୍ ହସ୍ପିଟାଲ ସହ ଦେଶର ୧୩ ହସ୍ପିଟାଲରେ କରାଯିବ

NO COMMENTS

LEAVE A REPLY

Please enter your comment!
Please enter your name here