ମଧ୍ୟପ୍ରଦେଶରେ ବୁଧବାର ଆଉ ଜଣେ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି; ଏଥିସହିତ ସାରା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି;

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏହି ୬୦ ବର୍ଷ ବୟସ୍କ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ;
ଅନ୍ୟପଟେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି; ବର୍ତ୍ତମାନ ସୁଦ୍ଧା ମାତ୍ର ୪୬ ଜଣ ଲୋକ କରୋନା କବଳରୁ ମୁକ୍ତି ପାଇପାରିଛନ୍ତି

କରୋନାକୁ ମୂଳପୋଛ ପାଇଁ ସାମାଜିକ ଦୂରତ୍ୱ ହିଁ ଏକମାତ୍ର ଉପାୟ; ତେଣୁ ଏଥିରୁ ବର୍ତ୍ତିବା ପାଇଁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ସାରା ଦେଶରେ ୨୧ ଦିନର ଲକଡାଉନ୍ ଘୋଷଣା କରିଛନ୍ତି ଏବଂ ଅପିଲ କରିଛନ୍ତି ଯେ ‘ଦୟାକରି ସମସ୍ତେ ଘରେ ରୁହନ୍ତୁ, କେବଳ ଅତି ଜରୁରୀ ହେଲେ ଘରୁ ବାହାରକୁ ବାହାରନ୍ତୁ’

LEAVE A REPLY

Please enter your comment!
Please enter your name here